ETV Bharat / state

ପ୍ରତିଶୃତି ଦେଇ ପ୍ରତାରଣା; ଆତ୍ମହତ୍ୟା ଧମକ ଦେଲେ ପୀଡିତା - ଶାରିରୀକ ସମ୍ପର୍କ

ପ୍ରଥମେ ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ଆଉ ପରେ ପ୍ରତାରଣା ଓ ଧମକ । ସମ୍ବଲପୁର ଜିଲ୍ଲା ବାଉଁସରା ଗାଁର ହାରାଧନ ବେହେରାଙ୍କ ପୁଅ ରାକେଶ ବେହେରା ନାଁରେ ଏମିତି ଅଭିଯୋଗ ଆଣିଛନ୍ତି ଯୁବତୀ । ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ପୀଡିତା ।

ଭିଡଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 21, 2019, 9:21 PM IST

ସମ୍ବଲପୁର: ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ପରେ ପ୍ରତାରଣା ଦେଇଛି ପ୍ରେମିକ । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବାଉଁସରା ଗ୍ରାମରେ। ତେବେ ପୋଲିସ ଅଭିଯୁକ୍ତକୁ ଗିରଫ ନକରି ସହାୟତା କରୁଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ବିବାହର ପ୍ରତିଶୃତି ଦେଇ ବାରମ୍ବାର ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ଶାରିରୀକ ସମ୍ପର୍କ ରଖିଥିବା ନେଇ ବାଉଁସରା ଗାଁର ହାରାଧନ ବେହେରାଙ୍କ ପୁଅ ରାକେଶ ବେହେରା ନାଁରେ ଅଭିଯୋଗ ଆଣିଛନ୍ତି ପିଡିତା । ଯୁବକ ଜଣକ 4 ବର୍ଷ ହେଲା ଯୁବତୀଙ୍କୁ ଯୌନ ଶୋଷଣ କରିଆସୁଥିବା ଅଭିଯୋଗ ହୋଇଛି। ତେବେ ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କୁ ବିବାହ କରିବାକୁ କହିବାରୁ ଅଭିଯୁକ୍ତ ଯୁବକ ପୀଡିତା ଓ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା । ତେବେ ପୋଲିସ ମଧ୍ୟ ମାମଲାରେ ରାକେଶଙ୍କୁ ସହଯୋଗ କରୁଥିବା କହିଛନ୍ତି ଯୁବତୀ ।

ଏନେଇ ଧମା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ କରିନଥିବା କହିଛନ୍ତି ପୀଡିତା । ଏପଟେ ସମ୍ବଲପୁର ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ଟେଲିଫୋନ ଜରିଆରେ ସୂଚନା ଦେଇଛନ୍ତି ଯେ ଘଟଣା ନେଇ ଧମା ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ଏକ ଟିମ ଗଠନ ହୋଇଥିବାର ସୂଚନା ଦିଆଯାଇଛି। ଯଥାଶୀଘ୍ର ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ପୀଡିତା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ସ୍ଥାପନ କରି ପ୍ରତାରଣା।ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବାଉଁସରା ଗ୍ରାମରେ। ତେବେ ଅଭିଯୁକ୍ତକୁ କୁ ଗିରଫ ନକରି ପୋଲିସ ସହାୟତା କରୁଥିବା ଅଭିଯୋଗ ଆଣିଲେ ପିଡିତା। ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଲେ ପିଡିତା।

Body:ବିବାହର ପ୍ରତିଶୃତି ଦେଇ ପ୍ରେମ ସମ୍ପର୍କ ସ୍ଥାପନ କରି ନିଯଜୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବାଉଁସରା ଗାଁ ର ଜଣେ ଯୁବତୀ। ବାଉଁସରା ଗାଁର ହାରାଧନ ବେହେରାଙ୍କ ପୁଅ ରାକେଶ ବେହେରା ନାଁରେ ଏପରି ଅଭିଯୋଗ ଆଣିଛନ୍ତି ପିଡିତା ଯୁବତୀ। ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ 4 ବର୍ଷ ହେଲା ଯୁବତୀଙ୍କ ଯୌନ ଶୋଷଣ କରିଆସୁଥିବା ଅଭିଯୋଗ ହୋଇଛି। ତେବେ ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କୁ ବିବାହ କରିବାକୁ କହିବାରୁ ଅଭିଯୁକ୍ତ ଯୁବକ ପୀଡିତ ଯୁବତୀ ଓ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।ଏପରିକି ଅଭିଯୁକ୍ତ ଯୁବକ ଜଣକ ନିଜକୁ ଶାସକ ଦଳର ଜଣେ ସ୍ଥାନୀୟ ନେତା ହେବା ସହ 2 ବରିଷ୍ଠ ଶାସକ ଦଳର ଜନ ପ୍ରତିନିଧିଙ୍କ ଖାସ ଲୋକ ବୋଲି କହି ପୋଲିସ କିଛି କରିପାରିବେନି ବୋଲି କହୁଥିବାର ଅଭିଯୋଗ କରିଛନ୍ତି ପିଡିତା ।

ବାଇଟ-1-ପିଡିତା ଯୁବତୀ।
ବାଇଟ-2-ପିଡୀତଙ୍କ ମା।

ଏନେଇ ଧମା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଗିରଫ କରିବା ପରିବର୍ତ୍ତେ ହାଇକୋର୍ଟ ରୁ ବେଲ କରେଇବାକୁ ଜାଣି ଶୁଣି ଗିରଫ କରିନଥିବାର ଅଭିଯୋଗ ଆଣିଛନ୍ତି ପିଡିତା।ଏପଟେ ସମ୍ବଲପୁର ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ଟେଲିଫୋନ ଜରିଆରେ ସୂଚନା ଦେଇଛନ୍ତି ଯେ ଘଟଣା ନେଇ ଧମା ଥାନାରେ ମାମଲା ରୁଜ୍ଜୁ ହୋଇଛି।ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ର ଏକ ଟିମ ଗଠନ ହୋଇଥିବାର ସୂଚନା ଦିଆଯାଇଛି।

Conclusion:ଏପଟେ ପିଡିତା ଯୁବତୀ ଜଣକ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.