ସମ୍ବଲପୁର: ବାଇକ ଚଳାଇବା ପଡିଗଲା ମହଙ୍ଗା । ମୋଟା ଅଙ୍କର ତଣ୍ଡ ଗଣିଲେ ନାବାଳକ । ଶନିବାର ସନ୍ଧ୍ୟା ସମୟରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି ।
![ମହଙ୍ଗା ପଡିଲା ବାଇକ ଚାଳନା, 30 ହଜାର ଫାଇନ ଗଣିଲେ ନାବାଳକ](https://etvbharatimages.akamaized.net/etvbharat/prod-images/od-sam-02-fine-to-minor-for-driving-avo-7202776_25122021232002_2512f_1640454602_697.jpg)
ଲକ୍ଷ୍ମୀ ଟକିଜ ଛକରେ ପୋଲିସ ସ୍ବତନ୍ତ୍ର ଡ୍ରାଇଭ ଚଳାଇଥିବା ସମୟରେ ଜଣେ ନାବାଳକ କାନରେ ଇଅର ଫୋନ ଲଗାଇ ଏକ ଦାମୀ ବାଇକରେ ଆସୁଥିଲେ । ଏହା ଦେଖି ପୋଲିସ ସେଠାରେ ପିଲାଟିକୁ ଅଟକାଇ ଥିଲା । ଏଥିସହ ପୋଲିସ ତାଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇ ଥିଲେ ଏବଂ ସମ୍ବଲପୁର ଆରଟିଓକୁ ସୂଚନା ଦେଇଥିଲେ । ଏହାପରେ ଜୁନିୟର ଏମଭିଆଇ ଧର୍ମେନ୍ଦ୍ର ଦେହୁରୀ ଥାନାକୁ ଆସି ନାବାଳକ ବାପାଙ୍କ ଠାରୁ 30,000 ଟଙ୍କାର ଫାଇନ କାଟିଛନ୍ତି । ସମ୍ବଲପୁର ପୋଲିସ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