ETV Bharat / state

ସମ୍ବଲପୁରରେ ମହାନଦୀ ଟ୍ରିବୁନାଲ ଟିମ, ଆଜିଠୁ କ୍ଷେତ୍ର ପରିଦର୍ଶନ

ସମ୍ବଲପୁର ପହଞ୍ଚିଲା ମହାନଦୀ ଟ୍ରିବୁନାଲ ଟିମ । ଆଜି ହୀରାକୁଦ ଡ୍ୟାମ ଓ ଏହାର ଉପର ତଳ ମୁଣ୍ଡର ମହାନଦୀ ପରିଦର୍ଶନ କରିବ ଟ୍ରିବୁନାଲ ଟିମ l

author img

By

Published : May 20, 2023, 7:51 AM IST

mahanadi tribunal team reached at sambalpur

ସମ୍ବଲପୁର/ଝାରସୁଗୁଡା: ଆଜି ହୀରାକୁଦ ଡ୍ୟାମ ଓ ଏହାର ଉପର ତଳ ମୁଣ୍ଡର ମହାନଦୀ କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବୁନାଲ ଟିମ । ଏନେଇ ଶୁକ୍ରବାର ଜିଲ୍ଲାରେ ପହଞ୍ଚିଛି ମହାନଦୀ ଟ୍ରିବୁନାଲ ଟିମ । କିଛି ଦିନ ତଳେ ଛତିଶଗଡ଼ରେ 2ଟି ପର୍ଯ୍ୟାୟରେ ପରିଦର୍ଶନ କରି ମହାନଦୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲା ଏହି ଟିମ । ଆସନ୍ତା 3 ଦିନ ଧରି ଟ୍ରିବୁନାଲ ଟିମ ଓଡିଶାରେ ମହାନଦୀର ବିଭିନ୍ନ ସ୍ଥାନ ପରିଦର୍ଶନ କରିବ ବୋଲି ଜଣାପଡିଛି । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ସମ୍ବଲପୁର ପହଞ୍ଚି ବା ପରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ଟ୍ରିବୁନାଲ ଟିମର ସଦସ୍ୟ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମ୍‌ ସମ୍ବଲପୁରରେ ଆସି ପହଞ୍ଚିଛି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୮ ମସିହାରୁ ଟ୍ରିବୁନାଲ ଗଠନ କରାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାର ବାଟ ନମିଳିଥିବାରୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରି ଆସୁଛି l ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଛତିଶଗଡ଼ କଲମା ବ୍ୟାରେଜ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୂର୍ବରୁ ଟାର୍ଗେଟ କରିଥିଲା କଂଗ୍ରେସ । ଏହି ସାମ୍ବାଦିକ ସମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ, "ବିଜେପି ସରକାର ସମୟରୁ ଛତିଶଗଡରେ ବ୍ୟାରେଜ ସବୁ ତିଆରି ହୋଇଛି । ଅଣମୌସୁମୀ ସମୟରେ ଆଉ ପାଣି ଓଡ଼ିଶାକୁ ଆସୁନି । ରାଜ୍ୟ ସରକାର ଶେଷରେ ଟ୍ରିବ୍ୟୁନାଲକୁ ଗଲେ । ତେବେ ଏଯାଏଁ କିଛି ବି ଲାଭ ହୋଇନି ।’’ ମହାନଦୀ ସମସ୍ୟା ପାଇଁ ବିଜେଡି ସରକାର ଦାୟୀ ବୋଲି ଅଭିଯୋଗ କରିଥିଲା କଂଗ୍ରେସ । ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ପିସିସି ସଭାପତି ଦାବି କରିଥିଲେ ।

ସେପଟେ କାବେରୀ ବିବାଦରେ ୮ଟି ସିଡ୍ୟୁଲରେ ତଥ୍ୟ ସଂଗ୍ରହ ପାଇଁ ୨୫ ବର୍ଷ ଲାଗିଲା । ସେହିଭଳି ମହାନଦୀ ବିବାଦରେ ୬୫ଟି ସିଡିୟୁଲରେ ତଥ୍ୟ ସଂଗ୍ରହ ହେବାକୁ ଥିବାରୁ ଏଥିପାଇଁ ୨୦୦ ବର୍ଷ ଲାଗିବ ବୋଲି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲା କଂଗ୍ରେସ l ଅନ୍ୟପଟେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, '' ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ପ୍ରତିନିଧି ଦଳ । ୨୦୧୮ ମସିହାରେ ଟ୍ରିବ୍ୟୁନାଲ ଗଠନ ହେଲା । ଏଯାଏଁ କୌଣସି ରାୟ ଆସୁନି । ୬୫ଟି ସିଡିୟୁଲରେ ତଥ୍ୟ ସଂଗ୍ରହ କରାଯିବ ।

