ETV Bharat / state

ବିରୋଧୀ ଦଳ ନେତା ମନ୍ତବ୍ୟ ଫେରାଇ ନିଅନ୍ତୁ: ଓଡିଶା ପୋଲିସ ହାବିଲଦାର ସଂଘ - ଓଡିଶା ପୋଲିସ ହାବିଲଦାର ସଂଘ

ସଂଘର ସଭାପତି ରାମଦାସ ପଣ୍ଡା କହିଛନ୍ତି ଜଣେ ପୋଲିସ କର୍ମଚାରୀ ହାତରେ ଜଣେ ମନ୍ତ୍ରୀ ଙ୍କ ହତ୍ୟା ହେବା ନିନ୍ଦନୀୟ ଓ ଏହାକୁ ସଂଘ ନିନ୍ଦା କରୁଛି l ଏହା ସହ ସଂଘ ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାର ଲୋକଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି । ଅଧିକ ପଢନ୍ତୁ

ବିରୋଧୀ ଦଳ ନେତା ମନ୍ତବ୍ୟ ଫେରାଇ ନିଅନ୍ତୁ: ଓଡିଶା ପୋଲିସ ହାବିଲଦାର ସଂଘ

author img

By

Published : Feb 4, 2023, 11:05 PM IST

ସମ୍ବଲପୁର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ 29 ତାରିଖ ରେ ପୋଲିସ ଏସଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ପରେ ଏହାର ତଦନ୍ତ ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ କରୁଛି l କ୍ରାଇମ ବ୍ରାଞ୍ଚର ତଦନ୍ତ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ପ୍ରଶ୍ନ ଉଠାଇବା ସହ ନିଜର ପିଏସଓ କୁ ଫେରେଇ ଦେଇଛନ୍ତି l ଏହାକୁ ନେଇ ଆଜି ସମ୍ବଲପୁର ରିଜର୍ଭ ପୋଲିସ ପଡିଆରେ ଓଡିଶା ପୋଲିସ ହାବିଲଦାର କାନଷ୍ଟେବଳ ସଂଘ ସମ୍ବଲପୁର ଶାଖା ପକ୍ଷରୁ ଏକ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀ କରାଯାଇଛି l

ସଂଘର ସଭାପତି ରାମଦାସ ପଣ୍ଡା କହିଛନ୍ତି ଜଣେ ପୋଲିସ କର୍ମଚାରୀ ହାତରେ ଜଣେ ମନ୍ତ୍ରୀ ଙ୍କ ହତ୍ୟା ହେବା ନିନ୍ଦନୀୟ ଓ ଏହାକୁ ସଂଘ ନିନ୍ଦା କରୁଛି l ଏହା ସହ ସଂଘ ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପରିବାର ଲୋକଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି ।

ଅନ୍ୟପଟେ ବିରୋଧୀ ଦଳ ନେତା ପୋଲିସ ବିଭାଗ ର 90 ହଜାର ପୋଲିସ କର୍ମଚାରୀ ଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ସଂଙ୍ଘ ନିନ୍ଦା କରୁଛି l ତେଣୁ ବିରୋଧୀ ଦଳର ନେତା ତାଙ୍କର ମନ୍ତବ୍ୟ ଫେରେଇ ନିଅନ୍ତୁ ବୋଲି ସଂଙ୍ଘ ଦାବି କରିଛି l ସଂଘ ପକ୍ଷରୁ କୁହାଯାଇଛି ଯେ 2009 ମସିହାରେ ଜଣେ ଜନ ପ୍ରତିନିଧି ର ସୁରକ୍ଷା ଦେବା ପାଇଁ ଜଣେ ଏଏସଆଇ, ଜଣେ ହାବିଲଦାର ଓ ଜଣେ କନଷ୍ଟେବଳ ମୃତ୍ୟୁବରଣ କରିଥିଲେ l ଏହା ସହ ଜନ ସାଧରଣଙ୍କ ସୁରକ୍ଷାରେ ଗତ କିଛି ଦିନ ଭିତରେ 140 ଜଣ ପୋଲିସ ଶହୀଦ ହୋଇଛନ୍ତି l କରୋନା ସମୟରେ 63 ଜଣ ପୋଲିସ ଶହୀଦ ହୋଇଛନ୍ତି l ଏଭଳି ସ୍ଥିତି ରେ ଜଣେ ପୋଲିସ କର୍ମଚାରୀଙ୍କର ପାଇଁ ରାଜ୍ୟର 90 ହଜାର ପୋଲିସ କର୍ମଚାରୀଙ୍କ ବିରୋଧରେ ବିରୋଧୀ ଦଳ ନେତାଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି ସଂଙ୍ଘ କହିଛି l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.