ETV Bharat / state

ନିରୀହ ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ, ଏସପି କାର୍ଯ୍ୟାଳୟ ଘେରାଉ

author img

By ETV Bharat Odisha Team

Published : Aug 23, 2023, 8:57 PM IST

ପ୍ରେମ ସମ୍ପର୍କକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା । ନିରୀହ ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ପଡାବାସୀ l ଅଧିକ ପଢନ୍ତୁ

ନିରୀହ ଲୋକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ପଡାବାସୀ l

ସମ୍ବଲପୁର: ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରିଲେ ସମ୍ବଲପୁର ତାଲଭଟା ପଡ଼ାବାସୀ । ନ୍ୟାୟ ଦାବିରେ କଲେ କାର୍ଯ୍ଯାଳୟ ଘେରାଉ । ସୂଚନା ଅନୁଯାୟୀ, ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏକ ପ୍ରେମ ସମ୍ପର୍କକୁ ନେଇ କ୍ଷେତରାଜପୁର ଥାନା ଅନ୍ତର୍ଗତ ତାଲଭଟାପଡାଠାରେ ଦୁଇ ପଡ଼ା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା । ତେବେ ପୋଲିସ ସ୍ଥାନୀୟ ନିରୀହ ଲୋକଙ୍କୁ ମାଡମାରି ଲୋକଙ୍କ ମୁଣ୍ଡ ଫଟେଇ ଦେଇଥିବା ସହ କିଛି ଯୁବତୀ ଏବଂ ମହିଳାଙ୍କୁ ପୁରୁଷ ପୋଲିସ ମାଡ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଅଭିଯୋଗକୁ ନେଇ ଆଜି ତାଲଭଟା ପଡାର ମହିଳା ପୁରୁଷମାନେ ଏସ୍‌ପି କାର୍ଯ୍ୟାଳୟ ଘେରାଓ କରିବା ସହ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।

ଅଧିକ ପଢନ୍ତୁ :ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସରେ ଧାରଣା: ଘୋଷାଡି ନେଲା ପୋଲିସ, ଚେତା ହରାଇଲେ ମହିଳା

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବିନା କାରଣରେ ପୋଲିସ ସେମାନଙ୍କ ଉପରେ ଅତ୍ୟାଚାର କରିଛି । ସେମାନେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା ବେଳେ ପୋଲିସ ଅଚାନକ ଭାବେ ସେମାନଙ୍କୁ ଆକ୍ରମଣ କରିବାକୁ ଆରମ୍ଭ କରିଥିଲା । ପୋଲିସ ସ୍ଥାନୀୟ ଲୋକଙ୍କୁ, ଛୋଟ ପିଲାଙ୍କୁ ମାଡ଼ ମାରିଥିବା ବେଳେ କେତେକ ନିର୍ଦ୍ଦୋଶ ଲୋକଙ୍କୁ ଥାନାରେ ଅଟକ ରଖିଛି । ଯେଉଁ ପୋଲିସମାନେ ଏହିଭଳି କାର୍ଯ୍ୟ କରିଛନ୍ତି ସେହି ପୋଲିସମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ତାଲଭଟା ପଡ଼ାବାସୀ । ଏହାସହ ଗତ ବିଳମ୍ବିତ ରାତିରେ ହୋଇଥିବା ଘଟଣା ନେଇ ପୋଲିସ କେତେକ ନିର୍ଦ୍ଦୋଷ ଲୋକଙ୍କୁ ଥାନାକୁ ଉଠେଇ ନେଇଥିବା ବେଳେ ସେମାନଙ୍କୁ ଛାଡ଼ି ଦେବାକୁ ଦାବି କରିଛନ୍ତି । ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ପଡ଼ାବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଘେରାଉ କରିଥିଲେ । ଏହାପରେ ଅତିରିକ୍ତ ଏସ୍‌ପି ଓ ସଦର ଏସ୍‌ଡିପିଓ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏସପିଙ୍କଠାରୁ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପାଇବା ପରେ ସ୍ଥିତି ଶାନ୍ତ ପଡିଥିଲା ।

ଅଧିକ ପଢନ୍ତୁ: ଡେଲିଭରି ପୂର୍ବରୁ ପାର୍ସଲରୁ ହେଉଥିଲା ଚୋରି, କୋରିଅର କମ୍ପାନୀର ୫କର୍ମଚାରୀ ଗିରଫ

ଘଟଣାକୁ ନେଇ ଅତିରକ୍ତ ଏସପି ହରେଶ ପାଣ୍ଡେ କହିଛନ୍ତି, "ଘଟଣାର ତଦନ୍ତ କରାଯିବ । ଘଟଣାକରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.