ETV Bharat / state

ହାଟପଡ଼ା ହତ୍ୟାକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ। ଅଧିକ ପଢନ୍ତୁ...

ମୁଖ୍ୟ ଅଭିଯୁକ୍ତ ଗିରଫ
ମୁଖ୍ୟ ଅଭିଯୁକ୍ତ ଗିରଫ
author img

By

Published : Oct 11, 2020, 4:52 PM IST

ସମ୍ବଲପୁର: ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ ହାଟପଡ଼ା ଠାରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବ ବାଗକୁ ଆଜି ସମ୍ବଲପୁର ପୋଲିସ ଗିରଫ କରିଛି । ଏନେଇ ସମ୍ବଲପୁର ସଦର ଏଡିପିଓ ତପନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗତକାଲି ଏହି ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ 3 ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତେବେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବ ବାଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ପୋଲିସର ସୂଚନା ମୁତାବକ ପୁର୍ବରୁ ମଧ୍ୟ ଅଭିଯୁକ୍ତ ଦେବ ବାଗ ନାଁ ରେ ଥାନାରେ 8 ଟି ଅପରାଧିକ ମାମଲା ରହିଛି ।

ତେବେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ତାହା ଜାଣିବା ପାଇଁ ପୋଲିସ ରିମାଣ୍ଡ ଆବେଦନ କରିବା ନେଇ ମଧ୍ୟ ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.