ETV Bharat / state

ସମ୍ପୂର୍ଣ୍ଣ ନ ହେଉଣୁ ଉଦଘାଟନ ହେଲା ପ୍ରକଳ୍ପ !

ପାଖେଇ ଆସୁଛି ନିର୍ବାଚନ । ବଢି ଚାଲିଛି ରାଜନୀତିକ ଉଷ୍ମତା । ଶାସନ ଗାଦି ହାତେଇବା ପାଇଁ ଚାଲିଛି ସମସ୍ତ ପ୍ରକାର ପ୍ରୟାସ ।

author img

By

Published : Mar 10, 2019, 3:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ପାଖେଇ ଆସୁଛି ନିର୍ବାଚନ । ବଢି ଚାଲିଛି ରାଜନୀତିକ ଉଷ୍ମତା । ଶାସନ ଗାଦି ହାତେଇବା ପାଇଁ ଚାଲିଛି ସମସ୍ତ ପ୍ରକାର ପ୍ରୟାସ । ଏ ନେଇ ନେତାଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢିବାରେ ଲାଗିଛି । ଯେଉଁଥିରେ ନିଆଁରେ ଘିଅ ଢାଳିବା ଭଳି କାମ କରିଛି 7 ତାରିଖରେ ହୋଇଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପର ଉଦ୍‌ଘାଟନୀ ସମାରୋହ । ଯାହାକୁ ଏବେ ଏକ ରାଜନୈତିକ ଚାଲ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ।

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ସ୍ଥାନୀୟ ରେଢାଖୋଲ ନିର୍ବାଚନୀ ମଣ୍ଡଳୀରେ ଉଦଘାଟିତ ହୋଇଥିଲା ଏକ ଅସମ୍ପୂର୍ଣ୍ଣ ପାନୀୟ ଜଳଯୋଗାଣ ପ୍ରକଳ୍ପ । ଯାହାକୁ ଉଦ୍‌ଘାଟନ କରିଥିଲେ ବିଜେଡି ବିଧାୟକ ରୋହିତ ପୂଜାରୀ ଓ ସ୍ଥାନୀୟ ସାଂସଦ ନଗେନ୍ଦ୍ର ପ୍ରଧାନ । ହେଲେ ସମ୍ପୂର୍ଣ୍ଣ ନ ହୋଇଥିବା ପ୍ରକଳ୍ପକୁ ଠିକ୍‌ ନିର୍ବାଚନ ପୂର୍ବରୁ କାହିଁକି ଉଦ୍‌ଘାଟନ କରାଯାଇଛି ବୋଲି ଜୋର ଧରିଛି ରାଜନୈତିକ ଚର୍ଚ୍ଚା ।

ଅନ୍ୟପଟେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଆଗରୁ ଏହା କେବଳ ଭୋଟ ହାତେଇବାର ଏକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ । ପ୍ରକାଶ ଯେ, 2013 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିବା ବେଳେ ଏହି ପ୍ରକଳ୍ପରେ ଖର୍ଚ୍ଚ ହୋଇଥିଲା ମୋଟ୍‌ 36 କୋଟି ରାଜସ୍ବ । ପ୍ରକଳ୍ପଟି ଜରିଆରେ 28 କିଲୋମିଟର ଦୂରତା ଥିବା କିୟାକଟାଠାରୁ ମହାନଦୀର ପାଣି ଆଣିବାର ଯୋଜନା ରହଥିଲା । ହେଲେ ପ୍ରକଳ୍ପ ଜରିଆରେ ଘରକୁ ଘର ପାଇପ ବିଛା ହୋଇଥିଲେ ମଧ୍ୟ ପାଇପ ଯୋଗେ ଆସୁନି ପାଣି ।

କେବଳ ସେତିକି ନୁହେଁ ଏହି ପାଇପ ଯୋଗେ ମହାନଦୀ ନୁହେଁ ପିଏଚ୍‌ଡି ବିଭାଗର ପାଣି ଆସୁଥିବା ବେଳେ ଏହାକୁ ମହାନଦୀ ପାଣି କହି ପ୍ରକଳ୍ପକୁ ଉଦ୍‌ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା । ପ୍ରତ୍ୟୁତରରେ ବିଧାୟକ ରୋହିତ ପୂଜାରୀ କହିଛନ୍ତି କି ଘରକୁ ଘର ପାଇପ ବିଛା ଯାଇ ନ ଥିବାରୁ କାମ ମଝି ମଝିରେ ଅଟକୁଛି । ଏଥିସହ ଜନସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହା ସମ୍ପୂର୍ଣ୍ଣ କରିଥିବାରୁ ଉଦଘାଟନ ପାଇଁ ଆମକୁ ଡକାଯାଇଥିଲା ବୋଲି କହିଛନ୍ତି ରୋହିତ ।

