ETV Bharat / state

ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ

author img

By

Published : Jan 24, 2023, 8:46 AM IST

Updated : Jan 27, 2023, 9:58 AM IST

ସମ୍ବଲପୁର ଜିଲ୍ଲା ଗଡପୋଷ ଫାଣ୍ଡି କରଲାଖମନ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଗଛରେ ପିଟି ହୋଇ ଜଳିଗଲା ବୋଲେରୋ । ଜଣେ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

bolero hitting tree in sambalpur
ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ
ଗଛରେ ପିଟି ହୋଇ ଜଳିଗଲା ବୋଲେରୋ, ଜଣେ ଜୀବନ୍ତ ଦଗ୍ଧ

ସମ୍ବଲପୁର: ଜିଲ୍ଲାରେ ଅଘଟଣ । ଗଛରେ ପଟିହୋଇ ଜଳିଗଲା ବୋଲେରୋ। ଜଣେ ଜୀବନ୍ତ ଦଗ୍ଧ । 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ କରଲାଖମନ ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେଇ ସିମଡେଗାରୁ ଗଡପୁରୁଷପୁର ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଗଡପୋଷ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ସୋମବାର ରାତି ପ୍ରାୟ 10ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ପଡୋଶୀ ଝାରଖଣ୍ଡ ରାଞ୍ଚିର ସିମଡେଗା ଅଞ୍ଚଳରୁ ବୋଲେରୋ ଗାଡିଟି ବାମରା ବ୍ଲକ ପରାମାଣପୁର ଗାଁ ଅଞ୍ଚଳକୁ ଅସୁଥୁବା ବେଳେ ଏହି ଦୁର୍ଘଟଣା ଘଟିଛି । ସମସ୍ତେ ସିମଡେଗା ଅଞ୍ଚଳରୁ ଏକ ବିବାହ ନିର୍ବନ୍ଧ କାର୍ଯ୍ୟରେ ଯୋଗ ଦେଇ ଫେରୁଥୁବା ସୂଚନା ମିଳିଛି । ଗାଡ଼ିଟି ଗଛରେ ଧକ୍କା ହୋଇଯାଇଥିଲା । ଏହାପରେ ବୋଲରୋଟି ହୁତହୁତ ହୋଇ ଜଳି ଯାଇଥିଲା । ଘଟଣାରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଗଡ଼ପୋଷ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗାଡ଼ିରେ ଡ୍ରାଇଭର ଫେରାର ହୋଇ ଯାଇଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିିଥିବା ଆଶଙ୍କା କରାଯାଉଛି ।

ଏହା ବି ପଢନ୍ତୁ...Road Accident In Unnao: ଟ୍ରକ-କାର ମୁହାଁମୁହିଁ ଧକ୍କା, ୬ ମୃତ

ମୃତକ ଜଣକ ହେଲେ ସୁରେଶ ଲୁଗୁନ । ସେ ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଙ୍କ ଘର ପିଣ୍ଡାପଥର ପଞ୍ଚାୟତ ପରମାନନ୍ଦପୁର ଡେଟପଡାରେ । ସୁଲୋ ଲୁଗୁନ, ନବୀନ ଲୁଗୁନ ଓ ପ୍ରମୋଦ ଏକ୍କାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ମୃତକ ସୁରେଶ ଲୁଗୁନଙ୍କ ଉଭଣୀଙ୍କ ବାହାଘର ହେବାର ଥିଲା ।

ଏହା ବି ପଢନ୍ତୁ...ଟ୍ରକ ଦୁର୍ଘଟଣାରେ ଜୀବନ ହାରିଲେ ISROର 5 କର୍ମଚାରୀ

ଅଶୁଭ ସୋମବାର । ଦେଶରେ ଗତକାଲି ଅନେକ ସ୍ଥାନରେ ଦୁର୍ଘଟଣା ଘଟିଛି । ସମ୍ବଲପୁର ଦୁର୍ଘଟଣାକୁ ମିଶାଇ ମୋଟ 4ଟି ସଡକ ଦୁର୍ଘଟଣା ହୋଇଛି । ଏଥିରେ 16 ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ଆଲପୁଜାରେ କାର ଟ୍ରକ ଧକ୍କାରେ ISROର 5 ଠିକା କର୍ମଚାରୀ ମୃତହୋଇଥିବା ବେଳେ ରାଜସ୍ଥାନରେ କାର-ଟ୍ରକ ମୁହାଁମୁହିଁ ଧକ୍କାରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହେବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 27, 2023, 9:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.