ETV Bharat / state

ସମ୍ବଲପୁରରେ ଡାକ୍ତର ମରୁଡି, ହନ୍ତସନ୍ତ ରୋଗୀ - problem

ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ଡାକ୍ତର ପଦବୀ ଖାଲି ପଡିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସର୍ବମୋଟ 100 ରୁ ଊର୍ଦ୍ଧ୍ବ ପଦବୀ ଖାଲି ଥିବାବେଳେ ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 14, 2019, 3:29 PM IST

ସମ୍ବଲପୁର: ଦୀର୍ଘ ଦିନ ଧରି ସମ୍ବଲପୁର ଜିଲ୍ଲାରେ ଡାକ୍ତର ପଦବୀ ଖାଲି ପଡିଛି । ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ରହିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , 2 ଟି ଉପଖଣ୍ଡୀୟ ଚିକିତ୍ସାଳୟ ଓ 9ରୁ ଊର୍ଦ୍ଧ୍ବ ପିଏଚସି ଓ ସିଏଚସି ପରି ଡାକ୍ତରଖାନା । ଗୋଟିଏ ପଟେ ଏହି ଡାକ୍ତରଖାନା ଉପରେ ଜିଲ୍ଲା ବାହାରର ଲୋକ ମଧ୍ୟ ନିର୍ଭରଶୀଳ ରହୁଥିବାରୁ ଏବେବି ଡାକ୍ତର ମରୁଡି ଏକ ବଡ଼ ସମସ୍ୟା ହୋଇ ରହିଛି ।

ଖବର ଅନୁଯାୟୀ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରେଢ଼ାଖୋଲ ଓ କୁଚିଣ୍ଡା ପରି ଉପଖଣ୍ଡୀୟ ଚିକିତ୍ସାଳୟ ସହ ସବୁ ବ୍ଲକରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ତେବେ ଗ୍ରାମାଞ୍ଚଳରୁ ସହର ସବୁଠି ଡାକ୍ତର ପଦବୀ ଖାଲି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପଦବୀ 13ଟି ରହିଥିବାବେଳେ ଅଛନ୍ତି 5 ଜଣ, ଜୁନିୟର ଡାକ୍ତର ପଦବୀ 22 ଥିବାବେଳେ ଅଛନ୍ତି 17 ଜଣ, ବରିଷ୍ଠ ଡାକ୍ତର କ୍ଲାସ-1 ପଦବୀ 76 ଥିବାବେଳେ ଅଛନ୍ତି 49, କନିଷ୍ଠ ଡାକ୍ତର ପଦବୀ 93 ଥିବାବେଳେ ଅଛନ୍ତି ମାତ୍ର 57 ଜଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଭଳି ଭାବେ ବର୍ତ୍ତମାନ ଜିଲ୍ଲାରେ ସର୍ଵମୋଟ 100ରୁ ଊର୍ଦ୍ଧ୍ବ ପଦବୀ ଖାଲି ଥିବାର ସୂଚନା ମିଳିଛି । ଏପଟେ ଗ୍ରାମାଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ଅବସ୍ଥା ଆହୁରି ଖରାପ । କେତେକ ସ୍ଥାନରେ ଡାକ୍ତର ନଥିବାବେଳେ ଆଉ କେତେକ ସ୍ଥାନରେ ଡାକ୍ତର ଥିଲେ ମଧ୍ୟ ସବୁ ସମୟରେ ରହୁନାହାଁନ୍ତି ବୋଲି ଅଭିଯୋଗ ହେଉଛି ।

ଏପଟେ ଝାରସୁଗୁଡା ବିଧାୟକ ନବ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ଲୋକଙ୍କ ମନ ଭିତରେ ଆଶା ଜାଗ୍ରତ ହୋଇଛି । ନିକଟ ଅତୀତରେ ସ୍ବାସ୍ଥ୍ୟ ମନ୍ତ୍ରୀ ସମ୍ବଲପୁର ଆସିଥିବାବେଳେ ତାଙ୍କୁ ଏହି ସମସ୍ୟା ନେଇ ପଚାରିବାରୁ ସେ 2 ବର୍ଷ ଭିତରେ ସବୁ ପଦବୀ ପୂରଣ ହେବ ବୋଲି ଆଶ୍ବାସନା ଦେଇଛନ୍ତି ।

ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗରେ ଏପରି ଵ୍ୟଵସ୍ଥା କରାଯିବ, ଯେପରି କୌଣସି ସରକାରୀ ମେଡିକାଲ କଲେଜରେ ପଡୁଥିବା ଡାକ୍ତରୀ ଛାତ୍ର ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଫଳରେ 2 ବର୍ଷ ଭିତରେ ରାଜ୍ୟରେ ଡାକ୍ତର ବଳକା ପଡିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲାରେ ଡାକ୍ତର ପଦବୀ ଶୁନ୍ୟ ସମସ୍ୟା ଆଜିର ନୁହେଁ।ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ରେ ରହିଛି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , 2 ଟି ଉପଖଣ୍ଡିୟ ଚିକିତ୍ସାଳୟ ଓ 9 ରୁ ଉର୍ଢ଼ ପି ଏଚ ସି ଓ ସିଏଚସି ପରି ଡାକ୍ତରଖାନା ରହିଛି।ଏଭଳି ପରିସ୍ଥିତି ରେ ଏହା ଉପରେ ଜିଲ୍ଲା ବାହାରର ଲୋକ ମଧ୍ୟ ନିର୍ଭରଶୀଳ।କିନ୍ତୁ ଏଠାରେ ଏବେବି ଡାକ୍ତର ମରୁଡି ଏକ ବଡ଼ ସମସ୍ୟା ହୋଇ ରହିଛି।

