ETV Bharat / state

ଦାଦାବଟି ମାଗିବା ଅଭିଯୋଗରେ ରେଙ୍ଗାଲୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ

author img

By

Published : Oct 27, 2020, 8:39 PM IST

Updated : Oct 27, 2020, 10:42 PM IST

ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଦାଦା ବଟି ମାଗିବା ଅଭିଯୋଗରେ ରେଙ୍ଗାଲିର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଗିରଫ

ସମ୍ବଲପୁର: ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ସମ୍ବଲପୁର ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ। ତାଙ୍କ ସହ ଆଉ 2 ଜଣକୁ ଗିରଫ କରିଛି ପୋଲିସ। ଏକ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କୁ ଦାଦାବଟି ମାଗିବା ସହ ମାରପିଟ କରିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଥିବା ଜଣାପଡିଛି ।

ଦାଦାବଟି ମାଗିବା ସହ ମାଡ଼ ମାରିବା ଘଟଣାରେ ସମ୍ବଲପୁର ଜିଲ୍ଲାର ଠେଲୋକୋ ଲୋଇ ପୋଲିସ ସୋମବାର 3 ଜଣଙ୍କୁ ଗିରଫ କରିଛି । ଏନେଇ ସମ୍ବଲପୁର ପୋଲିସ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସୋମବାର ରାତି ପ୍ରାୟ ସାଢ଼େ 7ଟାରେ ଆଦିତ୍ୟ ଆଲୁମିନା କମ୍ପାନୀର ଠିକା ସଂସ୍ଥା ଭରୋଦରା ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟର ଏଚଆର ଓ ଆଡ଼ମିନ ବିଭାଗର ମୁଖ୍ୟ ଗୌତମ କୁମାର ରେଡ୍ଡୀଙ୍କୁ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ 5 ଜଣ ଦାଦାବଟି ମାଗିଥିଲେ । ତେବେ ଦାଦା ବଟି ନଦେବାରୁ ଏମାନେ ସଂସ୍ଥାର ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏପରିକି ମାଡ଼ ମାରି ଅଭିଯୁକ୍ତମାନେ ବଳ ପୂର୍ବକ 20 ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ସମ୍ବଲପୁର ଠେଲୋକୋ ଲୋଇ ଥାନାରେ ଅଭିଯୋଗ ହେବା ପରେ ସଦର ଏସଡିପିଓଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେସନ।

ମଙ୍ଗଳବାର ସଂଧ୍ୟାରେ ମୂଖ୍ୟ ଅଭିଯୁକ୍ତ ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ସମେତ ଅନ୍ୟ ଜଣେ ନାବାଳକ ଧରା ପଡିଛନ୍ତି । ସେମାନଙ୍କଠାରୁ ନଗଦ 5000 ଟଙ୍କା ସହ ଏକ ଇନୋଭା ଗାଡି ଜବତ ହୋଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 27, 2020, 10:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.