ETV Bharat / state

ସମ୍ବଲପୁରରୁ 3,200 ବୋତଲ ବେଆଇନ କଫସିରପ ଜବତ, 3 ଗିରଫ - ଗିରଫ

ସମ୍ବଲପୁର ଅଇଁଠାପାଲି ପୋଲିସର ଏକ ସ୍ବତନ୍ତ୍ର ଟିମ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ବେଆଇନ କଫ ସିରପ ବୋତଲ ଜବତ କରିଛି ।

author img

By

Published : May 5, 2019, 5:59 PM IST

ସମ୍ବଲପୁର: ବେଆଇନ କଫ ସିରପ କାରବାର କରୁଥିବା ଗ୍ୟାଙ୍ଗର ପର୍ଦାଫାସ କଲା ସମ୍ବଲପୁର ପୋଲିସ । ସମ୍ବଲପୁର ଅଇଁଠାପାଲି ପୋଲିସର ଏକ ସ୍ବତନ୍ତ୍ର ଟିମ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ବେଆଇନ କଫସିରପ ବୋତଲ ଜବତ କରିଛି । ଏହାସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ଜବତ ହୋଇଥିବା ମେଡିସିନ ମଧ୍ୟରେ 3 ହଜାର200 କଫସିରଫ୍ ବୋତଲ, 9000 ସିରିଞ୍ଜ ଇଜେକ୍ସନ ଓ 9ହଜାର 300 ଟାବଲେଟ୍ ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଦଲେଇପଡାର ମହମ୍ମଦ ସହିଦ ଅନସାରୀ, ସୁନ୍ଦରଗଡ ସଙ୍କରାର ଅଜୟ କୁମାର ଚୌଧୁରୀ ଓ ସମ୍ବଲପୁର ମହାନ୍ତିପଡାର ଲକ୍ଷ୍ମୀଧର ସାହୁ ।

ଏମାନଙ୍କୁ ଗିରଫ କରିବା ପାଇଁ ପ୍ରାୟ ଏକ ମାସ ପୂର୍ବରୁ ପୋଲିସ ଯୋଜନା କରିଥିବା ସମ୍ବଲପୁର ଏସପି କହିଛନ୍ତି । ସେପଟେ ଯେଉଁସବୁ ସିରପ ଓ ଟାବଲେଟ ଜବତ ହୋଇଛି ତାହା ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନରେ ବିକ୍ରି ହୋଇପାରିବ ନାହିଁ । ତେବେ ଡାକ୍ତରଙ୍କ ପରାମର୍ଶରେ କେଉଁଠୁ ଏତେ ପରିମାଣର ବେଆଇନ ମେଡିସିନ ଆଣୁଥିଲେ ଓ ବିକ୍ରି କରୁଥିଲେ ସେନେଇ ଡ୍ରଗ୍ସ ଇନ୍ସପେକ୍ଟରକୁ ଚିଠି ଲେଖା ଯାଇଥିବା ଏସପି କହିଛନ୍ତି ।

ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ବେଆଇନ କଫସିରଫ ଚାଲାଣ ଅଭିଯୋଗ ରହିଥିବାବେଳେ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ଅଛନ୍ତି ସେନେଇ ତଦନ୍ତ ଚାଲିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଦୁଷ୍ମନ ରଣା, ଇଟିଭି ଭାରତ

Intro:Body:

fdfgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.