ସମ୍ବଲପୁର: ସମ୍ବଲପୁର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ସମ୍ବଲପୁର ପୋଲିସ ଡିଏନଏ ଟେଷ୍ଟ ପାଇଁ ଜୟଶ୍ରୀଙ୍କ ଝିଅ ବିଜୟିନୀ ମିଶ୍ର ଓ ପୁଅଙ୍କ ନମୂନା ସଂଗ୍ରହ କରିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଡିଏନଏ ଟେଷ୍ଟ କରାଯାଇଛି ।
ଗତ ବୁଧବାର ସମ୍ବଲପୁର ପୋଲିସ ଏସଡିଜେଏମ୍ କୋର୍ଟରେ ଡିଏନଏ ଟେଷ୍ଟ ପାଇଁ ଆବେଦନ କରିଥିଲା । ଗୁରୁବାର ଅନୁମତି ମିଳିବା ପରେ ଏହି ଡିଏନଏ ନମୁନା ସଂଗ୍ରହ କରାଯାଇଛି। ତେବେ ଏହାକୁ ଭୁବନେଶ୍ଵରକୁ ପରୀକ୍ଷା ପାଇଁ ପଠାଯିବ।
ଏହି ଡିଏନଏ ପରୀକ୍ଷା ପରେ ଏହା ଅଭିଯୁକ୍ତ ବିରୁଦ୍ଧରେ ବଡ଼ ପ୍ରମାଣ ହେବ ବୋଲି ମୃତକଙ୍କ ଝିଅ ବିଜୟିନୀ ମିଶ୍ର କହିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