ETV Bharat / state

ସମ୍ବଲପୁର ଭିଜିଲାନ୍ସ ଜାଲରେ କୁଚିଣ୍ଡା ବିଇଓ, କାରରୁ 99,950 ଟଙ୍କା ଜବତ

author img

By

Published : Jul 10, 2020, 4:06 PM IST

Updated : Jul 10, 2020, 4:25 PM IST

sambalpur latest news, sambalpur vigillance department raid, kuchinda beo under vigillance raid, kuchinda beo, bribe, prafulla kumar nayak, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁର ଭିଜିଲାନ୍ସ ବିଭାଗ ଚଢାଉ, ଭିଜିଲାନ୍ସ ଜାଲରେ କୁଚିଣ୍ଡା ବିଇଓ, କୁଚିଣ୍ଡା ବିଇଓ, ଲାଞ୍ଚ, ପ୍ରଫୁଲ୍ଲ କୁମାର ନାୟକ
ସମ୍ବଲପୁର ଭିଜିଲାନ୍ସ ଜାଲରେ କୁଚିଣ୍ଡା ବିଇଓ, କାରରୁ 99,950 ଟଙ୍କା ଜବତ

15:49 July 10

ସମ୍ବଲପୁର: ପଦର ଅପବ୍ୟବହାର କରି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) । ଶୁକ୍ରବାର କୁଚିଣ୍ଡା ବିଇଓ ପ୍ରଫୁଲ୍ଲ କୁମାର ନାୟକ ନିଜ କାରରେ ସାତକମା ବ୍ରିଜ ଦେଇ ଯାଉଥିବା ବେଳେ ଭିଡିଲାନ୍ସ ତାଙ୍କ କାରରେ ଚଢାଉ କରିଥିଲା । ରେଡ ବେଳେ କାରରୁ 99,950 ଟଙ୍କା ଜବତ ହେବା ପରେ ତାଙ୍କର ଭଡାଘର ଓ ପୈତୃକ ଘରେ ଚଢାଉ ଆରମ୍ଭ ହୋଇଛି ।  

ସୂଚନା ଅନୁଯାୟୀ ନିଜ ପଦର ଅପବ୍ୟବହାର କରି ପ୍ରଫୁଲ୍ଲ ଲାଞ୍ଚ ଟଙ୍କା ସଂଗ୍ରହ କରୁଥିବା ଜଣା ପଡିଥିଲା । ଏଥିରେ ସେ କିଛି ଅର୍ଥ ନେଇ ସାତକମା ବ୍ରିଜ ଦେଇ ଯିବାର ସୂଚନା ପାଇ ସମ୍ବଲପୁର ଭିଜିଲାଲନ୍ସ ଟିମ୍‌ ସେଠାରେ ପୂର୍ବ ଯୋଜନା ମୁତାବକ ପହଞ୍ଚି ଚଢାଉ କରିଥିଲା । ଏହି ଚଢାଉ ପରେ ବରଗଡ ଓ ବରପାଲିସ୍ଥିତ ତାଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଭିଜିଲାନ୍ସ ଏସପି ସୁବାଷ ଚନ୍ଦ୍ର ସ୍ବାଇଁ ।  

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 10, 2020, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.