ETV Bharat / state

ସହାସପୁରର ୯୪ବର୍ଷର ପୁରୁଣା ପରମ୍ପରା, ପାହାଡ଼ ଉପରେ ପୂଜା ପାଆନ୍ତି ଶ୍ରୀକୃଷ୍ଣ - ୯୪ ବର୍ଷର ପରମ୍ପରା

ସମ୍ବଲପୁର ସହାସପୁର ଅଧିବାସୀ ଦୀର୍ଘ ୯୪ ବର୍ଷ ଧରି ଏକ ନିଆରା ପରମ୍ପରା ପାଳି ଆସୁଛନ୍ତି । ଏଠାରେ ଥିବା ଗିରି ଗୋବର୍ଦ୍ଧନ ପାହାଡ଼ ଉପରେ ଶ୍ରୀକୃଷ୍ଣଙ୍କୁ ପୂଜା କରନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ସହାସପୁରର ୯୪ବର୍ଷର ପୁରୁଣା ପରମ୍ପରା, ପାହାଡ଼ ଉପରେ ପୂଜାପାନ୍ତି ଶ୍ରୀକୃଷ୍ଣ

author img

By

Published : Oct 27, 2022, 4:47 PM IST

Updated : Oct 27, 2022, 5:16 PM IST

ସମ୍ବଲପୁର: ଜିଲ୍ଲାର ମାନେଶ୍ବର ବ୍ଲକର ସହାସପୁର ଗାଁର ଲୋକେ ଦୀର୍ଘ ୯୪ ବର୍ଷ ଧରି ପରମ୍ପରାକୁ ବଜାୟ ରଖିଛନ୍ତି । ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟାର ପରଦିନ ଉକ୍ତ ଅଞ୍ଚଳରେ ରହିଥିବା ଗିରି ଗୋବର୍ଦ୍ଧନ ପାହାଡ଼କୁ ପୂଜା କରି ଆସୁଛନ୍ତି । ଏହି ସମୟରେ ଏଠାରେ ଗୋବର୍ଦ୍ଧନ ପୂଜା ସାଙ୍ଗକୁ ଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ । ଲୋକଙ୍କ ଆସ୍ଥା ଓ ବିଶ୍ବାସ ସ୍ବରୂପ ପ୍ରତ୍ୟେକ ବର୍ଷ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ସହାସପୁରର ୯୪ବର୍ଷର ପୁରୁଣା ପରମ୍ପରା, ପାହାଡ଼ ଉପରେ ପୂଜା ପାଆନ୍ତି ଶ୍ରୀକୃଷ୍ଣ
୍ି୍
ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଏହି ଗ୍ରାମବାସୀ ପ୍ରତ୍ୟେକ ବର୍ଷ କାର୍ତ୍ତିକ ଅମାବାସ୍ୟା ପର ଦିନ ୯୪ବର୍ଷ ହେଲା ୧୦୦ ଫୁଟର ଉଚ୍ଚ ପାହାଡ଼ ଉପରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜନ କରି ଆସୁଛନ୍ତି । ଗାଁକୁ ଲାଗିରହିଥିବା ୧୦୦ ଫୁଟ ଉଚ୍ଚର ପାହାଡ଼କୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥାଏ । ଏହା ଉପରେ ପୂଜା ପାଆନ୍ତି ଗିରି ଗୋବର୍ଦ୍ଧନଧାରୀ ଭଗବାନ ଶ୍ରୀକୃଷ୍ଣ । ଏଥିପାଇଁ ଗ୍ରାମର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଉପସ୍ଥିତିରେ ମହିଳା ମାନଙ୍କ ଦ୍ବାରା ପ୍ରଥମେ ସକାଳୁ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରେ ଭଗବାନ ଶ୍ରୀକୃଷ୍ଣଙ୍କ ସଂସ୍ଥାପନ କରାଯାଇ ଗୋବର୍ଦ୍ଧନ ପୂଜା ହୋଇଥାଏ ।

ଗୋବର୍ଦ୍ଧନ ପୂଜା ସାଙ୍ଗକୁ ଯାତ୍ରା
ଗୋବର୍ଦ୍ଧନ ପୂଜା ସାଙ୍ଗକୁ ଯାତ୍ରା

ଏହା ବି ପଢନ୍ତୁ- Fly over Bridge Inaugurated: ପ୍ରତୀକ୍ଷାର ଅନ୍ତ, ଉଦଘାଟିତ ହେଲା ସମ୍ବଲପୁର ଫ୍ଲାଏ ଓଭର

ଏହି ପୂଜା ଦେଖିବାକୁ ଆଖ ପାଖର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏପରିକି ପଡୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ମାନସିକ ପୂରଣ ପାଇଁ ଅନେକ ଶ୍ରଦ୍ଧାଳୁ ଏହି ପୂଜାକୁ ଆସନ୍ତି । ଏହି ଅବସରରେ ଗିରି ଗୋବର୍ଦ୍ଧନ ଯାତ୍ରା କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଥାଏ । ମୁଖ୍ୟତଃ ଆଧ୍ୟାତ୍ମିକତା ସହ ପାହାଡ଼ ସୁରକ୍ଷାର ସନ୍ଦେଶ ବହନ କରୁଥିବା ଏହି ଯାତ୍ରାରେ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ଗିରି ଗୋବର୍ଦ୍ଧନ ପୂଜା
ଗିରି ଗୋବର୍ଦ୍ଧନ ପୂଜା

ଏନେଇ ପୂଜକ ବିଭୁତି ଭୂଷଣ ପାଣିଗ୍ରାହୀ କହିଛନ୍ତି, "ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ କରିଥିବା ସ୍ମୃତିରେ ଏଠାରେ ତାଙ୍କର ପୂଜାର୍ଚ୍ଚନା କରାଯାଏ । ଦୀପାବଳି ଅମାବାସ୍ୟା ପରଦିନ ପ୍ରତିପଦା ତିଥିରେ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଏ । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । କଳସ ଯାତ୍ରା ପରେ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ପରେ ଗୋକୁଲୀଳା ୧୦ମ ସ୍କନ୍ଧରୁ ଗିରି ଗୋବର୍ଦ୍ଧନ ଧାରଣ ପର୍ଯ୍ୟନ୍ତ ଏଠାରେ ଗୀତ ବୋଲାଯାଏ । ଏହାପରେ ପୂର୍ଣ୍ଣାହୁତି ହୁଏ ।"

ଇଟିଭି ଭାରତ, ସମ୍ବଲପୁର

Last Updated : Oct 27, 2022, 5:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.