ସମ୍ବଲପୁର: ମହଙ୍ଗା ପଡିଲା ଟ୍ରିପଲ ରାଇଡିଂ । ଏହି ରାଇଡିଂ ପାଇଁ 29 ହଜାର ଟଙ୍କାର ତଣ୍ଡ ଗଣିଲେ ନାବାଳକ । ଶୁକ୍ରବାର ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାନପୁର ଅଞ୍ଚଳରେ ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିବାବେଳେ ଏହି ଘଟଣା ଦେଖିବାକୁ ମିଳିଛି ।
ଚେକିଂ ସମୟରେ ଗୋଟିଏ ବାଇକରେ ତିନି ଜଣ ନାବାଳକ ବସି ଯାଉଥିବାବେଳେ ପରିବହନ ବିଭାଗ ହାବୁଡରେ ପଡିଥିଲେ । ଦୁଇଜଣରୁ ଅଧିକ ବସିଥିବାରୁ ୧ ହଜାର, ନାବାଳକ ଗାଡି ଚାଳନା ପାଇଁ ୨୫ ହଜାର, ହେଲମେଟ ପିନ୍ଧିନଥିବାରୁ ୧ ହଜାର, ଇନସ୍ୟୁରାନ୍ସ ନଥିବାରୁ ୨ ହଜାର ହିସାବରେ ନାବାଳକଙ୍କ ଉପରେ ଫାଇନ ପଡିଛି ।
ସମ୍ବଲପୁରରେ ଟ୍ରାଫିକ ଚେକିଂକୁ କଡାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉଥିବାବେଳେ ସାଧାରଣ ଲୋକଙ୍କୁ ଏନେଇ ସଚେତନ କରାଯାଉଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