ETV Bharat / state

ରବି ଧାନ ସଂଗ୍ରହ ପ୍ରକ୍ରିୟା: ଆସନ୍ତା ମେ ୯ରୁ ଜିଲ୍ଲାରେ ହେବ ଆରମ୍ଭ

author img

By

Published : Apr 18, 2022, 6:11 PM IST

ଚଳିତ ବର୍ଷର ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ସମ୍ବଲପୁରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ମେ ୯ ତାରିଖରେ ଆରମ୍ଭ ହେବ ଏହି ପ୍ରକ୍ରିୟା । ଅଧିକ ପଢନ୍ତୁ

ରବି ଧାନ ସଂଗ୍ରହ ପ୍ରକ୍ରିୟା: ଆସନ୍ତା ମେ ୯ରୁ ଜିଲ୍ଲାରେ ହେବ ଆରମ୍ଭ
ରବି ଧାନ ସଂଗ୍ରହ ପ୍ରକ୍ରିୟା: ଆସନ୍ତା ମେ ୯ରୁ ଜିଲ୍ଲାରେ ହେବ ଆରମ୍ଭ

ସମ୍ବଲପୁର: ଚଳିତ ବର୍ଷର ରବି ଋତୁ ଧାନ ସଂଗ୍ରହ ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ DLPC ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 9 ତାରିଖରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଚାଷୀଙ୍କ ଧାନ ବିକ୍ରି ପାଇଁ 30 ଗୋଟି ପେକ୍ସ ଓ ଲ୍ୟାମ୍ପ, 10 ଟି ସ୍ବୟଂ ସହାୟକ ଗୋଷ୍ଠୀ, 66 ଟି PPC (ମାର୍କେଟ ୟାର୍ଡ) ର ବ୍ୟବସ୍ଥା ହୋଇଛି । ଏଥିପାଇଁ 46 ଜଣ ମିଲର ନିୟୋଜିତ ହୋଇଛନ୍ତି । ଚାଷୀଙ୍କୁ କ୍ବିଣ୍ଟାଲ ପିଛା 1940 ଟଙ୍କା ଓ ଉନ୍ନତ ମାନର ଧାନ ପାଇଁ କ୍ବିଣ୍ଟାଲ ପିଛା 1960 ଟଙ୍କାର ମୂଲ୍ୟ ଦେବା ପାଇଁ ନିର୍ଦ୍ଧାରିତ ହୋଇଛି । ଏଥର 14 ହଜାର 759 ଜଣ ଚାଷୀ ପଞ୍ଜିକରଣ କରିଥିବା ସୂଚନା ମିଳିଛି ।

ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମ୍ବଲପୁର ଜିଲ୍ଲାର 3 ଜଣ ବିଧାୟକ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଚାଷୀ ଓ ମିଲରମାନେ ଯୋଗ ଦେଇ ଚଳିତ ବର୍ଷର ରବି ଧାନ କ୍ରୟ ପ୍ରକ୍ରିୟା ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ଆସନ୍ତା 9 ତାରିଖରୁ ଧାନ କ୍ରୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.