କାବେରୀ ବିବାଦରେ ୮ଟି ସେଡୁଲ୍‌ରେ ତଥ୍ୟ ସଂଗ୍ରହ ପାଇଁ ୨୫ ବର୍ଷ ଲାଗିଲା । ଏଭଳି ସ୍ଥିତିରେ ୬୫ଟି ସେଡୁଲରେ ତଥ୍ୟ ସଂଗ୍ରହ ପାଇଁ ପାଖାପାଖି ୨୦୦ ବର୍ଷ ଲାଗିବ । ଛତିଶଗଡ଼ ବ୍ୟାରେଜ ଯୋଗୁଁ ହୀରାକୁଦକୁ ୨୩ ପ୍ରତିଶତ କମ୍ ଜଳ ଆସୁଛି । ଓଡିଶାକୁ ଅଣମୌସୁମୀ ସମୟରେ ଛତିଶଗଡ କେତେ ଜଳ ଛାଡ଼ିବ ସେନେଇ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ନିକଟରେ ପକ୍ଷ ରଖିପାରିଥାନ୍ତେ । କିନ୍ତୁ ୫ ବର୍ଷ ବିତିଥିଲେ ମଧ୍ୟ କୌଣସି ନିର୍ଦ୍ଦେଶ ଆସିପାରିଲାନାହିଁ । ତେବେ ଟ୍ରିବ୍ୟୁନାଲ ମଣ୍ଡଳୀର ରାୟ କେବେ ପ୍ରକାଶ ପାଇବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ବିଜୟ ।

ସେ ଆହୁରି କହିଛନ୍ତି, "ମହାନଦୀରେ ପାଣି ନଥିବାରୁ ଜଳ ସମସ୍ୟା କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ କୂଅ ପୋଖରୀ ଲବଣାକ୍ତ ହେବାରେ ଲାଗିଛି । ଗତ ୧୦ ବର୍ଷ ଧରି ଡାଳୁଅ ଚାଷ ପାଇଁ କେନାଲରେ ପାଣି ଆସିପାରୁନାହିଁ । ଟ୍ରିବ୍ୟୁନାଲ ନାଁ ନେଇ ଲୋକଙ୍କ ପାଖରେ ଥିବା ଉତ୍ତରଦାୟିତ୍ଵରୁ ଖସିପାରିବେନି ରାଜ୍ୟ ସରକାର ।"

ଓଡ଼ିଶା ସରକାର ମହାନଦୀର ଜଳ ସଂରକ୍ଷଣ ପାଇଁ କଣ ପଦକ୍ଷେପ ନେଇଛନ୍ତି ? ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ କେବେ ଦେବେ ? ଓଡ଼ିଶା ସରକାର କେନାଲରେ କାହିଁକି ଜଳ ଛାଡ଼ୁନାହାନ୍ତି ?" ରାଜ୍ୟ ସରକାରଙ୍କୁ ବିଜୟ ପଟ୍ଟନାୟକ ଏହି ତିନୋଟି ପ୍ରଶ୍ନ କରି ଆସନ୍ତା ୭ ଦିନ ମଧ୍ୟରେ ଜଳ ନଛାଡ଼ିଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ।

ସମ୍ବଲପୁରରେ ପହଞ୍ଚିବା ପୂର୍ବରୁ ପ୍ରଥମେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲେ ମହାନଦୀ ନ୍ୟାୟାଧିକରଣ ଦଳ । ଏହାପରେ ପରେ ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ତାଙ୍କୁ ସ୍ବାଗତ କରିଥିଲେ । ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବୁନାଲ ଅଧ୍ୟକ୍ଷ ବିଚାରପତି ଏ.ଏମ. ଖାନଉଇଲକରଙ୍କ ନେତୃତ୍ୱରେ ବିଚାରପତି ଇନ୍ଦ୍ରରମିତ କୌର, ବିଚାରପତି ରବି ରଞ୍ଜନଙ୍କ ସମେତ ଏହି ଦଳ ଆଜି ଠାରୁ ୨୮ତାରିଖ ମଧ୍ୟରେ ଓଡ଼ିଶାରେ ମହାନଦୀର ଉଭୟ ଅପର ଅବବାହିକା ଓ ନିମ୍ନ ଅଵବାହିକା ଅଞ୍ଚଳ ଅନୁଧ୍ୟାନ କରିବ । ଆଜି ମହାନଦୀ ଅବବାହିକା ପରିଦର୍ଶନ କରି ଟ୍ରିବୁନାଲକୁ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ପ୍ରଦାନ ପରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ମହାନଦୀ ବିବାଦ ଉପରେ ସମାଧାନର ସୂତ୍ର ବାହାରିବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର ଓ ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.