ETV Bharat / state

ଲିଙ୍ଗଗତ ଭେଦଭାବ ଦୂର ପାଇଁ ନିଆରା ଫୁଟବଲ ମ୍ୟାଚ, ଏକାଠି ଖେଳିଲେ ଝିଅ-ପୁଅ

author img

By ETV Bharat Odisha Team

Published : Nov 18, 2023, 12:52 PM IST

ଲିଙ୍ଗଗତ ଭେଦଭାବ ଦୂର କରିବାକୁ ନିଆରା ଫୁଟବଲ ମ୍ୟାଚ l ଦୁଇଟି ଟିମରେ ଏକାଠି ଖେଳିଲେ ପୁଅ ଓ ଝିଅ । ଅଧିକ ପଢନ୍ତୁ

Mixed football tournament
Mixed football tournament
Mixed football tournament

ସମ୍ବଲପୁର: ଲିଙ୍ଗଗତ ଭେଦଭାବ ଦୂର କରିବାକୁ ସମତା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସମ୍ବଲପୁରର ଫୋର-ସି ପଡିଆରେ ଏହିଭଳି ଏକ ନିଆରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ପତଙ୍ଗ ପକ୍ଷରୁ ଫୁଟବଲ ମ୍ୟାଚର ଆୟୋଜନ କରାଯାଇଥିଲା । ଶୁକ୍ରବାର ବଜରଙ୍ଗ କ୍ଳବ ଜଟୁପଡା ଓ ମା' କରମଶନୀ କ୍ଳବ ଭୁତାପଡା ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ଉଭୟ ଟିମର ପୁଅ ଓ ଝିଅ ଖେଳାଳି ରହିଥିଲେ । ଏଥିରେ ବୀର ବଜରଙ୍ଗ କ୍ଳବ ଜଟୁପଡା 4-2 ଗୋଲରେ ବିଜୟୀ ହୋଇଥିଲା l

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଆୟୋଜିତ ହେବ ନିଆରା ଫୁଟବଲ ମ୍ୟାଚ, ଏକାଠି ଖେଳିବେ ପୁଅ ଝିଅ

ଲିଙ୍ଗଗତ ଭେଦଭାବ ଦୂର କରିବା ଉଦ୍ଦେଶ୍ୟରେ ପତଙ୍ଗ ଅନୁଷ୍ଠାନ ପକ୍ଷରୁ ସମତା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଯୋଗ ଦେଇ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ବଜରଙ୍ଗ କ୍ଳବ ଜଟୁପଡା ଓ ମା' କରମଶନୀ କ୍ଳବ ଭୁତାପଡା ମଧ୍ୟରେ ଫାଇନାଲ ମୁକାବିଲା ଆରମ୍ଭ ହୋଇଥିଲା । ଭୟ ଟିମରେ 7 ଜଣ ପୁଅ ଓ 6 ଜଣ ଲେଖାଏଁ ଝିଅ ଖେଳାଳି ଥିଲେ l ନିର୍ଦ୍ଧାରିତ ସମୟ ମଧ୍ୟରେ ମ୍ୟାଚଟି 1-1 ଗୋଲରେ ଟାଇ ହେବାରୁ ଟାଇ ବ୍ରେକର ହୋଇଥିଲା l ଏଥିରେ ବୀର ବଜରଙ୍ଗ କ୍ଳବ ଜଟୁପଡା 4-2 ଗୋଲରେ ବିଜୟୀ ହୋଇଥିଲା । ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଜନ ଜାଗରଣ ସୃଷ୍ଟି କରିବାକୁ ଏହିଭଳି ପ୍ରୟାସ ଆରମ୍ଭ କରିଥିବା ଆୟୋଜକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଢେଙ୍କାନାଳରେ ବାଳିକା ହକି ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ୫୦ରୁ ଊର୍ଦ୍ଧ୍ବ ଖେଳାଳି

ଏହିଭଳି ଏକ ନିଆରା ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ମୁଖ୍ୟତଃ ଲିଙ୍ଗଗତ ଭେଦ ଭାବର ଶିକାର କେଵଳ ଝିଅ ନୁହେଁ ବରଂ ପୁଅମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ହେଉଥିବା ନଜିର ରହିଛି । ତେଣୁ ଏଭଳି ନିଆରା ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ପତଙ୍ଗ । ଜିଲ୍ଲାର ଯୁଯୁମୁରା, ମାନେଶ୍ୱର, ଧନକଉଡ଼ା ବ୍ଳକର 10 ଗୋଟି ଫୁଟବଲ ଟିମର 150 ଜଣ ପୁଅ ଝିଅ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମ, ଯୋଗଦେଲେ ୧୩ ରାଜ୍ୟରୁ ୯୫ ଶାରୀରିକ ପ୍ରଶିକ୍ଷଣ ଶିକ୍ଷକ

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.