ETV Bharat / state

ପୋତି ଦେଲେ ପ୍ରାକୃତିକ ନାଳ, ରିପୋର୍ଟ ମାଗିଲେ ଅତିରିକ୍ତ ଜିଲ୍ଲାପାଳ

author img

By

Published : Dec 30, 2022, 7:38 AM IST

ସମ୍ବଲପୁରରେ ପ୍ରାକୃତିକ ନାଳ ପୋତି ଦିଆଯିବା ଘଟଣା । ତହସିଲଦାରଙ୍କୁ ରିପୋର୍ଟ ମାଗିଲେ ଅତିରିକ୍ତ ଜିଲ୍ଲାପାଳ। ଅଧିକ ପଢ଼ନ୍ତୁ

drain buried in sambalpur
ସମ୍ବଲପୁରରେ ନାଳ ପୋତିଦେଲେ ମାଫିଆ

ପ୍ରାକୃତିକ ନାଳ ପୋତିବା ଘଟଣା

ସମ୍ବଲପୁର: ପ୍ରାକୃତିକ ନାଳକୁ ମାଟି ପୋତି ରାସ୍ତା ତିଆରି କରିବା ଘଟଣା । ଏହି ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସମ୍ବଲପୁର ସଦର ତହସିଲଦାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ । ରମେଡ ଅଞ୍ଚଳର ବଢ଼େଇପଡାରେ ଜମିକୁ ପ୍ଲଟିଂ କରି ବିକ୍ରି କରିବା ଲାଗି ପ୍ରାକୃତିକ ନାଳ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Heeraben Modi passes away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ପରଲୋକ

ସମ୍ବଲପୁର ରମେଡ ଅଞ୍ଚଳର ମଣ୍ଡାଉହୁଲା ନାଳକୁ କେତେକ ଜମି ମାଫିଆ ମାଟି ପକାଇ ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ କହିଛନ୍ତି ଯେ, "ଏହି ସୂଚନା ମିଳିବା ପରେ ସମ୍ବଲପୁର ସଦର ତହସିଲଦାରଙ୍କୁ ଘଟଣା ସ୍ଥଳର ପରିଦର୍ଶନ କରିବାକୁ ପଠାଯିବ । ତହସିଲଦାର ଏହାର ସରଜମୀନ ତଦନ୍ତ କରି ରିପୋର୍ଟ ଦେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ । " କୌଣସି ପ୍ରାକୃତିକ ନାଳକୁ ପୋତାଯାଇପାରିବ ନାହିଁ । ତେବେ କେଉଁ ପରିସ୍ଥିତିରେ ନାଳକୁ ପୋତାଗଲା । ଅନୁମତି ମିଳିଛି କି ନାହିଁ ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ: ପ୍ଲଟିଂ ପାଇଁ ପ୍ରାକୃତିକ ନାଳକୁ ପୋତିଦେଲେ ଜମି ମାଫିଆ, ଲୋକେ ହନ୍ତସନ୍ତ

ସୂଚନା ଥାଉକି, ସମ୍ବଲପୁର ରେମେଡ ଅଞ୍ଚଳର କଦମମାଲର ଅଞ୍ଚଳ ଦେଇ ବହି ଯାଇଥିବା ମଣ୍ଡା ଉହୁଲା ନାଳକୁ କେତେକ ଅସାଧୁ ଜମି ବ୍ୟବସାୟୀ ପୋତି ଦେଇଥିବା ଅଭିଯୋଗ ହୋଇଥିଲା । ନାଳର ଅନ୍ୟପଟେ ଶହ ଶହ ଏକର ଜମି ପ୍ଲଟିଂ ଚାଲିଛି । ପ୍ଲଟିଂ ସ୍ଥଳକୁ ଯିବା ବାଟରେ ଏହି ପ୍ରାକୃତିକ ନାଳ ପଡ଼ୁଥିବାରୁ ଏହା ଉପରେ ରାତା ରାତି ମାଟି ପୋତି ଦିଆଯାଇଥିଲା । ଫଳରେ ଉଭୟ ପାର୍ଶ୍ଵରେ ମଇଳା ପାଣି ଜମି ଗଲାଣି । ନାଳ ଉପରେ ଗାଧୋଇବା ପାଇଁ ନିର୍ଭର କରୁଥିବା ସ୍ଥାନୀୟ ଗରିବ ଲୋକେ ଚିନ୍ତାରେ ପଡିଛନ୍ତି । ସେମିତି ବି ପୂର୍ବରୁ ପ୍ରାକୃତିକ ନାଳ ଗୁଡିକ ଜବର ଦଖଲ ଯୋଗୁଁ ସମ୍ବଲପୁର ସହରରେ ବର୍ଷା ଦିନେ ଟିକିଏ ବର୍ଷାରେ ପାଣି ଜମି ବନ୍ୟା ହୋଇଥାଏ । ବର୍ତ୍ତମାନ ଏହି ନାଳକୁ ପୋତି ଦିଆଯାଇଥିବାରୁ ସ୍ଥାନୀୟ ଲୋକେ ପଛୁଆ ପାଣି ବନ୍ୟା ସମସ୍ୟାର ଆଶଙ୍କା କରିଛନ୍ତି । ତେଣୁ ସ୍ଥାନୀୟ ଲୋକେ ଏହା ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ଆଗରେ ଦାବି କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.