ETV Bharat / state

ପାଣ୍ଡିଆନ ଡର: କିଛି ଘଣ୍ଟାରେ ବଦଳିଗଲା ହସ୍ପିଟାଲର ରୂପରେଖ - 5‘ଟ’ ସଚିବ

ଅଚାନକ ଗସ୍ତ କରି ବିଭିନ୍ନ ଜିଲ୍ଲାରେ 'ମୋ ସରକାର' କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଯାହାକୁ ନେଇ ତତ୍ପର ହୋଇଉଠିଛି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ...

ପାଣ୍ଡିଆନ ଡର: କିଛି ଘଣ୍ଟାରେ ବଦଳିଗଲା ହସ୍ପିଟାଲର ରୂପରେଖ
author img

By

Published : Oct 29, 2019, 9:12 PM IST

ସମ୍ବଲପୁର: ସୁନ୍ଦର ଭାବେ ସଜେଇ ହୋଇଛି ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ । ଆସିଛି ଗମଲା ସହ ଗଛ । ହସ୍ପିଟାଲ ପରିସରରେ ପୋଲିସ ଛାଉଣୀ । ଉପସ୍ଥିତ ଅଛନ୍ତି ସମସ୍ତ ବରିଷ୍ଠ ଅଧିକାରୀ । କର୍ମଚାରୀ ତତ୍ପର । ରୋଗୀଙ୍କୁ ଆଜି ଲାଗୁଛି ନୂଆ । କାରଣ ମିଳୁଛି ସଠିକ ଓ ଉନ୍ନତ ସେବା । ସବୁଦିନ ଅପେକ୍ଷା ଆଜି ମିଳୁଥିଲା ଅପେକ୍ଷାକୃତ ଭଲ ସେବା ।

ପାଣ୍ଡିଆନ ଡର: କିଛି ଘଣ୍ଟାରେ ବଦଳିଗଲା ହସ୍ପିଟାଲର ରୂପରେଖ

ସେପଟେ ବାରମ୍ବାର ଗେଟ ଆଡକୁ ଉଣ୍ଡୁଛନ୍ତି ଅଧିକାରୀ । କାଳେ ଆସିଯିବେ କି ? କେଉଁ ମୁହୂର୍ତ୍ତରେ ହଠାତ ଆସି ପହଞ୍ଚିଯିବେ । ତେବେ କିଏ ଆସିବ, ଯାହାକୁ ନେଇ ଏତେ ସାଜସଜ୍ଜା ? କାହାକୁ ଅପେକ୍ଷା କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ, ମିଡିଆ ଓ ପୋଲିସ ? ପ୍ରକୃତରେ ଏହା ହେଉଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ଆଉ ଏଠାରେ ସମସ୍ତଙ୍କ ଅପେକ୍ଷା ଥିଲା 5‘ଟି’ ସଚିବ ଭି କେ ପାଣ୍ଡିଆନଙ୍କୁ ।

ଅଚାନକ ଗସ୍ତ କରି ବିଭିନ୍ନ ଜିଲ୍ଲାରେ 'ମୋ ସରକାର' କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ପାଣ୍ଡିଆନ । ଅବହେଳା ବିରୋଧରେ ନେଉଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ । ଆଉ ଏହି ଡର ଦେଖିବାକୁ ମିଳିଛି ସମ୍ବଲପୁର ହସ୍ପିଟାଲରେ । ସଚିବଙ୍କ ଗସ୍ତକୁ ନେଇ ସମସ୍ତେ ତତ୍ପର । ମାତ୍ର କିଛି ଘଣ୍ଟାରେ ବଦଳିଗଲା ମୁଖ୍ୟ ଚିକିତ୍ସାଳୟର ରୂପରେଖ । ନୂଆ ରୂପ ସହ ଉନ୍ନତ ରୋଗୀସେବା । ପୁଣି ତା’ ସାଙ୍ଗକୁ ସମସ୍ତ ଡାକ୍ତରଙ୍କ ଉପସ୍ଥିତି ।

କେବେବି ସମୟ ପୂର୍ବରୁ ଆସୁନଥିବା କିଛି ବରିଷ୍ଠ ଅଧିକାରୀ ଆଜି ସମୟ ଆଗରୁ ପହଞ୍ଚି ଯାଇଥିଲେ । ସିଡିଏମଓ, ଏଡିଏମଓ, ସମ୍ବଲପୁର ଅତିରିକ୍ତ ଏସପି, ଟାଉନ ଥାନା ଅଧିକାରୀ ସମସ୍ତେ ଉପସ୍ଥିତ ଥିଲେ । ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ । ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପରିସରରେ ଆଡ୍ଡା ଜମାଇଥିଲେ । ସମସ୍ତଙ୍କ ଅପେକ୍ଷା ସଚିବଙ୍କୁ । ମନେମନେ ଆଶ୍ବସ୍ତ ଅନୁଭବ କରୁଥିଲେ ଅଧିକାରୀ । ଯାହା ହେଉ ଆସିବା ପୂର୍ବରୁ ସବୁ ଆୟୋଜନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହୋଇଗଲା । କିଛି ବି ସମସ୍ୟା ନଥିଲା । ଆୟୋଜନ ଦେଖି ଖୁସି ହୋଇଯିବେ ସଚିବ ।

