ETV Bharat / state

ଇତିହାସରେ ବିରଳ, ରଙ୍ଗବତୀ ପାଇଁ 3 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

author img

By

Published : Jan 30, 2023, 10:29 PM IST

ପ୍ରାୟ ପାଞ୍ଚ ଦଶନ୍ଧି ତଳେ ପ୍ରସ୍ତୁତ ହୋଇଥିବା ରଙ୍ଗବତୀ ଗୀତ ଗୋଟିଏ ପରେ ଗୋଟିଏ ଇତିହାସ ରଚିଚାଲିଛି। ଭାରତରେ ଏହା ଏକମାତ୍ର ଲୋକଗୀତ ଯାହାପାଇଁ 3 ଜଣ ଙ୍କୁ ମିଳିଛି ପଦ୍ମଶ୍ରୀ। ପୂର୍ବରୁ ଏହାର ଗାୟକ ଡ଼ ଜିତେନ୍ଦ୍ରିୟ ହରିପାଲ ଓ ଏହାର ଲେଖକ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ମିଳିସାରିଛି। ଆଉ ବର୍ତ୍ତମାନ ଏହାର ଗାୟିକା କ୍ରିଷ୍ଣା ପଟେଲ ପାଇବାକୁ ଯାଉଛନ୍ତି ପଦ୍ମଶୀ। ଅଧିକ ପଢନ୍ତୁ

ଇତିହାସରେ ବିରଳ, ରଙ୍ଗବତୀ ପାଇଁ 3 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ
ଇତିହାସରେ ବିରଳ, ରଙ୍ଗବତୀ ପାଇଁ 3 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ
ଇତିହାସରେ ବିରଳ, ରଙ୍ଗବତୀ ପାଇଁ 3 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ସମ୍ବଲପୁର: ରଙ୍ଗବତୀ ଗୀତ । ବୋଧହୁଏ ଏମିତି କେହି ନଥିବେ ଯିଏ ଏହି ଲୋକଗୀତକୁ ଜାଣିନଥିବେ। ଗୀତ କୁ ପ୍ରାୟ 5 ଦଶନ୍ଧି ହୋଇ ଗଲାଣି । ଆଜି ମଧ୍ୟ ଏହାର କ୍ରେଜ କମିନାହିଁ। ପ୍ରତ୍ୟେକ ବର୍ଗର ଲୋକ ଏହାକୁ ଜାଣିଛନ୍ତି। ଏବେ ଏହି ଲୋକଗୀତ ପୁଣି ଚର୍ଚାରେ କାରଣ ଏହି ଗୀତର ଗାୟିକା କ୍ରିଷ୍ଣା ପଟେଲଙ୍କୁ ମିଳିଛି ପଦ୍ମଶ୍ରୀ । ହେଲେ ସବୁଠାରୁ ବଡ଼ କଥା ହେଲା ଏହି ଗୀତ ପାଇଁ ଏହାର ଗାୟକ ଜିତେନ୍ଦ୍ରିୟ ହରିପାଲ ଓ ଏହାର ଲେଖକ ମିତ୍ରଭାନୁ ଗୌନ୍ତିଆଙ୍କୁ ପୂର୍ବରୁ ପଦ୍ମଶ୍ରୀ ମିଳିସାରିଛି। ଆଉ ବର୍ତ୍ତମାନ ଏହି ଗୋଟିଏ ଲୋକଗୀତ ପାଇଁ 3 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା। ଗୋଟିଏ ଗୀତ ପାଇଁ 3 ଜଣଙ୍କୁ ପଦ୍ମଶୀ ମିଳିବ ଇତିହାସରେ ସମ୍ଭବତଃ ବିରଳ ବୋଲି ଚର୍ଚ୍ଚା ହେଉଛି।

