ETV Bharat / state

Polythene Ban In Sambalpur: ନାଁ କୁ ମାତ୍ର ପଲିଥିନ ବ୍ୟାନ, ଖୁଲମ ଖୁଲା ଚାଲିଛି ବ୍ୟବହାର

author img

By

Published : Dec 3, 2021, 5:40 PM IST

ସମ୍ବଲପରୁ ମ୍ୟୁନିସିପାଲରେ ପଲିଥିନ ବ୍ୟାନକୁ 8 ବର୍ଷ ବିତି ଯାଇଥିଲେ ମଧ୍ୟ ଫଳ ଶୂନ (Polythene Ban In Sambalpur Municipal Corporation) । କେବଳ କାଗଜ କଲମରେ ରହିଯାଇଛି ବ୍ୟବସ୍ଥା, ସହରର ଯେଉଁଠିକୁ ଯିବ ସେଠାରେ କୁଢ କୁଢ ପଲିଥିନ ଗଦା । ଅସନ୍ତୋଷ ବ୍ୟକ୍ତ କଲେ ସହରବାସୀ । ଅଧିକ ପଢନ୍ତୁ

Polythene Ban Sambalpur: ସମ୍ବଲପୁରରେ ନାଁ କୁ ମାତ୍ର ପଲିଥିନ ବ୍ୟାନ, ଖୁଲମ ଖୁଲା ଚାଲୁଛି ବ୍ୟବହାର

ସମ୍ବଲପୁର: ମହାନଗରରେ ପଲିଥିନର ବ୍ୟାନକୁ 8 ବର୍ଷ ହୋଇଗଲେ ( 8 years to Polythene Ban In Sambalpur Municipal Corporation) । 2014 ମସିହାରେ ସମ୍ବଲପୁର ସହରରେ ଜଣ୍ଡିସ ମହାମାରୀ ରୂପ ନେବା ପରେ ନାଳ ନାର୍ଦମାର ସଫେଇକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ତତ୍କାଳୀନ ଜିଲ୍ଲାପାଳ ବଳବନ୍ତ ସିଂ ସମ୍ବଲପୁର ମହାନଗରରେ ପଲିଥିନର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲାଗେଇଥିଲେ । ତେବେ କିଛି ଦିନ ଏହି ନିର୍ଦ୍ଦେଶର କଡା କଡ଼ି ପାଳନ ପରେ ଅବସ୍ଥା ପୁଣି ଯେମିତି କୁ ସେମିତି । ବର୍ତ୍ତମାନ ସହରର ଅବସ୍ଥା ଦେଖିଲେ ପଲିଥିନ ବ୍ୟାନ ହୋଇଥିବା ପରି ଲାଗୁନି । ସତେ ଯେମିତି ସବୁ କାଗଜ କଲମରେ ରହି ଯାଇଛି ।

ପଲିଥିନ ମୁକ୍ତ ହେବ ସମ୍ବଲପୁର ସହର ( Sambalpur town to Polythene free) । ଏହି ସ୍ଲୋଗାନ ଦେଇ 2014 ରେ ସମ୍ବଲପୁର ମହାନଗରରେ ପଲିଥିନ ବ୍ୟବହାର ଉପରେ ରୋକ ଲଗାଯାଇଥିଲା । ପଲିଥିନ ବ୍ୟବହାର କଲେ ମୋଟା ଅଙ୍କର ଫାଇନ ଦେବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲେ । ଆଉ ବହୁ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ ମଧ୍ୟ କରାଗଲା । କିଛି ଦିନ ପାଇଁ ସମ୍ବଲପୁର ସହର ଏମିତି ଲାଗିଲା ଯେ, ସମ୍ବଲପୁର ସହର ସତକୁ ସତ ପଲିଥିନ ମୁକ୍ତ ହୋଇଗଲା । ତେବେ ବର୍ତ୍ତମାନ ସ୍ଥିତି ଯଥା ପୂର୍ବଂ ତଥା ପରଂ । ସହରର ମୁଖ୍ୟ ସଡ଼କ ଏବଂ ଗଳି-କନ୍ଦିରେ ଏବେ ଗଦା ଗଦା ପଲିଥିନ ପଡିରହିଥିବା ଦେଖିବାକୁ ମିଳୁଛି । ଦୋକାନ ବଜାର ସବୁଠାରେ ଛୋଟ ବଡ଼ ଦୋକାନ ସବୁଠାରେ ଖୁଲମ ଖୁଲା ପଲିଥିନ ବିକ୍ରି ହେଉଛି ।

ତେବେ ଏଥିପାଇଁ କେବଳ ସାଧାରଣ ଲୋକ ଦାୟୀ ନୁହଁନ୍ତି ବରଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଭଲ ଭାବେ ନହେବା ଓ ନିୟମ କଡାକଡି ଅନୁପାଳନ ନହେବା ମଧ୍ୟ ଦାୟୀ ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ଏହା ସହ ଛୋଟ ଦୋକାନୀମାନଙ୍କ ଅପେକ୍ଷା ହୋଲସେଲର ଓ ଷ୍ଟକିଷ୍ଟମାନଙ୍କ ଉପରେ କାହିଁକି ଚଢ଼ାଉ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ ।

ଅନ୍ୟପଟେ ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ (Enforcement Officer Sambalpur) ଅଫିସର ସୂଚନା ଦେଇଛନ୍ତି ଯେ, ପ୍ରତ୍ୟେକ ଦିନ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ସଚେତନତା କରାଯାଇଛି । ସ୍ୱଚ୍ଛ ସାଥୀ ସୁପରଭାଇଜର, ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଓ ସାନିଟାଇଜେସନ ଟିମ ପକ୍ଷରୁ ଘରକୁ ଘର ଯାଇ ସଚେତନତା କରାଯିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଫାଇନ ମଧ୍ୟ କରାଯାଉଛି ବୋଲି ଏନଫୋର୍ସମେଣ୍ଟ ଅଫିସର କହିଛନ୍ତି । ଏଥିସହ ଗତ 5 ମାସରେ 82 ହଜାର ଟଙ୍କା କେବଳ ପଲିଥିନ ବ୍ୟବହାର ଉପରେ ଫାଇନ କରାଯାଇଛି ବୋଲି ସେ କହିଛନ୍ତି ।

ତେବେ ପଲିଥିନ ବ୍ୟବହାର ଯେ କେବଳ ସହରର ଡ୍ରେନେଜ ବ୍ୟବସ୍ଥାକୁ ଦୂଷିତ କରୁଛି ତାହା ନୁହେଁ, ଏଠାରେ ବାସ କରୁଥିବା ସମସ୍ତ ପ୍ରାଣୀଙ୍କ ଉପରେ ପ୍ରଭାବ ପକାଉଛି । ତେଣୁ କେବଳ ତଦାରଖ କିମ୍ବା ନିୟମ ପ୍ରଣୟନ କରିଦେଲେ ସମାଧାନ ହେବନି, ଏଥିପାଇଁ ସମୀକ୍ଷାର ଆବଶ୍ୟକତା ପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.