ହେଲେ ଏତେ ସବୁ ଆୟୋଜନ ଫସର ଫାଟିଯାଇଥିଲା । ଯେତେବେଳେ ଜଣାପଡିଥିଲା ଯେ ପାଣ୍ଡିଆନ ଆସୁନାହାନ୍ତି ବୋଲି । ପ୍ରକୃତରେ ପାଣ୍ଡିଆନଙ୍କ ଆସିବାର କୌଣସି ସୂଚନା ନଥିଲା । ପଡୋଶୀ ଜିଲ୍ଲା ଦେବଗଡରେ ଥିଲେ ସଚିବ । କିନ୍ତୁ ଡର ଘାରିଥିଲା ସମ୍ବଲପୁର ଯାଏଁ । ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । କାଳେ ମାଡି ଆସିବେ କି ? ଏହି ଡରରେ ସମସ୍ତେ ହୋଇ ଉଠିଥିଲେ ତତ୍ପର । ଅପେକ୍ଷା କରିଥିଲେ ସମସ୍ତେ । ସକାଳ 9ଟାରୁ ଅପରାହ୍ନ 4ଟା । କିନ୍ତୁ ଆସିନଥିଲେ ସଚିବ । ଗସ୍ତ ସାରି ଦେବଗଡରୁ ହିଁ ଫେରିଯାଇଥିଲେ ।

ସାରା ଦିନ ଅପେକ୍ଷା କରିବା ପରେ ପାଣ୍ଡିଆନ ନ ଆସିବା ଖବରରେ ପୋଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷ, କର୍ମଚାରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଶ୍ଚିତ ନିରାଶ ହୋଇଥିବେ । କାମ ଦେଲାନି ଏତେ ସାଜସଜ୍ଜା । ହେଲେ ଏସବୁ ଭିତରେ ଯିଏ ଖୁସି ହୋଇଥିବ ସେ ହେଉଛନ୍ତି ରୋଗୀ । ମନେ ମନେ ସେମାନେ ନିଶ୍ଚୟ ଭାବୁଥିବେ ସଚିବ ନ ଆସନ୍ତୁ । କିନ୍ତୁ ସବୁଦିନ ଏପରି ଉଡା ଖବର ଆସୁଥାଉ । ଆଉ ସେମାନେ ଖୁସିରେ ରହନ୍ତୁ । ଅନ୍ତତଃ ଯେଉଁ ଡାକ୍ତରଙ୍କୁ ଦିନସାରା ଖୋଜୁଥାନ୍ତି ସେମାନଙ୍କୁ ଠିକ ସମୟରେ ଭେଟିପାରନ୍ତେ । ସାରା ସହରବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ଯଦି ସଚିବ ନଆସୁଣୁ ଏତେ, ତେବେ ସତରେ ଆସିଲେ କଣ ହେବ ?

ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ

Intro:ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 5T ସଚିବ ପଣ୍ଡିଆନ ଅଚାନକ ଗସ୍ତ କରୁଛନ୍ତି।ବିଭିନ୍ନ ଜିଲ୍ଲାକୁ ଯାଇ ଅବହେଳା କରୁଥିବା କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି।ଏଭଳି ପରିସ୍ଥିତିରେ ଯେହେତୁ ପଣ୍ଡିଆନ ସମ୍ବଲପୁର ଏପର୍ଯ୍ୟନ୍ତ ଆସିନାହାନ୍ତି , ତେବେ ପ୍ରତ୍ୟେକ ଦିନ ପଣ୍ଡିଆନ ଙ୍କ ଆସିବାର କୋକୁଆ ଭୟ ଘାରିଛି ସମ୍ବଲପୁର ମେଡିକାଲ କର୍ମଚାରୀ ଓ ପୋଲିସ ବିଭାଗ କୁ।