ପ୍ରାୟ ପାଞ୍ଚ ଦଶନ୍ଧି ତଳେ ପ୍ରସ୍ତୁତ ହୋଇଥିବା ରଙ୍ଗବତୀ ଗୀତ ଗୋଟିଏ ପରେ ଗୋଟିଏ ଇତିହାସ ରଚିଚାଲିଛି। ଭାରତରେ ଏହା ଏକମାତ୍ର ଲୋକଗୀତ ଯାହାପାଇଁ 3 ଜଣ ଙ୍କୁ ମିଳିଛି ପଦ୍ମଶ୍ରୀ। ପୂର୍ବରୁ ଏହାର ଗାୟକ ଡ଼ ଜିତେନ୍ଦ୍ରିୟ ହରିପାଲ ଓ ଏହାର ଲେଖକ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ମିଳିସାରିଛି। ଆଉ ବର୍ତ୍ତମାନ ଏହାର ଗାୟିକା କ୍ରିଷ୍ଣା ପଟେଲ ପାଇବାକୁ ଯାଉଛନ୍ତି ପଦ୍ମଶ୍ରୀ । ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ଏହି ଗୀତ ପ୍ରଥମେ 1975 ମସିହାରେ ଆକାଶବାଣୀ ସମ୍ବଲପୁରରେ ପ୍ରସାରିତ ହୋଇଥିଲା। ପରେ ' ଇନରକୋ" ନାମକ ଏକ କମ୍ପାନୀ ଏହି ଗୀତକୁ ପୁଣି ରେକର୍ଡିଂ କରିଥିଲା। ସେତେବେଳେ ପ୍ରଭୁଦତ୍ତ ପ୍ରଧାନ ଏହି ଗୀତରସଙ୍ଗୀତ ସଂଯୋଜନା କରିଥିବା ବେଳେ ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ କଣ୍ଠଦାନ କରିଥିଲେ। ଏହା ପରେ ଏହି ଗୀତ ଅସମ୍ଭବ ଲୋକପ୍ରିୟତା ହାସଲ କରିଥିଲା। ଆଉ ଏହାର ଲୋକପ୍ରିୟତା ରାଜ୍ୟ ତଥା ଦେଶ ବାହାରକୁ ପ୍ରସାରିତ ହୋଇଥିଲା ।

ଆଜି ମଧ୍ୟ ପ୍ରତ୍ୟେକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏହି ଗୀତ ପାଇଁ ଶ୍ରୋତାଙ୍କ ପ୍ରଥମ ଦାବି ରହିଆସୁଛି। ସାରା ଓଡିଶା ତଥା ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟରେ ମଧ୍ୟ ବାହାଘର ଶୋଭଯାତ୍ରା ହେଉକି ମୂର୍ତି ବିସର୍ଜନରେ ଏହି ଗୀତର ସର୍ବାଧିକ ଚାହିଦା ରହିଥାଏ। 2007 ମସିହାରେ ଜନରାଜ୍ୟ ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ବାଜିଥିଲା ରଙ୍ଗବତୀ ଗୀତ। ପରେ ଏହି ଗୀତକୁ ସୋନା ମହାପାତ୍ର ଗାଇଥିଲେ ଯାହାକୁ ନେଇ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏସୀୟ ଆଥଲେଟିକ ଚମ୍ପିୟାନଶିପର ଉଦଘାଟନୀ ଉତ୍ସବରେ ବଲିଉଡ ର ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ ଏହି ଗୀତ ଗାଇଥିଲେ। ତେବେ ଏହି ଗୀତକୁ ପରେ ଯେତେ କଳାକାର ଗାଇଥିଲେ ମଧ୍ୟ ଏହାର ଅରିଜିନାଲ ସାଉଣ୍ଡ ଟ୍ରାକର କ୍ରେଜ ଆଜି ବି ବଜାୟ ରହିଛି। ଆଉ ବର୍ତ୍ତମାନ ଏହାର ଗାୟିକା କ୍ରିଷ୍ଣା ପଟେଲ ଙ୍କୁ ଏହି ପଦ୍ମଶ୍ରୀ ମିଳିବା ପରେ ଏହି ଗୋଟିଏ ଲୋକଗୀତ ପାଇଁ ମୋଟ 3 ଜଣ କଳାକାର ଙ୍କୁ ପଦ୍ମଶ୍ରୀ ମିଳିବାରେ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ଏହି କାଳଜୟୀ ରଙ୍ଗବତୀ ଗୀତର ସଙ୍ଗୀତ ସଂଯୋଜକ ପ୍ରଭୁଦତ୍ତ ପ୍ରଧାନଙ୍କୁ ମଧ୍ୟ ମରଣତ୍ତୋର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ ବୋଲି ମଧ୍ୟ ଦାବି ହେଉଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.