ETV Bharat / state

ସାକ୍ଷୀପଡା ହତ୍ୟାକାଣ୍ଡ ଘଟଣା, 2ଦିନ ପରେ ଅଭିଯୁକ୍ତ ଧାରା ନପଡିବାରୁ ରାସ୍ତାରୋକ - ସମ୍ବଲପୁରରେ ରାସ୍ତାରୋକ

ବିଜୟ ନାଏକ ହତ୍ୟାକାଣ୍ଡ ଘଟଣା । 2 ଦିନ ପରେ ମଧ୍ୟ ଅଭିଯୁକ୍ତ ଧାରା ନପଡିବାରୁ ପ୍ରତିବାଦରେ ରାସ୍ତାରୋକ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା । ଅଧିକ ପଢନ୍ତୁ....

ସାକ୍ଷୀପଡା ହତ୍ୟାକାଣ୍ଡ ଘଟଣା,2 ପରେ ଅପରାଧୀ ଧାରା ନପଡିବାରୁ ରାସ୍ତାରୋକୋ

author img

By

Published : Dec 17, 2020, 9:14 PM IST

ସମ୍ବଲପୁର: ବିଜୟ ନାଏକ ହତ୍ୟାକାଣ୍ଡ ଘଟଣା । 2 ଦିନ ପରେ ମଧ୍ୟ ଅଭିଯୁକ୍ତ ଧାରା ନପଡିବାରୁ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗତ 15 ତାରିଖରେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ହନୁମାନ ମନ୍ଦିର ନିକଟରେ ବିଜୟଙ୍କ ହତ୍ୟା ହୋଇଥିଲା ।

ସାକ୍ଷୀପଡା ହତ୍ୟାକାଣ୍ଡ ଘଟଣା,2 ପରେ ଅପରାଧୀ ଧାରା ନପଡିବାରୁ ରାସ୍ତାରୋକୋ

ସହରର ଅଶୋକା ଟକିଜ ଛକ ନିକଟରେ ସ୍ଥାନୀୟ ଲୋକ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ ।ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପୋଲିସର ଅପାରଗତା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ସ୍ଥାନୀୟ ପୋଲିସ 2 ଦିନ ମଧ୍ୟରେ ଅପରାଧୀଙ୍କୁ ଧରିବାର ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.