ସମ୍ବଲପୁର: ସହରର ବିଭିନ୍ନ ପୂଜା ମଣ୍ଡପରେ ମା' ଜଗତଜନନୀ ମହାମାୟୀଙ୍କର ମହାନବମୀ ନୀତି ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ସହରର ମୋଟ ୫୩ଟି ମଣ୍ଡପରେ ଦୁର୍ଗା ପୂଜା ହେଉଥିବା ବେଳେ ରହିଥିବା ବେଳେ ସବୁ ମଣ୍ଡପ ଗୁଡିକରେ ମଙ୍ଗଳବାର ମହାନବମୀ ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଆଜି ହେଉଛି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ତେବେ ଦୁର୍ଗାପୂଜା ପାଇଁ ସମ୍ବଲପୁରର ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ସମାଗମ ଲାଗି ରହିଛି । ଆଜି ବିଜୟା ଦଶମୀ ଅନୁଷ୍ଠିତ ହେବାକୁ ଥିବାବେଳେ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଗୁଡ଼ିକ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ସହରର ଧନୁପାଲି, ଗୋବିନ୍ଦତୋଳା, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା, ଫାଟକ, ଅଇଁଠାପାଲି ଛକରେ ଥିବା ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।
ମା' ଦୁର୍ଗାଙ୍କର ମଙ୍ଗଳବାର ନବମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ଆଜି ହେବ ଦଶମୀ ପୂଜା । ଗତକାଲି ସନ୍ଧ୍ୟା ୫ରୁ ନବମୀ ତିଥି ଆରମ୍ଭ ହୋଇଥିଲା । ମଙ୍ଗଳବାର ସକାଳେ ମା'ଙ୍କ ମହାସ୍ନାନ, ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା । ଏହାପରେ ଦେବୀଙ୍କର ନବକୁମାରୀ ବେଶ, ଚଣ୍ଡୀ ହୋମ, ସନ୍ଧ୍ୟା ଆଳତୀ ଓ ମହା ସପ୍ତସତୀ ଚଣ୍ଡୀପାଠ ହୋଇଥିଲା । ଆଜିର ଦିନରେ ମା'ଙ୍କ ଦର୍ଶନ କଲେ ପାପ ନଷ୍ଟ ହେବା ସହ ଦାରିଦ୍ର୍ୟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ବିଶ୍ବାସ ନେଇ ସମ୍ବଲପୁରର ଧନୁପାଲି, ଗୋବିନ୍ଦତୋଳା, ଜେଲ ଛକ, ଜିଲ୍ଲା ସ୍କୁଲ ଛକ, ସାକ୍ଷୀପଡା, ଫାଟକ ତଥା ଅଇଁଠାପାଲି ଛକ ଆଦି ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଗହଳିକୁ ନଜରରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ଟ୍ରାଫିକ ରୁଟର ବ୍ୟବସ୍ଥା କରାଯାଇଛି ।
ଇଟିଭି ଭାରତ, ସମ୍ବଲପୁର