ETV Bharat / state

ନାକଟିଦେଉଳ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠୁ ଲୁଟ ଘଟଣା, 5 ଅଭିଯୁକ୍ତ ଗିରଫ

author img

By

Published : Sep 17, 2022, 10:43 PM IST

Updated : Sep 18, 2022, 1:54 PM IST

ନାକଟିଦେଉଳ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ଲୁଟ ଘଟଣା । କମ୍ପାନୀ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଛି ସଫଳତା । ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ନାକଟିଦେଉଲ ପାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା, 5 ଅଭିଯୁକ୍ତ ଗିରଫ

ସମ୍ବଲପୁର: ନାକଟିଦେଉଳ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଏହି ଘଟଣାରେ ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୨ ହଜାର ଟଙ୍କା, ବାଇକ, ମୋବାଇଲ, ଛୁରୀ ଝବତ କରି ତଦନ୍ତ ଚଳାଇଛି ।

ନାକଟିଦେଉଲ ପାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା

ସୂଚନା ଅନୁଯାୟୀ, ନାକଟିଦେଉଳ ଅନ୍ନପୂର୍ଣ୍ଣା ପାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଛୁରୀ ଦେଖାଇ ଟଙ୍କା ଲୁଟ କରିଥିଲେ ଦୁର୍ବୃତ୍ତ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନର୍ଗତ ଚରୋଡ଼ାପଶି ଗାଁ ନିକଟରେ ଅନ୍ନପୂର୍ଣ୍ଣା ଫାଇନେନ୍ସସିଆଲ ଲିମିଟେଡ଼ ଅର୍ଥ ଲଗାଣ କରି ସଂସ୍ଥାର ଡେଭଲୋମେଣ୍ଟ ଅଫିସରଙ୍କ ଠାରୁ 40,750 ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ସସ୍ଥାର ଡେଭଲପମେଣ୍ଟ ଅଫିସର ଆଲୋକ ସାହୁ ନାକଟିଦେଉଳର ରାଇଲ, ଘୋଶ୍ରାମାଳ, ଝଟକିମାଲ, ଲାଣ୍ଡିମାଲ ଗ୍ରାମର ବିଭିନ୍ନ ମହିଳା ସ୍ୱଂଗ ସହାୟକ ଗୋଷ୍ଠି ମାନଙ୍କ ଠାରୁ କମ୍ପାନୀର 63,240 ଟଙ୍କା ଆଦାୟ କରି ନାକଟିଦେଉଳ ଫେରୁଥିଲେ । ଅପରାହ୍ନ 2.30 ଟାରୁ 2.45 ମଧ୍ୟରେ ଏକ ବାଇକରେ ତିନି ଜଣ ଅଜଣା ବ୍ୟକ୍ତି ଅଚାନକ ଗାଡି ସାମ୍ନାକୁ ଆସି ତାଙ୍କୁ ଅଟକାଇବା ସହ ଛୁରୀ ଦେଖାଇ ଧମକ ଚମକ ଦେବାପରେ 40,750 ଟଙ୍କା ଲୁଟି ନେଇଥିଲେ l

ଏନେଇ ନାକଟିଦେଉଳ ଥାନାରେ ଅଭିଯୋଗ ହେବାପରେ ଏସପିଙ୍କ ନିର୍ଦେଶରେ ଲୁଟେରା ମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ ଗଠନ ହୋଇଥିଲା l ଏହା ପରେ ପୋଲିସ, ଟେକ୍ନିକାଲ ଟିମ, ସାଇବର ସେଲ, ସିସିଟିଭି ଭିଜୁଆଲ ସହାୟତା ରେ ଲୁଟେରା ମାନଙ୍କୁ ଗିରଫ କରିଥିଲେ । ଏନେଇ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ସୂଚନା ଦେଇଛନ୍ତି l ଏହି ଘଟଣାରେ ପୋଲିସ 5 ଜଣ ଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଭୀମ ଭୋଇନଗର ର ସୁନୀଲ ବେହେରା, ରମେଶ ଭୋଇ, ଗଙ୍ଗାଧର ବାଦି, ସୁଶାନ୍ତ ଲୁହା ଓ କାଁହୁ ଚରଣ ତାଣ୍ଡି । ପୋଲିସ ଏମାନଙ୍କ ଠାରୁ 3ଟି ବାଇକ ନଗଦ 12,000 ଟଙ୍କା 7ଟି ମୋବାଇଲ ଫୋନ, ଗୋଟିଏ ଛୁରୀ ଓ ଗୋଟିଏ ବାୟୋମେଟ୍ରିକ ମେସିନ ସହ କିଛି କାଗଜ ପତ୍ର ଜବତ କରିଛି l

ଅଭିଯୁକ୍ତ ମାନଙ୍କର ପୂର୍ବରୁ ଅନଗୁଳ, ସମ୍ବଲପୁର,ସୁନ୍ଦରଗଡ଼, ର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ସୂଚନା ମିଳିଛି l ସବୁଠାରୁ ବଡ କଥା ହେଲା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରମେଶ ଭୋଇ ପୂର୍ବରୁ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବେ କାମ କରୁଥିଲେ l ମୁଖ୍ୟ ଅଭିଯୁକ୍ତ ରମେଶ ଭୋଇ ପୂର୍ବରୁ ଝାରସୁଗୁଡ଼ା ଲଇକେରା ବ୍ରାଞ୍ଚର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ଥିଲେ l

ଇଟିଭି ଭାରତ, ସମ୍ବଲପୁର

Last Updated : Sep 18, 2022, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.