ETV Bharat / state

ସମ୍ବଲପୁରର କାଇଟ ଫେଷ୍ଟିଭାଲ; ଭିନ୍ନତା ଭିତରେ ଏକତାର ଉଦାହରଣ - କାଇଟ ଫେଷ୍ଟିଭାଲ ସମ୍ବଲପୁର

Kite Festival In Sambalpur: "ସମ୍ବଲପୁର ୟୁଥ" ପକ୍ଷରୁ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡରେ କାଇଟ ଫେଷ୍ଟିଭାଲର ଆୟୋଜନ ହୋଇଛି । ଅଧିକ ପଢ଼ନ୍ତୁ

ସମ୍ବଲପୁରର ନିଆରା କାଇଟ ଫେଷ୍ଟିଭାଲ
ସମ୍ବଲପୁରର ନିଆରା କାଇଟ ଫେଷ୍ଟିଭାଲ
author img

By ETV Bharat Odisha Team

Published : Jan 16, 2024, 8:05 AM IST

ସମ୍ବଲପୁରର ନିଆରା କାଇଟ ଫେଷ୍ଟିଭାଲ

ସମ୍ବଲପୁର: ଭିନ୍ନତା ଭିତରେ ଏକତାର ଉଦାହରଣ । ଏହି ଏକତାର ଉଦାହରଣ ଦେଖାଇଛି ସମ୍ବଲପୁର କାଇଟ ଫେଷ୍ଟିଭାଲ । ମକର ସଂକ୍ରାନ୍ତି ଅବସରରେ "ସମ୍ବଲପୁର ୟୁଥ" ପକ୍ଷରୁ ସ୍ଥାନୀୟ ଫୋର-ସି ଗ୍ରାଉଣ୍ଡରେ ଏହି କାଇଟ ଫେଷ୍ଟିଭାଲର ଆୟୋଜନ ହୋଇଛି । ଏଥିରେ ଗୁଡ଼ି ଉଡ଼ାଯିବା ସହ ବିଭିନ୍ନ ସମ୍ପ୍ରଦାୟ ପକ୍ଷରୁ ନିଜ ନିଜର ପାରମ୍ପରିକ ନୃତ୍ୟଗୀତର ଆସର ଦେଖିବାକୁ ମିଳିଛି ।

ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡେଇବାର ପରମ୍ପରା ରହିଛି । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି । କିନ୍ତୁ ଧୀରେ ଧୀରେ ଏହି ପରମ୍ପରା ଲୋପ ପାଇବାକୁ ବସିଛି । ଏନେଇ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ସୋମବାର ସମ୍ବଲପୁର ଫୋର-ସି ପଡିଆରେ ଅନୁଷ୍ଠିତ ହୋଇଛି 'କାଇଟ ଫେଷ୍ଟିଭାଲ' । ଏହି ଅବସରରେ ଫୋର-ସି ଗ୍ରାଉଣ୍ଡରେ ଉଡ଼ିଛି ରଙ୍ଗୀନ ରଙ୍ଗୀନ ଗୁଡ଼ି । ରଙ୍ଗ ବେରଙ୍ଗର ଗୁଡ଼ିରେ ଝଟକିଛି ଆକାଶ । ଆଉ ଏହି ଫୋର-ସି ପଡିଆରେ ଅନୁଷ୍ଠିତ ହୋଇଛି ବିଭିନ୍ନ ପ୍ରତିଯୋଗିତା । ରଙ୍ଗ ବେରଙ୍ଗର ଝୋଟି ପ୍ରତିଯୋଗିତା ସାଙ୍ଗଙ୍କୁ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଲିଙ୍ଗରାଜଙ୍କୁ ଲାଗି ହେଲା ମକର ଭୋଗ, ବାବାଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ସେପଟେ ଏହି ଅବସରରେ ଜମିଥିଲା ବିଭିନ୍ନ ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟଗୀତର ଆସର । ରାଜସ୍ଥାନୀ, ଗୁଜରାଟି, ମାରୱାଡି, ସିନ୍ଧି, ଓଡିଆ, ଛତିଶଗଡି ତଥା ଦେଶର ପ୍ରମୁଖ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନିଜ ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । ନିଜ ନିଜର ସମ୍ପ୍ରଦାୟର ପାରମ୍ପରିକ ନୃତ୍ୟଗୀତରେ ଝୁମିବା ସହ ଗୁଡି ଉଡାଇଥିଲେ ଲୋକେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଉଦଘାଟନ କରିଥିଲେ ।

ଛୋଟ ଛୋଟ ପିଲା ପରିବାର ସହ ଆସି ଏହି କାଇଟ ଫେଷ୍ଟିଭାଲର ମଜା ନେଇଛନ୍ତି । ଏହି ଅବସରରେ ଫୋର-ସି ଗ୍ରାଉଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା । ମକର ସଂକ୍ରାନ୍ତି ସାରା ଦେଶରେ ପା‌ଳିତ ହୋଇଥିବା ବେଳେ ସମ୍ବଲପୁର କାଇଟ ଫେଷ୍ଟିଭାଲ ଭିନ୍ନ ଭିନ୍ନ ସମ୍ପ୍ରଦାୟଙ୍କ ମନରେ ଏକତାର ବାର୍ତ୍ତା ଦେଇଛି । ଫଳରେ ସବୁ ସମ୍ପ୍ରଦାୟର ଲୋକେ ଆସି ଏକାଠି ହୋଇ ଖୁସି ମନାଇଛନ୍ତି । ଚଳିତ ବର୍ଷ ଏହି କାଇଟ୍ ଫେଷ୍ଟିଭାଲ 8 ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ସମ୍ବଲପୁରର ଅନନ୍ୟ ପରମ୍ପରାରେ ପରିଣତ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.