ETV Bharat / state

ମୁଖ୍ୟ ଶ୍ରୋତକୁ ଫେରନ୍ତୁ ନକ୍ସଲ: CRPF କମାଣ୍ଡାଣ୍ଟ - sambalpur new crpf commandant nanda kumar

ସମ୍ବଲପୁରରେ 12 ବାଟାଲିୟନର କର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମାଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ ନକ୍ସଲମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରିବାକୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ

press conference
press conference
author img

By

Published : Jan 21, 2023, 8:55 AM IST

press conference

ସମ୍ବଲପୁର: ସମ୍ବଲପୁର ସ୍ଥିତ CRPF 12 ବାଟାଲିୟନର କମାଣ୍ଡାଣ୍ଟ ନକ୍ସଲମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରିବାକୁ ଅପିଲ କରିଛନ୍ତି । ଗତକାଲି ସମ୍ବଲପୁରରେ 12 ବାଟାଲିୟନର କର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମାଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ ଏହି ସୂଚନା ଦେଇଛନ୍ତି । ସମ୍ବଲପୁରରେ ଯୋଗଦାନ ପରେ ସେ ଗତକାଲି ପ୍ରଥମ ଥର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅପିଲ କରିଛନ୍ତି ।

ତେବେ ସମ୍ବଲପୁର 12 ବାଟାଲିୟନ CRPF ବର୍ତ୍ତମାନ ରାଜ୍ୟର ନବରଙ୍ଗପୁର ଓ କଳାହାଣ୍ଡିର କାର୍ଯ୍ୟ କରୁଛି । ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ନକ୍ସଲ ଗତିବିଧି ସକ୍ରିୟ ଥିବା ବେଳେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅନୁସାରେ ଏହା କାର୍ଯ୍ୟ କରୁଛି । ରାଜ୍ୟ ପୋଲିସର ପୂର୍ଣ୍ଣ ସହଯୋଗ ରହିଛି ଓ ଏହା ଦ୍ୱାରା CRPF ସଫଳତାର ସହ କାର୍ଯ୍ୟ କରୁଛି । ସରକାରଙ୍କ ନୀତି ଓ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ସମ୍ପାଦନ କରାଯାଉଛି । ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇଥିବା ଲୋକ କିପରି ମୁଖ୍ୟ ଧାରାକୁ ଫେରିବେ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି କହିଛନ୍ତି କମାଣ୍ଡୋଣ୍ଟ ।

ଏହା ସହ ସେ କହିଛନ୍ତି ଯେ ମୁଖ୍ୟ ସ୍ରୋତରୁ ଅଲଗା ହୋଇଥିବା ଲୋକଙ୍କ କେବଳ ଦମନ କରିବା CRPFର ଲକ୍ଷ୍ୟ ନୁହେଁ ବରଂ ସେମାନେ କିପରି ସମାଜର ମୁଖ୍ୟ ସ୍ରୋତକୁ ଫେରିବେ ସେନେଇ CRPF ସବୁବେଳେ ତତ୍ପର ବୋଲି କହିଛନ୍ତି କମାଣ୍ଡାଣ୍ଟ । ଏଥିପାଇଁ ମୁଖ୍ୟ ସ୍ରୋତରୁ ଅଲଗା ହୋଇଥିବା ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ କିପରି ଫେରିବେ ସେନେଇ କମାଣ୍ଡାଣ୍ଟ ଅପିଲ କରିଛନ୍ତି ।

ତେବେ ବର୍ତ୍ତମାନ ମଧ୍ୟ ରାଜ୍ୟରେ ନକ୍ସଲ ଗତିବିଧିର ନେତୃତ୍ୱ ନେଇଥିବା 2 ରୁ 3 ଜଣ ବ୍ୟକ୍ତି ଅଛନ୍ତି । ଏମାନଙ୍କ ଗତିବିଧି ଉପରେ CRPFର ତୀକ୍ଷ୍ଣ ନଜର ରଖିଛି । ତେବେ ବରଗଡ, ବଲାଙ୍ଗୀର ଓ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ମଧ୍ୟ ନକ୍ସଲ ଗତିବିଧି ଜାରି ଥିବାରୁ ଏହି ଅଞ୍ଚଳରେ ମଧ୍ୟ CRPF କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି କମଣ୍ଡାଣ୍ଟ ନନ୍ଦ କିଶୋର କୁମାର ପ୍ରସାଦ । ଓଡିଶାରେ CRPF ସବୁବେଳେ ସକ୍ରିୟ ହୋଇ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଛି ବୋଲି କହିଛନ୍ତି କମାଣ୍ଡାଣ୍ଟ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.