ETV Bharat / state

ସମ୍ବଲପୁରରେ ଲକଡାଉନ କଡାକଡ଼ି, ସ୍ଥିତି ଅନୁଧ୍ୟାନ କଲେ ଆଇଜି - ସମ୍ବଲପୁରରେ ଲକଡାଉନ କଡାକଡ଼ି

କୋଭିଡର ଦ୍ରୁତ ସଂକ୍ରମଣ ଉପରେ ନିୟନ୍ତ୍ରଣ କରିବା ପାଇଁ ବୁଧବାରଠୁ 19 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବାବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ସମ୍ବଲପୁରରେ ଲକଡାଉନ କଡାକଡ଼ି
ସମ୍ବଲପୁରରେ ଲକଡାଉନ କଡାକଡ଼ି
author img

By

Published : May 5, 2021, 8:13 PM IST

ସମ୍ବଲପୁର: କୋଭିଡର ଦ୍ରୁତ ସଂକ୍ରମଣ ଉପରେ ନିୟନ୍ତ୍ରଣ କରିବା ପାଇଁ ବୁଧବାରଠୁ 19 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବାବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ସମ୍ବଲପୁରରେ ଲକଡାଉନ କଡାକଡ଼ି

ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡା ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ସକାଳ 6 ରୁ 12 ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିଥିଲା। ଅନ୍ୟପଟେ ସହରର ଲକଡାଉନ ସ୍ଥିତି ପରଖିବା ପାଇଁ ସମ୍ବଲପୁର ମହାନଗର ଅଞ୍ଚଳରେ 9 ଟି ଷ୍ଟାଟିକ ପଏଣ୍ଟ ଖୋଲାଯାଇଛି ।

ସମ୍ବଲପୁରରେ ଲକଡାଉନ କଡାକଡ଼ି
ସମ୍ବଲପୁରରେ ଲକଡାଉନ କଡାକଡ଼ି
ସମ୍ବଲପୁରରେ ଲକଡାଉନ କଡାକଡ଼ି
ସମ୍ବଲପୁରରେ ଲକଡାଉନ କଡାକଡ଼ି

ଏହା ସହ ଜିଲ୍ଲାର ପ୍ରତ୍ୟେକ ଥାନାରେ 2ଟି ଲେଖାଏଁ ମୋବାଇଲ ପାଟ୍ରୋଲିଂ ଗାଡି ଦିନ ତମାମ ପାଟ୍ରୋଲିଂ କରୁଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଆଇ ଜି ନରସିଂହ ଭୋଳ । ଏହାସହ ବୁଧବାର ସେ ନିଜେ ସମ୍ବଲପୁର ସହର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିବା ସୂଚନା ଦେଇଛନ୍ତି ।

ଅମାନିଆଙ୍କଠୁ ଫାଇନ ଆଦାୟ କରିବା ସହ ଗାଡି ମଧ୍ୟ ପୋଲିସ ସିଜ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଆଇଜି । ଅନ୍ୟପଟେ ଲକଡାଉନର ପ୍ରଥମ ଦିନ ହୋଇଥିବାରୁ ବୁଧବାର କେତେକ କ୍ଷେତ୍ରରେ ଲୋକଙ୍କୁ କୋହଳ କରାଯାଇଛି । ଗୁରୁବାର ଠାରୁ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଅନ୍ୟପଟେ ଲୋକେ ପୋଲିସକୁ ଭୟ ନକରି ଆଇନକୁ ସମ୍ମାନ ଦିଅନ୍ତୁ ବୋଲି ଆଇଜି କହିଛନ୍ତି ।

ସମ୍ବଲପୁରରେ ଲକଡାଉନ କଡାକଡ଼ି
ସମ୍ବଲପୁରରେ ଲକଡାଉନ କଡାକଡ଼ି

ଆବଶ୍ୟକ ପଡ଼ିଲେ 2ଟି ମାସ୍କ ଲଗାଇ ଘରୁ ବାହାରନ୍ତୁ ବୋଲି ଆଇଜି ଅପିଲ କରିଛନ୍ତି । ପୋଲିସ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର କଲେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.