ETV Bharat / state

ସମଲେଶ୍ବରୀଙ୍କ ପାଇଁ ଆସିଲା ନୂଆ ଧାନ, ନୂଆଁଖାଇରେ ଲାଗି ହେବ ନବାନ୍ନ

author img

By

Published : Sep 7, 2021, 1:54 PM IST

Updated : Sep 7, 2021, 3:09 PM IST

ଆଗକୁ ଆସୁଛି ନୂଆଁଖାଇ। ତେବେ ଏନେଇ ଆଜି(ମଙ୍ଗଳବାର) ମା’ ସମଲେଶ୍ବରୀଙ୍କ ମୁଖ୍ୟ ପୂଜକଙ୍କ ଘରେ ପହଞ୍ଚିଛି ଚଳିତ ବର୍ଷର ନୂଆଁଖାଇ ପାଇଁ ନୂଆ କରି ଅମଳ ହୋଇଥିବା ଧାନ। ଅଧିକ ପଢନ୍ତୁ...

ସମଲେଶ୍ବରୀଙ୍କ ପାଇଁ ଆସିଲା ନୂଆ ଧାନ, ନୂଆଁଖାଇରେ ଲାଗି ହେବ ନବାନ୍ନ
ସମଲେଶ୍ବରୀଙ୍କ ପାଇଁ ଆସିଲା ନୂଆ ଧାନ, ନୂଆଁଖାଇରେ ଲାଗି ହେବ ନବାନ୍ନ

ସମ୍ବଲପୁର: ଆଗକୁ ଆସୁଛି ନୂଆଁଖାଇ। ଏହି କୃଷିଭିତ୍ତିକ ଗଣପର୍ବ ପାଇଁ ଏବେ ଉତ୍ସବ ମୁଖର ହୋଇଉଠିଛି ପଶ୍ଚିମ ଓଡିଶା। ଘରେ ଘରେ ପୁଣି ଏକାଠି ହେବେ ପରିବାରର ସମସ୍ତ ସଦସ୍ୟ। ହେବ ନୂଆଁଖାଇ ଭେଟଘାଟ। ଏଥିପାଇଁ ସମଲେଶ୍ବରୀ ମନ୍ଦିରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଆଜି(ମଙ୍ଗଳବାର) ମା ସମଲେଶ୍ବରୀଙ୍କ ମୁଖ୍ୟ ପୂଜକଙ୍କ ଘରେ ପହଞ୍ଚିଛି ଚଳିତ ବର୍ଷର ନୂଆଁଖାଇ ପାଇଁ ନୁଆ କରି ଅମଳ ହୋଇଥିବା ଧାନ।

ନୂଆଁଖାଇ ପାଇଁ ମୁଖ୍ୟ ପୂଜକଙ୍କ ପାଖରେ ପହଞ୍ଚିଲା ନୁଆଁ ଧାନ

ପରମ୍ପରା ମୁତାବକ ଆଜି ସମ୍ବଲପୁର ବଲବସପୁରର ସୁବାଷ ବେହେରା ନୂଆ ଧାନ ଧରି ସମଲେଶ୍ବରୀ ମନ୍ଦିରର ମୂଖ୍ୟ ପୂଜକଙ୍କ ଘରେ ପହଞ୍ଚିଛନ୍ତି। ତେବେ ସୁବାଷ ବେହେରାଙ୍କ ଘରୁ ପ୍ରତ୍ୟେକ ବର୍ଷ ମାଙ୍କ ପାଇଁ ନୂଆଁ ଧାନ ଅସିଥାଏ। ଚଳିତ ବର୍ଷ ମଧ୍ୟ ସେ ଷାଠିଆ ଧାନ ଧରି ଆଜି ମୁଖ୍ୟ ପୂଜକ ଘରକୁ ଆସିଛନ୍ତି। ଆସନ୍ତା 11 ତାରିଖ 10.15 ରୁ 10.25 ମଧ୍ୟରେ ମା ସମଲେଶ୍ବରୀଙ୍କଠାରେ ଏହି ନୂଆ ଧାନର ଚାଉଳରେ ତିଆରି ଭୋଗ ଲାଗିବ ଓ ପରେ ଘରେ ଘରେ ନୂଆଖାଇ ପାଳନ ହେବ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

Last Updated : Sep 7, 2021, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.