ETV Bharat / state

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ଜାତିର ପିତା

ସମ୍ବଲପୁରରେ ରହିଛି ଓଡିଶାର ଏକମାତ୍ର ଗାନ୍ଧୀ ମନ୍ଦିର । ଏଠାରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 14, 2019, 10:02 AM IST

ସମ୍ବଲପୁର: ବାଜୁଛି ଘଣ୍ଟଘଣ୍ଟା । ଚାଲିଛି ପୂଜାର୍ଚ୍ଚନା । ପୂଜା କରୁଛନ୍ତି ପୂଜାରୀ । ଆପଣ ଦେଖୁଥିବା ଏହି ଦୃଶ୍ୟ ଗୋଟିଏ ମନ୍ଦିରର ସତ । ମାତ୍ର ଏଠାରେ ନାହାଁନ୍ତି କୌଣସି ଧର୍ମର ଭଗବାନ । ଏଠାରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ସବୁ ଧର୍ମଠୁ ଊର୍ଦ୍ଧ୍ବରେ ଏହି ମନ୍ଦିର । ଏହା ହେଉଛି ସମ୍ବଲପୁରରେ ଥିବା ଓଡିଶାର ଏକମାତ୍ର ଗାନ୍ଧୀ ମନ୍ଦିର । କେବଳ ବାପୁଜୀ ନୁହଁନ୍ତି, ଏଠାରେ ଅନ୍ୟ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ପୂଜା ପାଆନ୍ତି । ସବୁଠାରୁ ବଡକଥା ହେଲା ପୂଜା କରୁଥିବା ପୂଜାରୀ ବ୍ରାହ୍ମଣ ନୁହଁନ୍ତି । ସେ ଜଣେ ଦଳିତ ସମ୍ପ୍ରଦାୟର ବ୍ୟକ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ମନ୍ଦିର ଆଗରେ ରହିଛି ଆଶୋକ ସ୍ତମ୍ଭ । ମନ୍ଦିର ଭିତରେ ଅଛି ସବୁ ଧର୍ମର ସାଙ୍କେତିକ ଚିହ୍ନ । କୁହାଯାଏ, ମନ୍ଦିରର ଏଭଳି ରୂପ ବାପୁଜୀଙ୍କ ଧର୍ମନିରପେକ୍ଷ ଚିନ୍ତାଧାରାକୁ ସୂଚେଇଥାଏ । ତେବେ ଏହି ମନ୍ଦିର ନିର୍ମାଣର ମୁଖ୍ୟ ପୁରୋଧା ହେଉଛନ୍ତି ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର । 1972 ମସିହାରେ ବିଧାୟକ ଥିବା ସମୟରେ ପ୍ରତିଷ୍ଠା କରିଥିଲେ ମନ୍ଦିର । ଦୁଇ ବର୍ଷ ପରେ 1974ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ କରିଥିଲେ ଉଦଘାଟନ ।

କୌଣସି ଧର୍ମ ନୁହେଁ, ସର୍ବଭୌମତ୍ବର ମହାନ ବାର୍ତ୍ତା ଦେଇଥାଏ ଏହି ମନ୍ଦିର । ଏଭଳି ବିରଳ ମନ୍ଦିର ଓଡିଶାକୁ ସାରା ଦେଶରେ ଦେଇଛି ଅନନ୍ୟ ପରିଚୟ । ତେବେ ଏହାର ରକ୍ଷଣାବେକ୍ଷଣ ନେଇ ସରକାରଙ୍କୁ ଅଧିକ ତତ୍ପର ହେବାକୁ ଦାବି ହୋଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆମ୍ଭେମାନେ ଏମିତି ଅନେକ ମନ୍ଦିର ଦେଖିଛେ ଯେଉଁଠି କେବଳ ଭଗବାନଙ୍କୁ ପୂଜା କରାଯାଏ।କିନ୍ତୁ ଏମିତି ମନ୍ଦିର ବିଷୟରେ ଶୁଣିଛନ୍ତି କି ଯେଉଁଠି ଜଣେ ମହାପୁରୁଷଙ୍କ ହିଁ କେବଳ ପୂଜା କରାଯାଏ,ଯେଉଁଠି ଭଗବାନଙ୍କ ଆଗରୁ ଜଣେ ମହାପୁରୁଷଙ୍କ ପୂଜା ରାତି ଦିନ ହୋଇଥାଏ। ଏମିତି ଏକ ମନ୍ଦିର ରହିଛି ସମ୍ବଲପୁର ମହାନଗର ଅନ୍ତର୍ଗତ ଭତ୍ରା ଅଞ୍ଚଳରେ ଯେଉଁଠି ଅହିଂସା ର ପୂଜାରୀ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପୂଜା ହୋଇଥାଏ।ଏ ମନ୍ଦିର ହେଉଛି ଓଡିଶା ଏକମାତ୍ର ଗାନ୍ଧୀ ମନ୍ଦିର।

