ସମ୍ବଲପୁର: ଭିଜିଲାନ୍ସ ଜାଲରେ ଡାକ୍ତର ବାବୁ। ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସମ୍ବଲପୁର ରେଢାଖୋଲ ଏସଡିଏମଓ ବିପିନ ବିହାରୀ ସାହୁ।
ସମ୍ବଲପୁର ରେଢାଖୋଲ ଉପଖଣ୍ତ ଚିକିତ୍ସାଳୟର SDMO ବିପିନ ବିହାରୀ ସାହୁ ଜଣେ ରୋଗୀଙ୍କୁ ଚିକିତ୍ସା କରିଥିବାରୁ ୫ ହଜାର ୫ ଶହ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି । ଏନେଇ ଉକ୍ତ ରୋଗୀଙ୍କ ପକ୍ଷରୁ ପୁର୍ବରୁ ସମ୍ବଲପୁର ଭିଜିଲ୍ଲାନ୍ସକୁ ଖବର ଦିଆଯାଇଥିଲା।
ତେବେ ସେ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ରେଡ୍ ହ୍ୟାଣ୍ଡରେ ଧରିଥିଲା । ୫ ହଜାର ୫ ଶହ ନଗଦ ଟଙ୍କା ସହ SDMO ବିପିନ ବିହାରୀ ସାହୁକୁ ଅଟକ ରଖିଛି ଭିଜିଲାନ୍ସ । ଅନ୍ୟପଟେ ଲାଞ୍ଚ ନେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଡିଏମଓ।
ସମ୍ବଲପୁରରୁ ବାଦଶାହା ଯାୁଷ୍ମନ ରଣା, ଇଟିଭି ଭାରତ