ETV Bharat / state

ସମ୍ବଲପୁରରେ ଲକଡାଉନ କଡାକଡି, ମାସ୍କ ବାଧ୍ୟତାମୂଳକ

author img

By

Published : Apr 9, 2020, 8:44 PM IST

ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ଜିଲ୍ଲା ପ୍ରଶାସନ । ସମ୍ବଲପୁରରେ ଲକଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ କଠୋର ହୋଇଛି ଜିଲ୍ଲା ପୋଲିସ ପ୍ରଶାସନ । ଅଧିକ ପଢନ୍ତୁ...

lockdown-is-strict-in-sambalpur-from-today-wearing-mask-mandatory
http://10.10.50.80:6060///finalout3/odisha-nle/finalout/09-April-2020/6727686_sambalpur.mp4

ସମ୍ବଲପୁର: ଲକଡାଉନ କଡାକଡି,ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗୁରୁବାର ହେଉଛି ଲକ ଡାଉନର 16 ତମ ଦିନ । ସମ୍ବଲପୁରରେ ଲକଡାଉନକୁ କଡାକଡି ଭାବେ ପାଳନ କରିବା ପାଇଁ କଠୋର ହୋଇଛି ଜିଲ୍ଲା ପ୍ରଶାସନ । କେବଳ ମେଡିକାଲ ଓ ମେଡ଼ିସିନ ଦୋକାନ ଦିନସାରା ଖୋଲାରହିବ ।

ସମ୍ବଲପୁରରେ ଲକଡାଉନ କଡାକଡି, ମାସ୍କ ବାଧ୍ୟତାମୂଳକ

ସମଗ୍ର ରାଜ୍ୟରେ ରାଜ୍ୟ ସରକାର ମସ୍କପିନ୍ଧିବା ବାଧ୍ୟତାମୂଳକ କରିବା ପରେ ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ଜିଲ୍ଲା ପ୍ରଶାସନ । ସହରରେ ଲକଡାଉନ ସମୟରେ ଅଧିକାଂଶ ଲୋକେ ଘରେ ରହୁଥିବା ବେଳେ କିଛି ଅମାନିଅଁ ଲକଡାଉନ ମାନୁନଥିଲେ । ଆଜିଠାରୁ ଜିଲ୍ଲା ପ୍ରଶାସନର ତତ୍ବରତା ବଢିଯାଇଛି । ସମ୍ବଲପୁରର ତେଜରାତି ଦୋକାନ କେବଳ ସକାଳ 7 ରୁ 12 ପର୍ଯ୍ୟନ୍ତ ଖୋଳାରହିବ । ଏହା ସହ ଦିନ 12ଟା ପରେ ଯଦି କୌଣସି ଲୋକ ବିନା କାରଣରେ 2 ଚକିଆ କିମ୍ବା 4 ଚକିଆ ଯାନରେ ବୁଲିଲେ ସେହି ଗାଡିକୁ ସିଜ କରାଯିବ । ଏହା ସହ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦେଶ ଜାରି କରାଯାଇଛି । ଯେଉଁ ବାଇକ ଆରୋହୀ ବା ସ୍ବେଛାସେବୀଙ୍କ ପାସ ରହିଛି ସେମାନଙ୍କୁ ଏହି କଟକଣାରୁ ବାଦ ଦିଆଯାଇଛି ।

ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟାତାମୂଳକ କରାଯାଇଛି । ସମ୍ବଲପୁରର ପ୍ରମୁଖ ଛକ ଓ ରାସ୍ତାରେ ପୋଲିସ 24 ଘଣ୍ଟା ମୁତୟନ ରହି ଲକଡାଉନ କିପରି କଡା କଡ଼ି ଭାବେ ପାଳନ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଛୁ ଜିଲ୍ଲା ପୋଲିସ ପ୍ରଶାସନ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.