ETV Bharat / state

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରାମାଡ଼

ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ କାଳିବାଡି ୱେସ୍କୋ ଅଫିସ ସମ୍ମୁଖରେ ଦିନ ଦ୍ବିପ୍ରହରରେ ଯୁବକକୁ ଛୁରା ମାଡ଼ । ଯୁବଙ୍କକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

author img

By

Published : Aug 11, 2019, 6:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ କାଳିବାଡି ୱେସ୍କୋ ଅଫିସ ସମ୍ମୁଖରେ ଦିନ ଦ୍ବିପ୍ରହରରେ ଯୁବକକୁ ଛୁରା ମାଡ଼ । ରବିବାର ଦିନ ପ୍ରାୟ ସାଢ଼େ 10ଟା ସମୟରେ ମହମ୍ମଦ କାଦିମ ନାମକ ଜଣେ ଯୁବକଙ୍କୁ କିଛି ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ସହ ଛୁରାମାଡ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ କୁମ୍ଭାର ପଡାର ମୋହସିନ ଅକ୍ତର ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଆକ୍ରମଣରୁ ଯୁବକ ଜଣକ ନିଜକୁ କୌଣସି ପ୍ରକାର ବଞ୍ଚାଇ ଥିଲେ ମଧ୍ୟ ତାଙ୍କର ବେକ ଓ ହାତରେ ଆଘାତ ଲାଗିଛି । ଯୁବକ ଜଣଙ୍କୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ଧନୁପାଲି ଥାନାରେ ଚୋରି, ଡକାୟତି ପରି ବହୁ ମାମଲା ଥିବା ପୋଲିସ କହିଛି ।

ପରିବାର ଲୋଜେ ଏହାକୁ ଜମିବାଡ଼ି ସମ୍ପର୍କିତ ବିବାଦ ଓ ତାଙ୍କୁ ମାରିବାକୁ ସୁପାରୀ ଦିଆ ଯାଇଥିବା କହିଛନ୍ତି । ଏନେଇ ଧନୁପାଲି ଥାନାରେ ମାମଲା ରୁଜ୍ଜୁ ହୋଇଛି । ତେବେ ପୋଲିସ ଏହାକୁ ପୂର୍ବ ଶତ୍ରୁତା ଓ ଗୋଷ୍ଠୀ ବିବାଦ ହୋଇଥାଇପାରେ ବୋଲି କହୁଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଦିନ ଦ୍ବିପ୍ରହର ରେ ଯୁବକ କୁ ଛୁରା ମାଡ଼।ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଘଟିଛି ଘଟଣା।ଯୁବକଙ୍କୁ ସରକାରୀ ମୂଖ୍ୟ ଚିକୁତ୍ସାଳୟରେ ଚିକତ୍ସା କରାଯାଇଛି।Body:ସମ୍ବଲପୁର ରେ ଦିନ ଦ୍ବିପ୍ରହର ରେ ଯୁବକ ଙ୍କୁ ଛୁରା ମାଡ଼ ।ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କାଳିବାଡି ୱେସ୍କୋ ଅଫିସ ସମ୍ମୁଖରେ ଘଟିଛି ଘଟଣା। ଆଜି ଦିନ ପ୍ରାୟ ସାଢ଼େ 10 ଟା ସମୟରେ ମହମ୍ମଦ କାଦିମ ନାମକ ଜଣେ ଯୁବକଙ୍କୁ କୁଛି ଯୁବକ ସଂଘବଦ୍ଧ ଭାବେ ଚୁରାରେ ଆକ୍ରମଣ କରିଛନ୍ତି। ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ କୁମ୍ଭାର ପଡାର ମୋହସିନ ଅକ୍ତର ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଆକ୍ରମଣରୁ ଯୁବକ ଜଣକ ନିଜକୁ କୌଣସି ପ୍ରକାର ରେ ବଞ୍ଚାଇ ଥିଲେ ମଧ୍ୟ ତାଙ୍କର ବେକ ଓ ହାତରେ ଆଘାତ ଲାଗିଛି।ତାଙ୍କୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି। ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ଧନୁପାଲି ଥାନାରେ ଚୋରୀ, ଡକାୟତି ପରି ବହୁ ମାମଲା ଥିବା ପୋଲିସ କହିଛି।ପରିବାର ଲୋଜେ ଏହାକୁ ଜମିବାଡ଼ି ସମ୍ପର୍କୀତ ବିବାଦ ଓ ତାଙ୍କୁ ମାରିବାକୁ ସୁପାରୀ ଦିଆ ଯାଇଥିବାର କହିଛନ୍ତି।ଏନେଇ ଧନୁପାଲି ଥାନାରେ ମାମଲା ରୁଜ୍ଜୁ ହୋଉଛି।ତେବେ ପୋଲିସ ଏହାକୁ ପୂର୍ବ ଶତ୍ରୁତା ଓ ଗୋଷ୍ଠୀ ବିବାଦ ହୋଇଥାଇପାରେ ବୋଲି କହୁଛି।ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।Conclusion:ବର୍ତମାନ ସମ୍ବଲପୁର ସହରରେ ଦିନ ଦ୍ବିପ୍ରହର ଘଟୁଥିବା ଏଭଳି ଘଟଣା ବଢ଼ିବାରେ ଲାଗିଛି। ଆଉ ଏହା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.