ସମ୍ବଲପୁର: ସୋମବାର ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ସମ୍ଵଲପୁର ଜୋନରେ ପାସ ହାର 64.14 ପ୍ରତିଶତ ରହିଛି । ତେବେ ଏହି ଜୋନରେ ଥିବା 9ଟି ଜିଲ୍ଲାରୁ ସର୍ବାଧିକ ସମ୍ବଲପୁର ଜିଲ୍ଲାରେ 80.55 ପ୍ରତିଶତ ପାସ ହାର ରହିଥିବା ଜଣାପଡିଛି ।
ସେହିପରି ଉକ୍ତ ଜୋନରେ 9ଟି ଜିଲ୍ଲା ମଧ୍ୟରୁ ସର୍ବନିମ୍ନ ପାସହାର ଦେବଗଡ ଜିଲ୍ଲାରେ ରହିଛି । ଏଠାରେ ପାସ ହାର 40.18 ପ୍ରତିଶତ ରହିଛି । ଚଳିତ ବର୍ଷ ସମ୍ବଲପୁର ଜୋନରେ ମୋଟ 17 ହଜାର 535 ଜଣ ପରୀକ୍ଷା ଦେଇଥିବା ବେଳେ 11 ହଜାର 244 ଜଣ ଯୁକ୍ତ2 ବିଜ୍ଞାନ ପରୀକ୍ଷାରେ ପାସ କରିଛନ୍ତି ।
ସୂଚନା ଥାଉକି, ଗତ ବର୍ଷ ପାସ ହାର 76.98 ପ୍ରତିଶତ ଥିବାବେଳେ ଚଳିତବର୍ଷ ପାସହାର 72.33 ପ୍ରତିଶତ ରହିଛି । ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ ସମ୍ବଲପୁର ଜୋନରେ ପାସ ହାର କମିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