ETV Bharat / state

ସମ୍ବଲପୁରରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଟେନ୍‌ସନ୍‌, ଅଟୋ ଚାଳକଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଦାବି

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ହେବା ପରେ ଏବେ ନମ୍ବର ପ୍ଲେଟ ଲଗାଇବା ଅପେକ୍ଷାରେ ଅନେକ ଗାଡି । ଏହି ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡିଛନ୍ତି ସମ୍ବଲପୁର ଅଟୋ ଚାଳକ (auto drivers problem on high security number plate)। ଅଧିକ ପଢନ୍ତୁ

high security number plate registration
Sambalpur auto drivers facing problem
author img

By

Published : Jan 4, 2023, 4:33 PM IST

Updated : Jan 4, 2023, 4:42 PM IST

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବ୍ୟବସ୍ଥା, ଚିନ୍ତାରେ ସମ୍ବଲପୁର ଅଟୋ ଚାଳକ

ସମ୍ବଲପୁର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ହୋଇଛି । ସରକାରଙ୍କ ନୂତନ ନିୟମ ଅନୁସାରେ ସବୁ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ଲାଗିବ ( high security number plate ) । ଏଥିପାଇଁ ସରକାରଙ୍କ ଦ୍ଵାରା ସମୟ ନିର୍ଦ୍ଧାରିତ ମଧ୍ୟ ହୋଇଛି । ଏଥିପାଇଁ ରାଜ୍ୟ ସରକାର ସଚେତନତା ମଧ୍ୟ କରୁଛନ୍ତି ତେବେ ସମ୍ବଲପୁରରେ ଅଟୋ ଚାଳକଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି ଏହି ବ୍ୟବସ୍ଥା । କାରଣ ହାଇ ସିକ୍ୟୁରିଟି ନମ୍ବର ପାଇଁ ଯେଉଁ ସବୁ ଆନୁଷଙ୍ଗିକ ଖର୍ଚ୍ଚ ଆସୁଛି ତାହା ସାଧରଣ ଅଟୋଚାଳକ ଉପରେ ବଡ଼ ଆର୍ଥିକ ବୋଝ ପକାଉଛି । ଫଳରେ ଏବେ 700ରୁ ଊର୍ଦ୍ଧ୍ବ ଅଟୋ ଘରେ ପଡି ରହିଥିବା ଅଭିଯୋଗ ହେଉଛି ।

ବହନ କରି ହେଉନି ଆନୁଷଙ୍ଗିକ ଖର୍ଚ୍ଚ-ସମ୍ବଲପୁରରେ ଅଧିକାଂଶ ଅଟୋ ଚାଳକ ଭଡାରେ ଆଣି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ହାଇ ସିକ୍ୟୁରିଟି ନମ୍ବର ପାଇଁ ଆସୁଥିବା ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ କଷ୍ଟକର ହେଉଛି । ମୁଖ୍ୟତଃ ଇସ୍ୟୁରାନ୍ସ ପାଇଁ 8ରୁ 10 ହଜାର ଟଙ୍କା, ଫିଟ୍‌ନେସ୍‌ ପାଇଁ ପାଖାପାଖି 1800 ଟଙ୍କା ଏହାସହ ରୋଡ଼ ପରମିଟ, ପଲ୍ୟୁସନ ସାର୍ଟିଫିକେଟ ଇତ୍ୟାଦି ପାଇଁ ମୋଟ 15 ହଜାରରୁ 18 ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏଭଳି ସ୍ଥିତିରେ ଏତେ ଟଙ୍କା ଖର୍ଚ୍ଚ କରି ପରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ସାଧରଣ ଅଟୋ ଚାଳକ ପାଇଁ କଷ୍ଟକର ବୋଲି କହିଛନ୍ତି ଚାଳକ ।

ବନ୍ଦ ପଡ଼ିଛି ୭୦୦ ଅଟୋ-ସମ୍ବଲପୁର ସହରରେ ମୋଟ 10ହଜାର ଅଟୋ ଚାଳକ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଟୋ ଭଡାରେ ଚଲାନ୍ତି । ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପାଇଁ ଆବଶ୍ୟକ ଆନୁଷଙ୍ଗିକ ଖର୍ଚ୍ଚ ବହନ କରିବା ଏମାନଙ୍କ ପାଇଁ କଷ୍ଟକର ହେଉଛି । ଏଭଳି ସ୍ଥିତିରେ ଅଧିକାଂଶ ଅଟୋ ଚାଳକ ଫାଇନ ଭୟରେ ଗାଡି ଘରୁ ବାହାର କରୁନାହାନ୍ତି । ଫଳରେ ବର୍ତ୍ତମାନ 700 ଅଟୋ ପଡି ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପୁରୁଣା ଅଟୋଗୁଡ଼ିକର ଫିଟନେସ ପାଇଁ ବହୁତ ବିଳମ୍ବ ହେଉଥିବା ଅଭିଯୋଗ କରିଛନ୍ତି ଅଟୋ ଚାଳକ । ତେଣୁ ଅଟୋ ଚାଳକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଉଚିତ ବୋଲି ଦାବି ହୋଇଛି । ତେବେ ଏନେଇ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ, ଏହି ନିୟମ ରାଜ୍ୟସ୍ତରୀୟ ଅଟେ, ଏହା ମାନିବାକୁ ପଡିବ ।

ଅଟୋଚାଳକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି-ଯେଉଁ ଗାଡିର ଶେଷ ନମ୍ବର ୭ ଓ ୮ ରହିଛି ସେ ଗାଡ଼ିରେ ୨୦୨୩ ଜାନୁଆରୀ ୩୧ ସୁଦ୍ଧା ଏବଂ ଶେଷ ନମ୍ବର ୯ ଓ ୦ ଥିବା ଗାଡ଼ିରେ ୨୦୨୩ ଫେବୃୟାରୀ ୨୮ତାରିଖ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ନମ୍ବର ପ୍ଲେଟ ଲଗାଇବାରେ ଅଟୋ ଚାଳକଙ୍କର କିଛି ସମସ୍ୟା ନାହିଁ ସମୟ ସୀମା ଆଉ ଟିକେ ବୃଦ୍ଧି କରିବା ସହ ଅଟୋ ଚାଳକମାନଙ୍କ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 4, 2023, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.