ETV Bharat / state

ସମ୍ବଲପୁର ସ୍ବାଭାବିକ ହେଉଛି ସ୍ଥିତି, 10 ଦିନ ପରେ ସଚଳ ହେଲା ଇଣ୍ଟରନେଟ ସେବା

author img

By

Published : Apr 23, 2023, 10:24 AM IST

ସମ୍ବଲପୁରରେ ସଚଳ ହେଲା ଇଣ୍ଟରନେଟ ସେବା । ସ୍ଥିତି ସ୍ୱାଭାବିକ ହେଉଥିବାରୁ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Internet
Internet

ସମ୍ବଲପୁର: ଜିଲ୍ଲାରେ ସଚଳ ହେଲା ଇଣ୍ଟରନେଟ ସେବା । 10ଦିନ ପରେ ସମ୍ବଲପୁରରେ ସଚଳ ହୋଇଛି ଇଣ୍ଟରନେଟ ସେବା । ମୋବାଇଲ ଇଣ୍ଟରନେଟ ସେବା ବ୍ୟବହାର କରୁଛନ୍ତି ସମ୍ବଲପୁରବାସୀ । ଆଜି ସକାଳ 6ଟା ଇଣ୍ଟରସେବା କଟକଣାକୁ ଉଠାଇ ଦେଇଛି ଜିଲ୍ଲା ପ୍ରାଶାସନ । ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ପରେ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଯାହା ଆଜି ଠାରୁ ପୁଣି ଆରମ୍ଭ ହୋଇଛି ।

ସେହିପରି କର୍ଫ୍ୟୁ ମଧ୍ୟ କୋହଳ ହୋଇଛି । ରାତି 8ଟାରୁ ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ସମ୍ବଲପୁର ସହରର 6ଟି ଥାନା ଯଥା ଅଇଁଠାପାଲି, ଵରେଇପାଲି, କ୍ଷେତରାଜପୁର, ଟାଉନ, ଧନୁପାଲି ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ବଲବତ୍ତର ରହିଛି l ସହରରେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ହନୁମାନ ଜୟନ୍ତୀ ପୂର୍ବରୁ ଗତ 12 ତାରିଖରେ ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁରରେ 144 ଧାରା ଲାଗୁ କରାଯାଇଥିଲା । ପରେ ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଗତ 13 ତାରିଖରେ ପ୍ରଥମ ଥର ଇଣ୍ଟରନେଟ ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ପୁଣି ଏପ୍ରିଲ 14 ତାରିଖ ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି 15 ତାରିଖ ଦିନ ଇଣ୍ଟରନେଟ ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଏହାପରେ 17 , 18 ,19 ଓ 20 ତାରିଖରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା ।

ସହରରେ ସ୍ଥିତି ସ୍ବାଭାବିକ ହୋଇଥିବାରୁ ଗତକାଲି ଇଦ ପାଳନ କରିଥିଲେ ମୁସଲମାନ ଭାଇ ଭଉଣୀ । ସମ୍ବଲପୁରରେ କିପରି ପୁଣି ଶାନ୍ତି ଓ ଭାଇଚାରା ଫେରିବ ସେନେଇ ପ୍ରଚେଷ୍ଟା ଜାରି ରହିବ ବୋଲି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଥିଲା । ଇଦ୍‌ ସମୟରେ ବିଶୃଙ୍ଖଳା ପରିସ୍ଥିତି ଯେପରି ସୃଷ୍ଟି ନହୁଏ ତାହାକୁ ଦୃଷ୍ଟିରେ ରଖି ଏସପିଙ୍କ ସହ 2 ଜଣ ଅତିରିକ୍ତ ଏସପି ଓ 4 ଜଣ ଏସଡିପିଓ ସହରରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଇଦଗାହରେ ନମାଜ ପାଠକୁ ବାରଣ କରାଯାଇଥିଲା l ମସଜିଦ ଗୁଡିରେ ନମାଜ ପାଠ କରିଥିଲେ ମୁସଲମାନ ସମ୍ପ୍ରଦାୟ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.