ETV Bharat / state

ଅଇଁଠାପାଲି ପୋଲିସ କବ୍‌ଜାରେ ୩ ସାଇବର ଠକ

author img

By

Published : Feb 15, 2022, 7:17 PM IST

ସାଇବର ଠକେଇ ଅଭିଯୋଗରେ ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଅଇଁଠାପାଲି ପୋଲିସ । ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ରେହମତ ଅଶାଂରୀ, ଝାଡ଼ଖଣ୍ଡ ଇଷ୍ଟ ସିଂଭୂମ ଜିଲ୍ଲାର ବିଶାଳ ପାଣ୍ଡେ ଓ ବିହାର ଜମୁଇ ଜିଲ୍ଲାର ଶେଖର ଗୋୖତମ । ଅଧିକ ପଢ଼ନ୍ତୁ

police arrested three cyber fraud in sambapur ainthapali
ଅଇଁଠାପାଲି ପୋଲିସ କବ୍‌ଜାରେ ୩ ସାଇବର ଠକ

ସମ୍ବଲପୁର: ସାଇବର ଠକେଇ ଅଭିଯୋଗରେ ୩ଜଣଙ୍କୁ ଗିରଫ କଲା ସମ୍ବଲପୁର ଅଇଁଠାପାଲି ପୋଲିସ । ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡ ଦେଓଘର ଜିଲ୍ଲାର ରେହମତ ଅଶାଂରୀ, ଝାଡ଼ଖଣ୍ଡ ଇଷ୍ଟ ସିଂଭୂମ ଜିଲ୍ଲାର ବିଶାଳ ପାଣ୍ଡେ ଓ ବିହାର ଜମୁଇ ଜିଲ୍ଲାର ଶେଖର ଗୋୖତମ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୧୩ ହଜାର ୨୦୦ ଟଙ୍କା ସହ ୯ଟି ମୋବାଇଲ ଫୋନ ଓ ବିଭିନ୍ନ ବ୍ୟାଙ୍କ୍‌ର ATM କାର୍ଡ ଓ ଗୋଟିଏ ଲାପ୍‌ଟପ୍‌ ଜବତ ହୋଇଛି ।

ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ା ସରୋଜ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅଭିଯୁକ୍ତମାନେ ଅନଲାଇନରେ ଚଞ୍ଚକତା କରି ୨ଲକ୍ଷ ଟଙ୍କା ଠକି ନେଇଥିଲେ । ଅଭିଯୋଗକାରୀ ଲୋନ୍‌ ପାଇଁ ଆବେଦନ କରିଥିଲେ । ୩ ଲକ୍ଷ ୯୦ ହଜାର ଟଙ୍କାର ଲୋନ ଅଫର ଦେଇ ଜନୈକ ବ୍ୟକ୍ତିଙ୍କ ଠାରୁ ବ୍ୟାଙ୍କ୍‌ ସମ୍ପର୍କୀତ ସମସ୍ତ ତଥ୍ୟ ନେଇ ଯାଇଥିଲେ ।

ଏହାପରେ ୨ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଖାଲି କରି ଦେଇଥିଲେ । ଅଭିଯୁକ୍ତ ମାନେ ଏହି ଠକେଇ କରିଥିବା ସ୍ୱୀକାର କରିଥିବା ଅଇଁଠାପାଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.