ETV Bharat / state

ସମ୍ବଲପୁରରେ ନିର୍ମାଣାଧୀନ ପୋଲ ସମସ୍ୟା: ପଶ୍ଚିମାଞ୍ଚଳ ଏକତା ମଞ୍ଚର ଦାବିପତ୍ର ପ୍ରଦାନ - ପଶ୍ଚିମାଞ୍ଚଳ ଏକତା ମଞ୍ଚ ଦାବି

ସମ୍ବଲପୁର ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ....

ସମ୍ବଲପୁରରେ ନିର୍ମାଣାଧୀନ ପୋଲ ସମସ୍ୟା: ପଶ୍ଚିମାଞ୍ଚଳ ଏକତା ମଞ୍ଚର ଦାବିପତ୍ର ପ୍ରଦାନ

author img

By

Published : Apr 16, 2021, 4:49 PM IST

ସମ୍ବଲପୁର: ବର୍ତ୍ତମାନ ସମ୍ବଲପୁର ସହରର ବଡ଼ ସମସ୍ୟା ଭାବେ ଦେଖାଦେଇଛି ନିର୍ମାଣଧୀନ ପ୍ରକଳ୍ପ । ସହର ମଧ୍ୟରେ ଥିବା କେତେକ ପୁରୁଣା ପୋଲ ସ୍ଥାନରେ ନୂଆ ପୋଲ ନିର୍ମାଣ ଓ ସ୍ବେରେଜ କାର୍ଯ୍ୟ ଜାରି ରହିଥିବାବେଳେ ରାସ୍ତା ଗୁଡିକର ଦୂରାବସ୍ଥା ବର୍ତ୍ତମାନ ସହରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ସମସ୍ୟାର ସମାଧାନ ପାଇଁ ପୂର୍ତ୍ତ ବିଭାଗର କର୍ତ୍ତୃପକ୍ଷଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ସଙ୍ଗଠନ ।

ସମ୍ବଲପୁରରେ ନିର୍ମାଣାଧୀନ ପୋଲ ସମସ୍ୟା: ପଶ୍ଚିମାଞ୍ଚଳ ଏକତା ମଞ୍ଚର ଦାବିପତ୍ର ପ୍ରଦାନ

ଦିନ କୁ ଦିନ ସମ୍ବଲପୁର ସହରର ଜନସଂଖ୍ୟା ବୃଦ୍ଧି ପାଉଛି । ଆଉ ଏହାସହ ସହରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ମଧ୍ୟ ଆରମ୍ଭ ହେଉଛି । ତେବେ ରାସ୍ତା ଘାଟ, ପୋଲ ବ୍ରିଜ ନିର୍ମାଣ ଓ ମରାମତି ମଧ୍ୟରେ କେତେକ ବିଭାଗର ସମନ୍ବୟର ଅଭାବ ଯୋଗୁଁ ସାଧାରଣ ଲୋକ ନିଜର ଦୈନନ୍ଦିନ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯେପରିକି ବର୍ତ୍ତମାନ ସମ୍ବଲପୁର ସହର ମଧ୍ୟରେ ଥିବା 2 ଟି ପୁରୁଣା ପୋଲକୁ ପୂର୍ତ୍ତ ବିଭାଗ ନୂଆଁ ରୂପେ ତିଆରି କରୁଛି । ଏହି 2 ଟି ପୋଲ ସହରର 2 ଟି ପ୍ରମୁଖ ସଡ଼କକୁ ସଂଯୋଗ କରୁ ଥିବାବେଳେ ବର୍ତ୍ତମାନ ପୂର୍ତ୍ତ ବିଭାଗ ସେହି ସ୍ଥାନଗୁଡିକରେ ଡାଇଭର୍ଶନ ରୋଡ଼ର ବ୍ୟବସ୍ଥା କରିନଥିବାରୁ ପ୍ରତ୍ୟେକ ଦିନ ଲୋକେ ହଇରାଣ ହେଉଛନ୍ତି । କେତେକ ପଡ଼ାବାସୀଙ୍କୁ 8 କିମି ଦୂରରୁ ଅଧିକ ଅତିକ୍ରମ କରିବାକୁ ପଡୁଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପଶ୍ଚିଣାଞ୍ଚଳ ଏକତା ମଞ୍ଚ ପକ୍ଷରୁ ପୂର୍ତ୍ତ ବିଭାଗର କାର୍ଯ୍ୟକୁ ପ୍ରତିବାଦ କରିଛି ।

ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟମାନେ ପୂର୍ତ୍ତ ବିଭାଗର କତ୍ତୃପକ୍ଷଙ୍କଙ୍କୁ ଭେଟି ଏହି 2 ଟି ନିର୍ମାଣଧୀନ ବ୍ରିଜ ନିକଟରେ ଡାଇଭର୍ଶନ ରୋଡ଼ ନିର୍ମାଣ କରିବାକୁ ଦାବି କରିଛନ୍ତି । ଏହି ଡାଇଭର୍ଶନ ରୋଡ଼ ନିର୍ମାଣ ହୋଇପାରିଲେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଦମକଳ ଚଳାଚଳରେ ସୁବିଧା ହୋଇପାରିବ ବୋଲି କୁହାଯାଇଛି । ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର କରାନଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.