ସମ୍ବଲପୁର: ଚର୍ଚ୍ଚିତ ମୁଦୀପଡା ଅଞ୍ଚଳରେ ବନ୍ଦ କୋଠରୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ । ଘଟଣାରେ ମୃତ ମହିଳାଙ୍କ ସ୍ବାମୀ ତଥା ମୁଖ୍ୟ ଅଭିଯୁକ୍ତ ଜ୍ୟୋତିଷ ଟପ୍ନୌଙ୍କୁ ରବିବାର ଗିରଫ କରିଛି ପୋଲିସ । ଏଥିସହ ଅଭିଯୁକ୍ତ ଜ୍ୟୋତିଷଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।
ସୂଚନା ଅନୁଯାୟୀ ଗତ 15 ତାରିଖରେ ଯୁଜୁମୁରା ଥାନା ଅନ୍ତର୍ଗତ କଂସର ଗାଁ ଖ୍ରୀଷ୍ଟନ ପଡାରେ ବନ୍ଦ କୋଠରୀରୁ ଉଦ୍ଧାର ହୋଇଥିଲା ମେରୀ ବେର୍ଜୁଙ୍କ ଗଳିତ ମୃତଦେହ । ଏହା ପରେ ଚର୍ଚ୍ଚାରେ ଆସିଥିଲା ସ୍ବାମୀ ଜ୍ୟୋତିଷ ଟପ୍ନୌର ନାମ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ନିଜ ଦୋଷ ସ୍ବୀକାର କରି କ୍ରୋଧରେ ହତ୍ୟା କରିଥିବା ପ୍ରକାଶ କରିଥିଲା ଜ୍ୟୋତିଷ । ଏହାପରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ।
ପୋଲିସ ସୂଚନା ଅନୁଯାୟୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି ମାତ୍ର ହତ୍ୟାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ।
ସମ୍ବଲପୁରରୁ ବାହଶାହ ଜୁସ୍ମନ ରଣା, ଇଟିଭି ଭାରତ