Body:ସମ୍ବଲପୁର ଜିଲାରେ ଡାକ୍ତର ମରୁଡି। ଏଠାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରେଢ଼ାଖୋଲ ଓ କୁଚିଣ୍ଡା ପରି ଉପଖଣ୍ଡିୟ ଚିକିତ୍ସାଳୟ ସହ ସବୁ ବ୍ଲକରେ ରେ ରହିଛି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ତେବେ ଗ୍ରାମଞ୍ଚଳରୁ ସହର ସବୁଠି ଡାକ୍ତର ପଦବୀ ଖାଲି ରହିଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ଅତିରିକ୍ତ ସ୍ୱସ୍ଥ୍ୟ ନିର୍ଦେଶକ ପଦବୀ 13 ଟି ରହିଥିବା ବେଳେ ଅଛନ୍ତି 5 ଜଣ, ଜୁନିୟର ଡାକ୍ତର ପଦବୀ 22 ଥିବା ବେଳେ ଅଛନ୍ତି 17 ଜଣ, ବରିଷ୍ଠ ଡାକ୍ତର କ୍ଲାସ-1 ପଦବୀ 76 ଥିବା ବେଳେ ଅଛନ୍ତି 49,କନିଷ୍ଟ ଡାକ୍ତର ପଦବୀ 93 ଥିବା ବେଳେ ଅଛନ୍ତି ମାତ୍ର 57 ଜଣ।ଏଭଳି ଭାବେ ବର୍ତ୍ତମାନ ଜିଲ୍ଲାରେ ସର୍ଵମୋଟ 100 ରୁ ଉର୍ଢ଼ ପଦବୀ ଖାଲି ଥିବାର ସୁଚନା ମିଳିଛି। ଏପଟେ ଗ୍ରାମଞ୍ଚଳର ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ଅବସ୍ଥା ଆହୁରି ଖରାପ। କେତେକ ସ୍ଥାନରେ ଡାକ୍ତର ନଥିବା ବେଳେ କେତେକ ସ୍ଥାନରେ ଡାକ୍ତର ଥିଲେ ମଧ୍ୟ ସବୁ ସମୟରେ ରହୁ ନାହାନ୍ତି ବୋଲି ଅଭିଯୋଗ ହୁଏ।ସବୁ ଭିତ୍ତିଭୂମି ଥାଇ ମଧ୍ୟ ଡାକ୍ତର ଙ୍କ କ୍ୱାର୍ଟର ଖାଲି ପଡ଼ିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି।

ବାଇଟ-1-ସ୍ସଚେତନ ନାଗରିକ, ଠେମରା ଗ୍ରାମ।
ବାଇଟ-2-ରୋଗୀଙ୍କ ସମ୍ପର୍କୀୟ।

ଏପଟେ ଝାରସୁଗୁଡା ବିଧାୟକ ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ଲୋକଙ୍କ ମନ ଭିତରେ ଆଶା ଜାଗ୍ରତ ହୋଇଛି। ନିକଟ ଅତୀତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସମ୍ବଲପୁର ଆସିଥିବା ବେଳେ ତାଙ୍କୁ ଏହି ସମସ୍ୟା ନେଇ ପଚାରିବାରୁ ସେ 2 ବର୍ଷ ଭିତରେ ସବୁ ପଦବୀ ପୂରଣ ହେବ ବୋଲି ଆଶ୍ୱାସନା ଦେଇଛନ୍ତି। ଗ୍ରାମଞ୍ଚଳରେ ଡାକ୍ତର ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରାଯିବ ବୋଲି ସେ କହିଛନ୍ତି।ତଥା ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗରେ ଏପରି ଵ୍ୟଵସ୍ଥା କରାଯିବ ଯେପରି କୌଣସି ସରକାରୀ ମେଡିକାଲ କଲେଜରେ ପଡୁଥିବା ଡାକ୍ତରୀ ଛାତ୍ର ରାଜ୍ୟ ବାହାରକୁ ଯାଇ ପରିବ ନାହିଁ।ଫଳରେ 2 ବର୍ଷ ଭିତରେ ରାଜ୍ୟରେ ଡାକ୍ତର ବଳକା ପଡିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ବାଇଟ-3- ନବ କିଶୋର ଦାସ,ସ୍ୱାସ୍ଥ୍ୟମନ୍ତ୍ରୀ।

Conclusion:ଏବେ ଗୋଟିଏ ପ୍ରଶ୍ନ ଉଠେ ଯେ ସ୍ୱାସ୍ଥ୍ୟମନ୍ତ୍ରୀ ଯେଉଁ ଦାବି କରୁଛନ୍ତି ତାହା କେବେ ପୂରଣ ହେଉଛି ନା ଏହା ମଧ୍ୟ ଏକ ଆଶ୍ୱାସନା ହୋଇ ରହୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.