ETV Bharat / state

ଆସନ୍ତାକାଲିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ମା' ସମଲେଶ୍ବରୀ, ଗୁରୁବାର ବନ୍ଦ

author img

By

Published : Jan 31, 2022, 9:54 PM IST

ସାଧାରଣ ଦର୍ଶନ ପାଇଁ କାଲିଠାରୁ ଖୋଲିବ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

samaleswari temple
ଫେବୃଆରୀ 1 ତାରିଖରୁ ଖୋଲିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: ଆସନ୍ତାକାଲି ଠାରୁ ଖୋଲିବ ସମଲେଶ୍ବରୀ ମନ୍ଦିର। କୋଭିଡ କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାବେଳେ ପରିସ୍ଥିତିରେ ସୁଧାର ଆସିବା ପରେ ଫେବୃଆରୀ 1 ରୁ ମନ୍ଦିରକୁ ସାଧାରଣ ଦର୍ଶନ ପାଇଁ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆସନ୍ତା 1 ଫେବୃଆରୀ, ମଙ୍ଗଳବାରରୁ କୋଭିଡ଼ କଟକଣା ସହିତ ଶ୍ରୀ ଶ୍ରୀ ମା ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କର ସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ ହେବ। ପୂର୍ବ ଭଳି କୋଭିଡ଼ କଟକଣା ବଳବତ୍ତର ରହିବ । ମନ୍ଦିର ସକାଳ 6ଟାରୁ ପୂର୍ବାହ୍ନ 11 ଟା 30 ଯାଏଁ ଓ ଅପରାହ୍ନ 1 ଟାରୁ ସନ୍ଧ୍ୟା 7ଟା 30 ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ରହିବ ।

ଏନେଇ ଆଜି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। ତେବେ ପ୍ରତ୍ୟେକ ଗୁରୁବାର ମନ୍ଦିରକୁ ସାନିଟାଇଜ କରିବା ପାଇଁ ବନ୍ଦ ରଖାଯିବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.