ETV Bharat / state

ଦୁଇ ବର୍ଷ ପରେ ଧୁମଧାମରେ ମହମ୍ମଦଙ୍କ ଜୟନ୍ତୀ ପାଳିଲେ ମୁସଲିମ ସମ୍ପ୍ରଦାୟ

author img

By

Published : Oct 9, 2022, 4:46 PM IST

ମହାଆଡମ୍ବରରେ ପାଳନ ହୋଇଛି ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ । ଶାନ୍ତି, ଧର୍ମ, ନ୍ୟାୟର ପ୍ରତୀକ ମହାପୁରୁଷ ଥିଲେ ପ୍ରଫେଟ ମହମ୍ମଦ । ମହମ୍ମଦଙ୍କ ଜୟନ୍ତୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର। ଅଧିକ ପଢ଼ନ୍ତୁ

muslim community celebrated Muhammad birth ceremony in sambalpur
ଦୁଇ ବର୍ଷ ପରେ ଧୁମଧାମରେ ମହମ୍ମଦଙ୍କ ଜୟନ୍ତୀ ପାଳିଲେ ମୁସଲିମ ସମ୍ପ୍ରଦାୟ

ସମ୍ବଲପୁର: ଆଜି ହେଉଛି ମହମ୍ମଦ ଜୟନ୍ତୀ । ସାରା ବିଶ୍ଵ ପାଳୁଛି ମହମ୍ମଦ ଜୟନ୍ତୀ ତଥା ଇଦ-ମୀଲାଦୁନ-ନବୀ । ଏହା ମୁସଲମାନ ମାନଙ୍କ ଅନ୍ୟତମ ଇଦ ପର୍ବ । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭକ୍ତି ଓ ଶ୍ରଦ୍ଧା ପୂର୍ବକ ଏହି ଦିନଟିକୁ ପାଳନ କରୁଥିବାବେଳେ, ସମ୍ବଲପୁରରେ ବେଶ ଧୁମ୍ ଧାମର ସହ ମହମ୍ମଦଙ୍କ ଜୟନ୍ତୀ ପାଳନ କରାଯାଉଛି ।

ସମ୍ବଲପୁରରେ ମହାସମାରୋହରେ ପାଳିତ ହୋଇଛି ମହମ୍ମଦ ଜୟନ୍ତୀ । ଏହି ଅବସରରେ ଆଜି ସମ୍ବଲପୁର ମୋତିଝରଣ ଅଞ୍ଚଳରୁ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଏକ ଭବ୍ୟ ଶୋଭଯାତ୍ରା ବାହାରି ଭୁତାପଡା ଛକ, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର, ପୀର ବାବା ଛକ ଦେଇ ପୁଣି ଜିଲ୍ଲା ସ୍କୁଲ ଛକରେ ପହଞ୍ଚିଥିଲା । ଶୋଭଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ଆଜିର ଦିନରେ ଘରେ ଘରେ ମିଠା ତିଆରି ହୋଇଥାଏ । ମହାପୁରୁଷ ମହମ୍ମଦଙ୍କ ନୀତି ଆଦର୍ଶ ଅନୁସାରେ ଏହି ପର୍ବକୁ ଶାନ୍ତି ଓ ଭାଇଚାରାର ପର୍ବ ଭାବେ ପାଳନ କରାଯାଉଛି । ଏନେଇ ମୁସଲିମ ସମ୍ପ୍ରଦାୟ ଶ୍ରଦ୍ଧାଳୁ କହିଛନ୍ତି, "ଏହି ଦିବସର ମୂଳ ବିଶେଷତ୍ବ ହେଉଛି ଖୁସି ବାଣ୍ଟିବା । ଲୋକଙ୍କ ସେବା କରି ଶାନ୍ତି ଓ ପ୍ରେରଣାର ବାର୍ତ୍ତା ଦିଆଯାଏ । ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ସାରା ବିଶ୍ବରେ ଶୋଭାଯାତ୍ରା ବାହାରୁଛି । ଆଜି ବିଭିନ୍ନ ନମାଜରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ: ସୁପର ସ୍ପେଶାଲିଟି ମେଡିକାଲରେ ପରିଣତ ହେବ ଭୀମସାର: ସ୍ବାସ୍ଥ୍ୟ ମନ୍ତ୍ରୀ

ଧନୀ ଶ୍ରେଣୀର ଲୋକେ ଗରିବଙ୍କୁ ଦାନ ତଥା ସହାୟତା କରିବାର ପରମ୍ପରା ରହିଛି । ମହମ୍ମଦ ଜୟନ୍ତୀ ଉପଲକ୍ଷେ ସମ୍ବଲପୁରର ବିଭିନ୍ନ ମସଜିଦଗୁଡିକୁ ସୁସଜ୍ଜିତ କରାଯାଇଛି । ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ପ୍ରବଚନର ବ୍ୟବସ୍ଥା କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ 6 ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ପରେ ମହମ୍ମଦଙ୍କ ଜୟନ୍ତୀ ପାଳନ କରୁଥିବାରୁ ମୁସଲିମ ସମ୍ପ୍ରଦାୟ ବେଶ ଖୁସିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.