Body:ଆଜି ସକାଳ 9 ଟାରୁ ଅପରାହ୍ନ 4 ପର୍ଯ୍ୟନ୍ତ ଭୟରେ ଥିଲେ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟ ର ଅଧିକାରୀ ,କର୍ମଚାରୀ ଓ ଭିଭାଗର ଲୋକେ। ଆଜି ପଡୋଶୀ ଦେବଗଡ଼ ଜିଲ୍ଲାକୁ ପଣ୍ଡିଆନ ଆସିଥିବାରୁ ଏହାର ପ୍ରତିଫଳନ ଦେଖଗିବାକୁ ମିଳିଥିଲା ସମ୍ବଲପୁର ରେ।ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ପଣ୍ଡିଆନ ଆସିବେ ବୋଲି ସମସ୍ତ ଅଧିକାରୀ କର୍ମଚାରୀ ତତ୍ତ୍ୱର ହୋଇ ଉଠିଥିଲେ। କୁଛି କର୍ମଚରୀ ପଣ୍ଡିଆନ ଙ୍କ ଆସିବା ବାଟ ଦେଖୁଥିବା ବେଳେ ହସ୍ପିଟାଲ ପରିସର ପୋଲିସ ଛାଉଣୀ ରେ ପରିବର୍ତ୍ତନ ହୋଇଥିଲା। ସିଡିଏମଓ,ଏଡିଏମଓ, ସମ୍ବଲପୁର ଅତିରିକ୍ତ ଏସପି, ଟାଉନ ଥାନା ଅଧିକାରୀ ସମସ୍ତେ ଥିଲେ ଉପସ୍ଥିତ। ଏପଟେ ଗୋଟିଏ ପ୍ଲାଟୁନ ପୋଲିସ ମଧ୍ୟ ମୁତୟନ ହୋଇଥିଲେ। ପ୍ରାୟ ସବୁ ଡାକ୍ତର ଉପସ୍ଥିତ ଥିବା ବେଳେ ରୋଗୀ ସେବା ମଧ୍ୟ ଠିକ ଠାକ ଚଳିଥାଏ। ପଣ୍ଡିଆନ କୁ ଖୁସି କରିବା ପାଇଁ ସାଙ୍ଗେ ସାଙ୍ଗେ ଗମଲା ସହିତ ସୋ ଗଛ ମଧ୍ୟ ଆସିଗଲା। ଏସବୁ ଦେଖିଲା ପରେ ଏମିଟି ଲାଗୁଥିଲା ଯେ କେହି କିଛି ସ୍ପଷ୍ଟ ଭାବେ ଜାଣି ନଥିଲେ ମଧ୍ୟ ସତେ ଯେମିତି ପଣ୍ଡିଆନ ଭୟ ସମସ୍ତଙ୍କୁ ଘାରୁଛି।।

ବାଇଟ-1- ଦୈତାରୀ,ସୋ ଗଛ ସଯାଉ ଥିବା ଶ୍ରମିକ।
ବାଇଟ-2-ରଞ୍ଜିତ ମହନନ୍ଦ।ଫୁଲ ଗଛ ଆଣିଥିବା ବ୍ୟବସାୟୀ।

ଅନ୍ୟପଟେ ଆଜି ସକାଳ 8 ଟାରୁ ସବୁ ଗଣ ମାଧ୍ୟମର ପ୍ରତିନିଧି ଓ ତାଙ୍କ ଟିମ ର ଆଡ୍ଡା ଜମିଥିଲା ସମ୍ବଲପୁର ସରକାରୀ ମୁଖ୍ୟ ଚିକତ୍ସା ଲୟରେ। ଏପଟେ ପଣ୍ଡିଆନ ଗସ୍ତର ଭୟରେ ରୋଗୀସେବା ମଧ୍ୟ ସୁରୁଖୁରୁରେ ଚଳିଥାଏ। ପ୍ରାୟ ସବୁ ଡାକ୍ତର ଆଜି ଉପସ୍ଥିତ ଥିଲେ। ସରକାରୀ ହସ୍ପିଟାଲ ର ଏପରି ଦୃଶ୍ୟ ବୋଧ ହୁଏ କେହି କେବେ ଦେଖି ନଥିବେ। ସେ ଯାହା ହେଉନା କାହିଁକି ପଣ୍ଡିଆନ ଆସୁଛନ୍ତି ବୋଲି ଏପରି ଉଡା ଖବରରେ କିଛି ଘଣ୍ଟା ହେଲେ ମଧ୍ୟ ହସ୍ପିଟାଲ ର ବ୍ୟବସ୍ଥା ପୁରାପୁରି ବଦଳି ଯାଇଥିଲା।

ବାଇଟ-3-ସୁକାନ୍ତ କର, ସଚେତନ ନାଗରିକ, ସମ୍ବଲପୁର।

Conclusion:ଏବେ ସାରା ସମ୍ବଲପୁର ସହରରେ ଗୋଟିଏ ଚର୍ଚ୍ଚା ପଣ୍ଡିଆନ ନଆସିଲେ ମଧ୍ୟ ତାଙ୍କର ଆସିବାର ଚର୍ଚ୍ଚା ଏମିତି ହେଉଥାଉ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.