ETV Bharat / state

Bird Census in Hirakud Reservoir: ଚଳିତ ବର୍ଷ ଆସିଛନ୍ତି 1 ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀ - ହୀରାକୁଦ ଜଲଭଣ୍ଡାର

ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଜଳଭଣ୍ଡାର କୁ ମୋଟ 3 ଲକ୍ଷ 16 ହଜାର ପକ୍ଷୀ ଙ୍କ ଆଗମନ ହୋଇଛି । ଗତ ବର୍ଷ ଅପେକ୍ଷା ଏଥର 1 ଲକ୍ଷ ଅଧିକ ପକ୍ଷୀଙ୍କ ଆଗମନ ହୋଇଛି। ଯାହା କି ଗତବର୍ଷ ଅପେକ୍ଷା 50 ପ୍ରତିଶତ ଅଧିକ । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଟିମ ଗଠନ ହୋଇଛି । ଅଧିକ ପଢନ୍ତୁ

Bird Census Hirakud Reservoir: ଚଳିତ ବର୍ଷ ଆସିଛନ୍ତି 1 ଲକ୍ଷ ଅଧିକ ପକ୍ଷୀ

author img

By

Published : Jan 10, 2023, 10:47 PM IST

Bird Census Hirakud Reservoir: ଚଳିତ ବର୍ଷ ଆସିଛନ୍ତି 1 ଲକ୍ଷ ଅଧିକ ପକ୍ଷୀ

ସମ୍ବଲପୁର: ହୀରାକୁଦ ଜଲଭଣ୍ଡାରକୁ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା 50 ପ୍ରତିଶତ ଅଧିକ ପକ୍ଷୀ ଆସିଛନ୍ତି । 10 ଟି ନୁଆଁ ପ୍ରଜାତିର ପକ୍ଷୀ ଆସିଛନ୍ତି । ପକ୍ଷୀ ଗଣନା ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ (ଡିଏଫଓ) (Divisional Forest Officer) ଅଂଶୁପ୍ରଜ୍ଞା ଦାସ।

ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଜଳଭଣ୍ଡାର କୁ ମୋଟ 3 ଲକ୍ଷ 16 ହଜାର ପକ୍ଷୀ ଙ୍କ ଆଗମନ ହୋଇଛି । ଗତ ବର୍ଷ ଅପେକ୍ଷା ଏଥର 1 ଲକ୍ଷ ଅଧିକ ପକ୍ଷୀ ଙ୍କ ଆଗମନ ହୋଇଛି। ଯାହା କି ଗତବର୍ଷ ଅପେକ୍ଷା 50 ପ୍ରତିଶତ ଅଧିକ । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଟିମ ଗଠନ ହୋଇଛି । ଏହା ସହ ଚଳିତ ବର୍ଷ ହୀରାକୁଦ ଜଲଭଣ୍ଡାରକୁ ରାମସାର ସାଇଟ ଭାବେ ଘୋଷଣା ମଧ୍ୟ କରାଯାଇଛି ବୋଲି କହିଛନ୍ତି ଡିଏଫଓ । ବରଗଡ ଜିଲ୍ଲାର ସେକ୍ଟର 5 ଗୋବିନ୍ଦପୁର ଗାଁ କୁ (Bird Village) ପକ୍ଷୀଗ୍ରାମ ଭାବେ ଘୋଷଣା ମଧ୍ୟ କରାଯାଇଛି ।

ଅନ୍ୟପଟେ ଗତବର୍ଷ 104 ପ୍ରଜାତି ର ପକ୍ଷୀ ଆସିଥିବା ବେଳେ ଏଥର 108 ପ୍ରଜାତିର ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ 10 ଟି ନୂଆ ପ୍ରଜାତିର ପକ୍ଷୀ ଠାବ ହୋଇଛନ୍ତି । ବିଦେଶାଗତ ପକ୍ଷୀ ଗୁଡିକ ଏସିଆ, ୟୁରୋପ, ରଷିଆ, ଚାଇନା ଓ ଆଫ୍ରିକା ରୁ ଆସିଛନ୍ତି । ହୀରାକୁଦର ଜଳବାୟୁ, ପର୍ଯ୍ୟାପ୍ତ ଖାଦ୍ୟ, ସୁରକ୍ଷା ଦୃଷ୍ଟି କୋଣରୁ ପ୍ରତ୍ୟେକ ବର୍ଷ ପକ୍ଷୀ ମାନେ ହୀରାକୁଦ ଆସୁଛନ୍ତି । ଏହି ପକ୍ଷୀ ମାନେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହୀରାକୁଦରେ ରୁହନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.