ETV Bharat / state

ଝଗଡା ସମାଧାନ କରିବାକୁ ଯାଇ ଯୁବକ ଆକ୍ରମଣର ଶିକାର - ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ଝଗଡା ସମାଧାନ କରିବାକୁ ଯାଇ ଫସିଯାଇଛନ୍ତି ଜଣେ ଯୁବକ । ସମ୍ବଲପୁରର ରେଢ଼ାଖୋଲ ଥାନା ଅଧିନସ୍ଥ ଖନ୍ଧାଢ଼ିପ ଛକରେ କଳି ସମାଧାନ କରିବାକୁ ଆସିଥିବା ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର
author img

By

Published : Nov 8, 2019, 11:40 AM IST

ସମ୍ବଲପୁର: ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ କରିବା ଅନ୍ୟଜଣେ ଯୁବକଙ୍କୁ ମହଙ୍ଗା ପଡିଛି । କଳି ସମାଧାନ କରିବାକୁ ଆସିଥିବା ଆସିଥିବା ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରାଯାଇଛି । ଏ ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରର ରେଢ଼ାଖୋଲ ଥାନା ଅଧିନସ୍ଥ ଖନ୍ଧାଢ଼ିପ ଛକରେ । ଏଠାରେ ଗାଡିକୁ ନେଇ ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଏବଂ ପରେ ମାଡ଼ପିଟ ହୋଇଥିଲା । ସେଠାରେ ଛିଡା ହୋଇଥିବା ହରି ପୁରୋହିତ ନାମକ ଜଣେ ଯୁବକ କାହିଁକି ଝଗଡା କରୁଛ ବୋଲି କହି ପରସ୍ପର ମଧ୍ୟରେ କଳି କରୁଥିବା ଦୁଇ ଯୁବକଙ୍କୁ ଅଲଗା କରି ଦେଇଥିଲା । ଝଗଡା କରୁଥିବା ସେହି ଦୁଇ ଜଣଙ୍କ ମଧ୍ୟରୁ ସଞ୍ଜିତ ନାମକ ଯୁବକ ରାଗି ଯାଇ ହରିଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

ଯାହା ଫଳରେ ତାଙ୍କର ଅଣ୍ଟା ଉପର ଭାଗରେ ନିଆଁ ଲାଗି ଯାଇଥିଲା । ତତକ୍ଷଣାତ ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ଦୌଡ଼ି ପଳାଇଥିଲେ ହରି । ହେଲେ ତାଙ୍କ ଦେହର ଅଂଶ ବହୁମାତ୍ରାରେ ପୋଡି ଯାଇଥିଲା । ଏ ଖବର ପାଇବା ପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରେଢ଼ାଖୋଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କର ମୁହଁ, ହାତ ଦେହ ପୋଡିଯାଇଥିବା କହିଛନ୍ତି ଡାକ୍ତର। ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏ ଘଟଣାରେ ପୋଲିସ ସଞ୍ଜିତକୁ ଗିରଫ କରି ପଚରାଉଚରା କରୁଛି । ସ୍ଥାନୀୟ ଅଞ୍ଚଳରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ଅନ୍ୟ 2 ଜଣ ଯୁବକଙ୍କ ଝଗଡା ସମାଧାନ କରିବାକୁ ଯାଇ ଫସିଗଲେ ଯୁବକ। କଲି କରୁଥିବା ଯୁବକ ମଧ୍ୟରୁ ଜଣେ ତାଙ୍କୁ ପେଟ୍ରୋଲ ଢାଳି ନିଅଁ ଲଗାଇ ମାରିଦେବାକୁ ଚେଷ୍ଟା କରିଛି।ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ।Body: ଦୁଇ ଜଣଙ୍କ କଳି ସମାଧାନ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ଉପରକୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରାଯାଇଛି। ରେଢ଼ାଖୋଲ ଥାନା ଅନ୍ତର୍ଗତ ଖନ୍ଧାଢ଼ିପ ଛକ ନିକଟରେ ଗାଡିକୁ ନେଇ ଦୁଇ ଜଣ ଯୁବକ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଏବଂ ପରେ ଦୁଇ ଜଣଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। ନିକଟରେ ଛିଡା ହୋଇଥିବା ହରି ପୁରୋହିତ ନାମକ ଜଣେ ଯୁବକ କାହିଁ ଝଗଡା ହେଉଛ କହି ଦୁଇ ଜଣକୁ ଅଲଗା କରି ଦେଇଥିଲା।ତାପରେ ଝଗଡା ହେଉଥିବା ଦୁଇ ଜଣଙ୍କ ମଧ୍ୟରୁ ସଂଜୀତ ନାମକ ଜଣେ ଯୁବକ ହରି ଉପରେ ରାଗି ଯାଇ ତାଙ୍କ ଉପରେ ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲା। ହରିର ଅଂଟା ଉପରକୁ ନିଆଁ ଲାଗି ଯାଇଥିଲା। ହରି ତୁରନ୍ତ ପିନ୍ଧିଥିବା ସାର୍ଟ କୁ ଖୋଲିଦେଇ ଦୌଡ଼ି ପଳାଇଥିଲେ। ହେଲେ ତାଙ୍କ ଦେହର ଅଂଟା ଉପରକୁ ବହୁମାତ୍ରାରେ ପୋଡି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରେଢ଼ାଖୋଲ ହସ୍ପିଟାଲ ନେଇଥିଲେ। ହରୀଙ୍କର ମୁହଁ, ହାତ,ଦେହ ପୋଡିଯାଇଥିବା ଡାକ୍ତର କହିଛନ୍ତି। ହେଲେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ସଂଜୀତ ନାମକ ଜଣେ ଯୁବକକୁ ଗିରଫ କରି ପଚରାଉଚରା କରୁଛି।Conclusion:ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.