ETV Bharat / state

ମାଟି ତଳୁ ମିଳିଲା ନିଖୋଜ ଆରତୀଙ୍କ ମୃତଦେହ - ନିଖୋଜ ଆରତୀଙ୍କ ମୃତଦେହ

ସମ୍ବଲପୁର ସାକ୍ଷୀପଡାରୁ ନିଖୋଜ ମହିଳା ଆରତୀଙ୍କ ମୃତଦେହ ଉଦ୍ଧାର କରିଛି ସମ୍ବଲପୁର ପୋଲିସ । ସିଟି ଷ୍ଟେସନ ପଛ ପଟେ ଥିବା ଆମ୍ବୁରେଇ ଜଙ୍ଗଲ ଭିତରେ ମାଟିତଳୁ ମିଳିଲା ଗଳିତ ମୃତଦେହ । ଅଧିକ ପଢ଼ନ୍ତୁ...

police recovers deadbody, dead body of missing woman recovered, sambalpur sakhipara,  ମାଟି ତଳୁ ମିଳିଲା ନିଖୋଜ ଆରତୀଙ୍କ ମୃତଦେହ,  ନିଖୋଜ ଆରତୀଙ୍କ ମୃତଦେହ, ସମ୍ବଲପୁର ମହିଳା ନିଖୋଜ ହେବା ଘଟଣା
ମାଟି ତଳୁ ମିଳିଲା ନିଖୋଜ ଆରତୀଙ୍କ ମୃତଦେହ
author img

By

Published : Jan 18, 2020, 6:08 PM IST

ସମ୍ବଲପୁର: ଶେଷରେ ଠାବ ହଲା ଜିଲ୍ଲାର ସାକ୍ଷୀପଡା ଗୋଆଲା ପଡାର ନିଖୋଜ ବିବାହିତା ମହିଳା ଆରତୀ ଦେବୀଙ୍କ ମୃତଦେହ। ଶନିବାର ସମ୍ବଲପୁର ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ସହାୟତାରେ ମାଟି ଖୋଳି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି ।

ମାଟି ତଳୁ ମିଳିଲା ନିଖୋଜ ଆରତୀଙ୍କ ମୃତଦେହ

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ପଛ ପଟେ ଥିବା ଆମ୍ବୁରେଇ ଜଙ୍ଗଲ ଭିତରୁ ମାଟି ଖୋଳି ନିଖୋଜ ମହିଳାଙ୍କ ମୃତଦେହକୁ ଠାବ କରିଛି ସମ୍ବଲପୁର ପୋଲିସ। ଗତ ଡିସେମ୍ବର 31 ତାରିଖରୁ ମହିଳା ଜଣକ ତାଙ୍କ ସ୍ବାମୀ କୁନାଲ ସିଂଙ୍କ ସହ ଝଗଡା କରି ରହସ୍ୟମୟ ଭାବେ ସମ୍ବଲପୁର ସାକ୍ଷୀପଡା ସ୍ଥିତ ଶ୍ବଶୁର ଘରୁ ନିଖୋଜ ହୋଇଯାଇଥିଲେ। ଏହା ପରେ ମହିଳାଙ୍କ ଶ୍ବଶୁର ଘର ଲୋକ ମଧ୍ୟ କୁଆଡେ ଫେରାର ହୋଇଯାଇଥିଲେ।

ଏଭଳି ପରିସ୍ଥିତିରେ ସନ୍ଦେହ ହେବାରୁ ମହିଳାଙ୍କ ବାପା ବିହାରରୁ ସମ୍ବଲପୁର ଆସି ନିଜ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ସମ୍ବଲପୁର ମହିଳା ଥାନାରେ ଜାନୁଆରୀ 9 ତାରିଖରେ ଏତଲା ଦେଇଥିଲେ।