Body:ସମ୍ବଲପୁର ମହାନଗର ଭତ୍ରା ଅଞ୍ଚଳରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର। ଏହି ମନ୍ଦିରରେ ଆମ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କୁ ପ୍ରତ୍ୟେକ ଦିନ ପୂଜା କରାଯାଏ। ଏଠାରେ ବପୁଜି ହେଉଛନ୍ତି ପ୍ରଥମ ପୂଜ୍ୟ।ବପୁଜୀ ଙ୍କ ସହ ପୂଜା ପାଉଛନ୍ତି ଆହୁରି ଅନେକ ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ। ଏହି ମନ୍ଦିରରେ ସବୁ ଧର୍ମର ସାଙ୍କେତିକ ଚିହ୍ନ ସୁଚେଇ ଥାଏ ଗାନ୍ଧିଜୀଙ୍କ ଧର୍ମନିରପେକ୍ଷ ଚିନ୍ତାଧାରାକୁ। ସମ୍ମୁଖ ଦ୍ୱାରରେ ଭାରତ ମାତା ଶୋଭା ପାଉଥିବା ବେଳେ ମନ୍ଦିର ଆଗରେ ରହିଛି ଅଶୋକ ସ୍ତମ୍ବ। ଆଉ ଏଠି ଜଣେ ଦଳିତ ସମ୍ପ୍ରଦାୟର ଲୋକ ପୂଜାର୍ଚ୍ଚନା କରୁଛନ୍ତି।ସକାଳେ ଓ ସନ୍ଧ୍ୟରେ ଏଠି ଏଠି ଘଣ୍ଟ ଘଣ୍ଟାରେ ପୁଜା ହୋଇଥାଏ ପ୍ରତ୍ୟେକ ଦିନ।

ବାଇଟ-1- ଗାନ୍ଧୀ ମନ୍ଦିରର ପୂଜକ।
ବାଇଟ-2-ସ୍ଥାନୀୟ ଲୋକ।

ଏହି ମନ୍ଦିର ତିଆରି ହୋଇଥିଲା ରେଢ଼ାଖୋଲ ର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ଉଦ୍ୟମରେ। 1972 ମସିହାରେ ସେ ରେଢ଼ାଖୋଲ ର ବିଧାୟକ ଥିବା ସମୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ରବୀନ୍ଦ୍ର ନାଥ ମହାନ୍ତି 23-03-1972 ରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ। ଆଉ ମନ୍ଦିର ନିର୍ମାଣ ହେବା ପରେ 11-04-1974 ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାର ଉଦଘାଟନ କରିଥିଲେ। ଛୋଟ ସମୟରୁ ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ରେଢ଼ାଖୋଲ ର ଏହି ପୂର୍ବତନ ବିଧାୟକ ଏହି ମନ୍ଦିର ନିର୍ମାଣ କରିଥିଲେ ବୋଲି କୁହନ୍ତି।

ବାଇଟ-3-ଅଭିମନ୍ୟୁ କୁମାର, ମନ୍ଦିର ନିର୍ମାଣକାରୀ,ରେଢ଼ାଖୋଲ ର ପୂବତନ ବିଧାୟକ।

Conclusion:ଏମିତି ମନ୍ଦିର ଯେଉଁଟି ଜାତୀୟ ପିତାଙ୍କୁ ପୂଜା କରାଯାଉଥିବ ତାହା ବୋଧେ ଆମ ଦେଶରେ ବହୁତ କମ ଦେଖିବାକୁ ମିଳିବ ତେବେ ଏହାର ରକ୍ଷଣାବେକ୍ଷଣ ନେଇ ସରକାର ଅଧିକ ତତ୍ତ୍ୱର ହେବା ଉଚିତ ବୋଲି ସ୍ଥାନୀୟ ଲୋକେ କୁହନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.