ETV Bharat / state

ଲକଡାଉନ ଦୁଃଖ: ଆତ୍ମନିର୍ଭରଶୀଳ ହେବାର ନୂଆ ସାହାରା ୟୁଟ୍ୟୁବ୍‌

author img

By

Published : Jul 2, 2020, 9:38 PM IST

ଛୁଆଟି ଦିନରୁ ବିଭିନ୍ନ କଳା ପ୍ରତି ତାଙ୍କର ଅହେତୁକ ଇଚ୍ଛା ଥିଲେ ସୁଦ୍ଧା ଅର୍ଥାଭାବ ଯୋଗୁଁ ମାତ୍ର ଅଷ୍ଟମ ଶ୍ରେଣୀ ପରେ ତାଙ୍କର ପାଠପଢାରେ ଲାଗିଥିଲା ଲଗାମ । ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପଥ ଅନୁସରଣ କରି ରୋହିତ ମଧ୍ୟ ପାଠ ପଢା ଛାଡି ଦିନ ମଜୁରିଆ ଭାବେ ରୋଜଗାର ଆରମ୍ଭ କରିଥିଲେ । ଅଳ୍ପ ବହୁତ କରି ସଂସାର ସୁରୁଖୁରୁରେ ଚାଲୁଥିଲେ ସୁଦ୍ଧା ଲକଡାଉନ ପାଇଁ ଖୁସିର ସଂସାରରେ ଲାଗିଥିଲା ଗ୍ରହଣ । ଅଧିକ ପଢନ୍ତୁ...

ଲକଡାଉନ ଦୁଃଖ: ଆତ୍ମନିର୍ଭରଶୀଳ ହେବାର ନୂଆ ରାହା ଦେଇଛି ୟୁଟ୍ୟୁବ୍‌

ସମ୍ବଲପୁର: ସାରା ବିଶ୍ବରେ ମହାମାରୀରେ ପରିଣତ ହୋଇଥିବା କୋରୋନା ପାଇଁ ଜାରି ହୋଇଛି ଲକଡାଉନ । ଏନେଇ ଅନେକ ଲୋକ ନିଜ ରୋଜଗାର ହରାଇଥିବା ବେଳେ ଅନେକ ନିଜ ଆତ୍ମ ବିଶ୍ବାସ ହରାଇଛନ୍ତି । ଗରିବ ଗୁରୁବା ଏନେଇ ବିଶେଷ ପ୍ରଭାବିତ ହୋଇଥିବା ବେଳେ ଦୁଃଖରେ ଭାଙ୍ଗି ନପଡି ସୋସିଆଲ ମିଡିଆରୁ ସାହସ ଜୁଟାଇଛନ୍ତି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଖଲିଆପାଲି ଗାଁର ରୋହିତ ଛୁରୀଆ । ଲକଡାଉନ ତାଙ୍କ ରୋଜଗାର ଛଡାଇଛି ସତ ହେଲେ ମନୋବଳ ନହରାଇ ସେ ୟୁଟ୍ୟୁବର ସହାୟତାରେ ଏବେ ହୋଇଛନ୍ତି ଆତ୍ମନିର୍ଭରଶୀଳ ।

ଛୁଆଟି ଦିନରୁ ଏସବୁ କଳା ପ୍ରତି ତାଙ୍କର ଅହେତୁକ ଇଚ୍ଛା ଥିଲେ ସୁଦ୍ଧା ଅର୍ଥାଭାବ ଯୋଗୁଁ ମାତ୍ର ଅଷ୍ଟମ ଶ୍ରେଣୀ ପରେ ତାଙ୍କର ପାଠପଢାରେ ଲାଗିଥିଲା ଲଗାମ । ବାପା ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କ ପଥ ଅନୁସରଣ କରି ରୋହିତ ମଧ୍ୟ ପାଠ ପଢା ଛାଡି ଦିନ ମଜୁରିଆ ଭାବେ ରୋଜଗାର ଆରମ୍ଭ କରିଥିଲେ । ହେଲେ କିଛି ବର୍ଷ ପରେ ସେ ସମ୍ବଲପୁର ସହରରେ ଏକ ସଂସ୍ଥା ଅଧିନରେ ରହି ଡ୍ରାଇଭର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଅଳ୍ପ ବହୁତ କରି ସଂସାର ସୁରୁଖୁରୁରେ ଚାଲୁଥିଲେ ସୁଦ୍ଧା ଲକଡାଉନ ପାଇଁ ଖୁସିର ସଂସାରରେ ଲାଗିଥିଲା ଗ୍ରହଣ ।

ଚାକିରି ଛାଡି ଗାଁ ଘରକୁ ରୋହିତଙ୍କୁ ଫେରିବାକୁ ପଡିଥିଲା । ହେଲେ ଗାଁରେ ମଧ୍ୟ ଦିନ ମଜୁରିଆ କାମ ନମିଳିବାରୁ ରୋଜଗାରଶୂନ୍ୟ ହୋଇ ପଡିଥିଲେ ରୋହିତ । ଏମିତିରେ ଘରେ ହାତ ବାନ୍ଧି ବସି ରହିବା ଅପେକ୍ଷା ସେ ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ଅନେକ ଅନାବଶ୍ୟକୀୟ ଓ ଅଦରକାରୀ ସାମଗ୍ରୀକୁ ନୂଆ ରୂପରେ ସଜେଇବା ଆରମ୍ଭ କରିଥିଲେ । ଗାଁ ପାଖରେ ବାଉଁଶ କାର୍ଯ୍ୟ ହେଉଥିବା ବେଳେ ସେଠାରୁ ଅଦରକାରୀ ସାମଗ୍ରୀ ସଂଗ୍ରହ କରି ସେଥରୁ ଘରକରଣା ଓ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ରୋହିତ । ଫୁଲଦାନୀ, ଷ୍ଟାଣ୍ଡ, ଷ୍ଟୁଲ ଓ ଆହୁରି ଅନେକ ସାମଗ୍ରୀ ପ୍ରସ୍ତୁତ କରି ଏବେ ଗାଁ ଲୋକଙ୍କୁ ଯୋଗାଉଛନ୍ତି ରୋହିତ । ଆଉ ଏଥିରୁ ଯାହା ଦି ପଇସା ରୋଜଗାର ହେଉଛି ସେଥିରେ ଘର ଚଳିଯାଉଛି ବୋଲି ସେ କୁହନ୍ତି ।

ଲକଡାଉନ ପରି ସଂଘର୍ଷମୟ ପରିସ୍ଥିତରେ ବି ରୋହିତଙ୍କ ଦୃଢ ମନୋବଳ ଓ ତାଙ୍କର ଛୁଆ ବେଳର ଆଗ୍ରହ ଆଜି ତାଙ୍କୁ ପୁଣି ଆତ୍ମନିର୍ଭରଶୀଳ କରାଇବାରେ ସାହାଯ୍ୟ କରିଛି । ଯାହା ଅନେକଙ୍କ ପାଇଁ ଏବେ ପ୍ରେରଣାର ଉତ୍ସ ପାଲଟିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.