ETV Bharat / state

ସମ୍ବଲପୁରରେ କେତେ ସଂକ୍ରମିତ ହେଲେ ଜାଣନ୍ତୁ...

ରାଜ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ଆଜି ପୁଣି ଜଣେ କୋରୋନା ପଜିଟିଭି ମିଳିଛି । ଅଧିକ ପଢନ୍ତୁ...

ସମ୍ବଲପୁରରେ କେତେ ସଂକ୍ରମିତ ହେଲେ ଜାଣନ୍ତୁ...
ସମ୍ବଲପୁରରେ କେତେ ସଂକ୍ରମିତ ହେଲେ ଜାଣନ୍ତୁ...
author img

By

Published : May 31, 2020, 1:00 PM IST

ସମ୍ବଲପୁର: ଜିଲ୍ଲାରେ ପୁଣି କୋରୋନା ଚିହ୍ନଟ । ଆକ୍ରାନ୍ତ ଜଣକ ଗୁଜୁରାଟ ଅହମଦାବାଦରୁ ଫେରିଥିଲେ । ସେ ରେଢାଖୋଲ ଉପଖଣ୍ଡ ଲୁହାପଙ୍କ ସ୍ଥିତ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଏହି ଆକ୍ରାନ୍ତଙ୍କୁ ମିଶାଇ ଏବେ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9 ରେ ପହଞ୍ଚିଛି।

ପୂର୍ବରୁ ମଧ୍ୟ ଏହି କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି। ଆଜି ଏହି କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବହୁତ ଦିନ ପର୍ଯ୍ୟନ୍ତ ସମ୍ବଲପୁର ଗ୍ରୀନ ଜୋନ ହୋଇ ରହିଥିବା ପରେ ନିୟମିତ ବ୍ୟବଧାନରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମ୍ବଲପୁର ବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସମସ୍ତେ କ୍ବାରେଣ୍ଚାଇନରେ ଥିବାରୁ ଗୋଷ୍ଠୀ ସଂକ୍ରମଣର କୌଣସି ଭୟ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।ଏହା ସହ ଲୋକଙ୍କୁ ଭୟଭୀତ ନ ହେବାକୁ କୁହାଯାଇଛି ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ଏହା ସହ ସରକାରୀ ନୀତିନିୟମ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.