ଏହାପରେ ସମ୍ବଲପୁର ପୋଲିସ 2ଟିମ ଗଠନ କରି ମହିଳାଙ୍କ ଶ୍ବଶୁର ଘର ଲୋକଙ୍କୁ ଖୋଜିବାକୁ ବିହାର ଓ ପଶ୍ଚିମବଙ୍ଗ ପଠାଇଥିଲା । ସେଠାରୁ ମୃତ ଆରତୀଙ୍କ ସ୍ଵାମୀ କୁନାଲଙ୍କ ସମେତ 5 ଜଣଙ୍କୁ ପୋଲିସ ସମ୍ବଲପୁର ଆଣି ପଚରା ଉଚରା କଲା ପରେ ଏହି ସ୍ଥାନରୁ ମାଟି ଖୋଳି ଆରତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି। ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ହୋଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଶେଷରେ ଠାବ ହୋଇଛି ସମ୍ବ ସାକ୍ଷୀପଡା ର ଗୋଆଲା ପଡା ରୁ ନିଖୋଜ ଥିବା ବିବାହିତା ମହିଳା ଆରତୀ ଦେବୀଙ୍କ ଶବ।ଆଜି ସମ୍ବଲପୁର ପୋଲିସ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସାଇଣ୍ଟିଫିକ ଟିମ ସହାୟତା ରେ ମାଟି ଖୋଲି ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି।

Body:ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସିଟି ଷ୍ଟେସନ ପଛ ପଟେ ଥିବା ଆମ୍ବ ବୁରେଇ ଜଙ୍ଗଲ ଭିତରୁ ମାଟି ଖୋଲି ନିଖୋଜ ମହିଳା ଙ୍କ ମୃତ ଦେହକୁ ଠାବ କରିଛି ସମ୍ବଲପୁର ପୋଲିସ। ଗତ ଡିସେମ୍ବର 31 ତାରିଖରୁ ମହିଳା ଜଣକ ତାଙ୍କ ସ୍ୱାମୀ କୁନାଲ ସିଂ ଙ୍କ ସହ ଝଗଡା କରି ରହସ୍ୟମୟ ଭାବେ ସମ୍ବଲପୁର ସାକ୍ଷୀପଡା ସ୍ଥିତ ଶଶୁର ଘରୁ ନିଖୋଜ ହୋଇଯାଇଥିଲେ। ଏହା ପରେ ମହିଳା ଙ୍କ ଶଶୁର ଘର ଲୋକ ମଧ୍ୟ କୁଆଡେ ଫେରାର ହୋଇଯାଇଥିଲେ। ଏଭଳି ପରିସ୍ଥିତିରେ ସନ୍ଦେହ ହେବାରୁ ମହିଳା ଙ୍କ ବାପା ବିହାରରୁ ସମ୍ବଲପୁର ଆସି ନିଜ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଛି ବୋଲି ସମ୍ବଲପୁର ମହିଳା ଥାନାରେ ଜାନୁଆରୀ 9 ତାରିଖରେ ଏତଲା ଦେଇଥିଲେ।

ବାଇଟ-1-ସଲୀଳା ପଣ୍ଡା,ପଡୋଶୀ ମହିଳା।3 ଟି ବୁମ ଲାଗିଛି
ବାଇଟ-2-ଭବାନୀ ଦୂସର, ପଡୋଶୀ ମହିଳା।9 ଟି ବୁମ ଲାଗିଛି।

ଏହା ପରେ ସମ୍ବଲପୁର ପୋଲିସର 2 ଟିମ ଗଠନ କରାଯାଇ ମହିଳାଙ୍କ ଶଶୁର ଘର ଲୋକଙ୍କୁ ଖୋଜିବାକୁ ବିହାର ଓ ପଶ୍ଚିମବଙ୍ଗ ଯାଇଥିଲେ। ଏହା ପରେ ମହିଳା ସ୍ଵାମୀ କୁନାଲ ସମେତ 5 ଜଣକୁ ପୋଲିସ ସମ୍ବଲପୁର ଆଣି ପଚରା ଉଚରା କଲା ପରେ ଏହି ସ୍ଥାନରୁ ମାଟି ଖୋଲି ମହିଳା ଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ।

ବାଇଟ-3-ପ୍ରଦୀପ କୁମାର ମହାପାତ୍ର,ଅତିରିକ୍ତ ଏସପି,ସମ୍ବଲପୁର।

Conclusion:ଏହି ଘଟଣା ର ସଠିକ ତଦନ୍ତ କରି ଦୋଷୀ ଙ୍କ ବିରୋଧ ରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.