ETV Bharat / state

ପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛି ‘ସମ୍ବଳ’

author img

By

Published : Apr 4, 2020, 8:00 PM IST

ଲକଡାଉନ ଆରମ୍ଭ ହେବା ଦିନଠାରୁ ସମ୍ବଲପୁରର ସମ୍ବଳ ଅନୁଷ୍ଠାନର ସ୍ବେଛାସେବୀମାନେ ଏହି କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେମାନେ ସରକାରୀ ପାଣ୍ଠିକୁ ଅପେକ୍ଷା ନକରି ଏହି ଭଳି ସେବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ପହଞ୍ଚିନି ସରକାରୀ ସହାୟତା, ଗରିବ ଲୋକଙ୍କୁ ଖାନା ବାଣ୍ଟୁଛି ‘ସମ୍ବଳ’

ସମ୍ବଲପୁର: ବର୍ତ୍ତମାନ କୋଭିଡ 19 ପାଇଁ କେଉଁଠି ସଟ୍‌ଡାଉନ ତ ଆଉ କେଉଁଠି ଲକଡାଉନ । ସମ୍ବଲପୁରରେ ମଧ୍ୟ ଜାରି ରହିଛି ଏହି ବ୍ୟବସ୍ଥା । ଆଉ ଏହି ବାଧ୍ୟତାମୂଳକ ଅଚଳାବସ୍ଥାରେ ଗରିବ ଓ ଖଟିଖିଆ ଲୋକ ନାନା ସମସ୍ୟା ଭୋଗୁଛନ୍ତି ।

ତେବେ ଏମିତି ବିପରୀତ ପରିସ୍ଥିତିରେ ଗରିବ ଲୋକଙ୍କ ସହ ଛିଡା ହୋଇଛି ସମ୍ବଲପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସମ୍ବଳ । ବିନା ସରକାରୀ ସହାୟତାରେ ଏହି ସ୍ବେଛାସେବୀ ଅନୁଷ୍ଠାନର ଏହି କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି । ପ୍ରତିଦିନ 800 ଖାଦ୍ୟ ପୁଡିଆ ବାଣ୍ଟୁଛି ସମ୍ବଳ । ତାହା ପୁଣି ମାଗଣାରେ । ଦିନବେଳା 400 ଓ ରାତିରେ 400 ଖାଦ୍ୟ ପୁଡିଆ ବଣ୍ଟାଯାଉଛି ।

ଲକଡାଉନ ଆରମ୍ଭ ହେବା ଦିନଠାରୁ ସମ୍ବଲପୁରର ସମ୍ବଳ ଅନୁଷ୍ଠାନର ସ୍ବେଛାସେବୀମାନେ ଏହି କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେମାନେ ସରକାରୀ ପାଣ୍ଠିକୁ ଅପେକ୍ଷା ନକରି ଏହି ଭଳି ସେବା ଆରମ୍ଭ କରିଛନ୍ତି । ସମ୍ବଲପୁର ମହାନଗରର ପ୍ରାୟ 16ଟି ସ୍ଥାନରେ ଫସି ରହିଥିବା ଲୋକ ଓ ହିତାଧିକାରୀଙ୍କୁ ଏହି ସେବା ଯୋଗାଇ ଆସୁଛନ୍ତି ସ୍ବେଛାସେବୀ । ଏହାସହ ରାଜ୍ୟ ବାହାରର ଶ୍ରମିକ ଯେଉଁମାନେ ଭାତ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ମାଗଣାରେ ଅଟା ଦେଉଛନ୍ତି ।

ନିଜର ସଦସ୍ୟମାନଙ୍କଠାରୁ ଆଦାୟ ହୋଇଥିବା ଚାନ୍ଦାରୁ ଏହି ସେବା ଜାରି ରଖିଛି ସମ୍ବଳ ଅନୁଷ୍ଠାନ । ଆଉ ଏହି ସେବାରେ ଏମାନଙ୍କୁ ସହାୟତା କରୁଛନ୍ତି ସମ୍ବଲପୁର ବଡବଜାରର ଅନାମିକା କ୍ଲବର ସଦସ୍ୟମାନେ । ବର୍ତ୍ତମାନ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ଏହି ମହାନ କାର୍ଯ୍ୟ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଅନୁଷ୍ଠାନକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ବା ପାଣ୍ଠି ମିଳିନଥିବାରୁ ଏହାର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.