ETV Bharat / state

ସୂର୍ଯ୍ୟପରାଗ ଯୋଗୁଁ ସମଲେଶ୍ୱରୀ ମନ୍ଦିର ବନ୍ଦ, ରୀତିନୀତି ପ୍ରଭାବିତ

author img

By

Published : Oct 25, 2022, 6:31 PM IST

ସୂର୍ଯ୍ୟପରାଗ ଯୋଗୁଁ ପ୍ରଭାବିତ ସମଲେଶ୍ବରୀ ମନ୍ଦିରରେ ନୀତି ନିର୍ଘଣ୍ଟ । ଭୋର ୪ଟାରେ ନୀତିକାନ୍ତି ପରେ ଆସନ୍ତାକାଲି ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ବନ୍ଦ ରଖାଯାଇଛି । ଆସନ୍ତାକାଲି ସୂର୍ଯ୍ୟୋଦୟ ପରେ ମା'ଙ୍କ ନୀତିକାନ୍ତି ଓ ମଙ୍ଗଳ ଆଳତି ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । ଅଧିକ ପଢ଼ନ୍ତୁ

ସୂର୍ଯ୍ୟପରାଗ ଯୋଗୁଁ ସମଲେଶ୍ବରୀ ମନ୍ଦିର ବନ୍ଦ, ରୀତିନୀତି ପ୍ରଭାବିତ

ସମ୍ବଲପୁର: ସୂର୍ଯ୍ୟପରାଗ ଯୋଗୁଁ ସମଲେଶ୍ବରୀ ମନ୍ଦିରର ନୀତି ନିର୍ଘଣ୍ଟ ପ୍ରଭାବିତ ହୋଇଛି । ଭୋର ୪ଟାରେ ନୀତିକାନ୍ତି ପରେ ଆସନ୍ତାକାଲି ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ବନ୍ଦ ରଖାଯାଇଛି । ଏଥିପାଇଁ ସମଲେଶ୍ବରୀ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ । ଆସନ୍ତା କାଲି ସୂର୍ଯ୍ୟୋଦୟ ପରେ ମନ୍ଦିର ଶୋଧନ ପରେ ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର ।

ଆଜି (ମଙ୍ଗଳବାର) ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ହେବ । ହିନ୍ଦୁନୀତି ଅନୁସାରେ, ଦେବସ୍ଥାନ ଓ ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ବିଭିନ୍ନ ଦେବାଦେବୀ ମନ୍ଦିରରେ ଦେବନୀତି ବନ୍ଦ ରହିଛି । ଆଜି ଚଳିତ ବର୍ଷର ପ୍ରଥମ ଅମବାସ୍ୟା ହୋଇଥିବା ବେଳେ ଏଥିରେ ସୂର୍ଯ୍ୟପରାଗ ଓ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏନେଇ ଆଜି ଭୋର ୪ ଘଣ୍ଟା ୫୭ ମିନିଟରୁ‌ ପାକତ୍ୟାଗ ହୋଇଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ଦେବାଳୟରେ ସ୍ବତନ୍ତ୍ର ଦେବନୀତି ହୋଇଛି । ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବାକୁ ଥିବାରୁ ଭୋର ୪ ଟା ୫୭ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି ।‌

ସୂର୍ଯ୍ୟପରାଗ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରରେ ରୀତିନୀତି ମଧ୍ୟ ପ୍ରଭାବିତ ହୋଇଛି । ଆଜି (ମଙ୍ଗଳବାର) ଭୋର ୪ ଟାରେ ମା'ଙ୍କ ମନ୍ଦିର ଖୋଲାଯାଇ ନୀତିକାନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ସମ୍ପନ୍ନ ହୋଇଥିଲା । ଏହାପରେ ୪ ଘଣ୍ଟା ୩୦ ମିନିଟରେ ମନ୍ଦିରକୁ ବନ୍ଦ କରାଯାଇଛି । ଯାହା ଆସନ୍ତାକାଲି (ବୁଧବାର) ସକାଳ ୭ ଟାରେ ଖୋଲାଯିବ ବୋଲି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଆଜି ସନ୍ଧ୍ୟା ୭ଟା ବେଳକୁ ସୂର୍ଯ୍ୟପରାଗର ପ୍ରଭାବ ସରି ଯାଇଥିଲେ ସୁଦ୍ଧା ସୂର୍ଯ୍ୟାସ୍ତ ହୋଇଯାଇଥିବାରୁ ମନ୍ଦିର ଖୋଲାଯାଇ ପାରିବନାହିଁ । ଆସନ୍ତାକାଲି (୨୬ ତାରିଖ, ବୁଧବାର) ସୁର୍ଯ୍ୟୋଦୟ ପରେ ମନ୍ଦିର ଶୋଧନ କରାଯିବ । ଏହାପରେ ମା'ଙ୍କ ନୀତିକାନ୍ତି ହେବ ଓ ମଙ୍ଗଳ ଆଳତି ସମ୍ପନ୍ନ ହେବା ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.