ETV Bharat / state

ସ୍ଥାନୀୟ ଶିଳ୍ପାନୁଷ୍ଠାନଙ୍କୁ MCL 100 ପ୍ରତିଶତ କୋଇଲା ଯୋଗାଇବାକୁ ଦାବି

author img

By

Published : Oct 22, 2021, 9:04 AM IST

Updated : Oct 22, 2021, 1:16 PM IST

100 ପ୍ରତିଶତ କୋଇଲା ଯୋଗାଇବା ଦାବି ନେଇ ବୁର୍ଲା ସ୍ଥିତ ଏମସିଏଲ ମୁଖ୍ୟାଳୟ ସମ୍ମୁଖରେ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ ଧାରଣା । ଅଧିକ ପଢନ୍ତୁ...

ସ୍ଥାନୀୟ ଶିଳ୍ପାନୁଷ୍ଠାନଙ୍କୁ MCL 100 ପ୍ରତିଶତ କୋଇଲା ଯୋଗାଇବାକୁ ଦାବି
ସ୍ଥାନୀୟ ଅନ୍ୟ ଶିଳ୍ପାନୁଷ୍ଠାନଙ୍କୁ MCL 100 ପ୍ରତିଶତ କୋଇଲା ଯୋଗାଇବାକୁ ଦାବି

ସମ୍ବଲପୁର: ବୁର୍ଲା ସ୍ଥିତ ଏମସିଏଲ ମୁଖ୍ୟାଳୟ ସମ୍ମୁଖରେ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି ।ରାଜ୍ୟରେ ଥିବା ଶିଳ୍ପ ଅନୁଷ୍ଠାନଗୁଡିକୁ ଆବଶ୍ୟକ ପଡୁଥିବା 100 ପ୍ରତିଶତ କୋଇଲା ଯୋଗାଇବା ପାଇଁ ସଚେତନ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ସ୍ଥାନୀୟ ଶିଳ୍ପାନୁଷ୍ଠାନଙ୍କୁ MCL 100 ପ୍ରତିଶତ କୋଇଲା ଯୋଗାଇବାକୁ ଦାବି
ସମ୍ବଲପୁର ବୁର୍ଲା ଏମସିଏଲ କାର୍ଯ୍ୟାଳୟ ସମ୍ମୁଖରେ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚର ଧାରଣା । ବର୍ତ୍ତମାନ ରାଜ୍ୟର ଶିଳ୍ପ ଅନୁଷ୍ଠାନଗୁଡ଼ିକ କୋଇଲା ଅଭାବଜନିତ ସମସ୍ୟା ଭିତରେ ଗତି କରୁଛି । ଏଭଳି ସ୍ଥିତିରେ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନଗୁଡିକୁ ସେମାନଙ୍କ ଆବଶ୍ୟକ ମୁତାବକ 100 ପ୍ରତିଶତ କୋଇଲା ଏମସିଏଲ ଯୋଗାଉ ବୋଲି ମଞ୍ଚ ଦାବି କରିଛି । ଏମସିଏଲ ବାର୍ଷିକ 144 ମିଲିୟନ ଟନ କୋଇଲା ଉତ୍ପାଦନ କରୁ ଥିବାବେଳେ ଏହାର 60 ପ୍ରତିଶତ ବାହାର ରାଜ୍ୟକୁ ରପ୍ତାନୀ କରାଯାଉଛି । ତେବେ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନଗୁଡିକୁ ସେମାନଙ୍କ ଆବଶ୍ୟକତାର ମାତ୍ର 35 ପ୍ରତିଶତ ଦିଆଯାଉଛି ବୋଲି ମଞ୍ଚ ଅଭିଯୋଗ କରିଛି । ତେଣୁ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନଗୁଡିକୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଯୋଗାଇବାକୁ ଦାବି କରାଯାଇଛି ।

ଏହି ଦାବି ନେଇ ଏମସିଏଲର ସିଏମଡିଙ୍କୁ ମଞ୍ଚ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେଲେ ଅଗକୁ ଅର୍ଥନୈତିକ ଅବରୋଧ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 22, 2021, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.