ତେଣୁ ଯଦି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ ଓ ଉଦ୍‌ଘାଟନ ପାଇଁ ଡକାଯାଇଛି ସେଥିପାଇଁ ଜନସ୍ବାସ୍ଥ୍ୟ ବିଭାଗ ଦାୟୀ ବୋଲି କହି ଦୋଷ ଛଡାଇଛନ୍ତି ରୋହିତ । ଏପଟେ ଜନସ୍ବାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀ କହିଛନ୍ତି କି ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ଆଉ ଦୁଇ ତିନି ମାସ ସମୟ ଲାଗିବ । ତେବେ ବର୍ତ୍ତମାନ କିୟାକଟାରୁ ପ୍ରକଳ୍ପସ୍ଥଳ ପର୍ଯ୍ୟନ୍ତ ପାଣି ଆସିପାରୁଛି । ତେଣୁ ଘରକୁ ଘର ପାଇପ ବିଛା ଯାଇ ନଥିବାରୁ ପାଣି ଅଣା ଯାଉନାହିଁ ।

ଦେଖିବାକୁ ବାକି ରହିଲା କେଉଁ ପାଣି କୁଆଡେ ଯାଉଛି ଓ ଏହା କେଉଁ ଦଳ ପାଇଁ କେତେ ସହାୟକ ହେଉଛି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ପ୍ରତିଶୋଧ ନେଲା। ଏହା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଅନେକ ସମୟରେ ତର୍କ ବିତର୍କ ମଧ୍ୟ ଦେଖିବାକୁ ମିଳିଲା। ତେବେ ପୁରା ଦୃଶ୍ୟପଟ୍ଟ ଯଦି ଦେଖିବା ପାକିସ୍ତାନ ଶାନ୍ତିର ବାତାବରଣ ଚାହୁଁଥିବା ନେଇ ମଧ୍ୟ ଚର୍ଚ୍ଚା ଧରିଲା। କାରଣ ୱିଙ୍ଗ କମାଣ୍ଡରଙ୍କୁ 48 ଘଣ୍ଟା ମଧ୍ୟରେ ବିନା ସର୍ତ୍ତରେ ଭାରତକୁ ଫେରାଇବା ଏକ ବଡ ଉଦାହରଣ କହିଲେ ଏଥିରେ ଅତ୍ୟୁକ୍ତି ହେବ ନାହିଁ।

ତେବେ ପୁଲୱାମା ଆକ୍ରମଣ ପରେ ଭାରତ ସପକ୍ଷରେ ବିଭିନ୍ନ ରାଷ୍ଟ୍ର ବାହାରି ପାକିସ୍ତାନକୁ କଡା ସମାଲୋଚନା କଲେ। ଏମିତିକି ବିଶ୍ୱ ସମୁଦାୟରେ ଏକ ଘରିକିଆ ହୋଇ ରହିବାକୁ ପଡିଲା ପାକିସ୍ତାନକୁ। ତେବେ ଧୀରେ ଧୀରେ ନିଜ ଭୁଲ ସୁଧାରିବାକୁ ପାକ ସରକାର ଏବେ ଗୋଡ କାଢିଛନ୍ତି। କିଛିଦିନ ତଳେ ଏ ଖବର ମିଳିଥିଲା ଯେ, ପାକ ଗୃହମନ୍ତ୍ରଣାଳୟ 44 ଜଣ ଆତଙ୍କୀଙ୍କୁ ଗିରଫ କରିଛି। ତେବେ ଏହାରି ମଧ୍ୟରେ ଆତଙ୍କବାଦୀ ସଂଗଠନ ଜୈସ-ଏ -ମହମ୍ମଦର ମୁଖ୍ୟ ମାସୁଦର ଭାଇ ମଧ୍ୟ ରହିଥିଲା।

ଆଉ ଏବେ ପାକ ସରକାରଙ୍କ ବଡ ନିଷ୍ପତ୍ତି ବୋଧହୁଏ, ଆତଙ୍କୀ ସଂଗଠନକୁ ଦୁର୍ବଳ କରିବ। ତେବେ ପାକ ପ୍ରଧାନମନ୍ତ୍ରୀ ଏକ ରାଲିରେ ଏକଥା କହିଛନ୍ତି ଯେ, "ଏଣିକି କୌଣସି ଆତଙ୍କୀ ସମୂହଙ୍କୁ ପାକର ଜମି ଦିଆଯିବ ନାହିଁ। ଏହାର ଅର୍ଥ କୌଣସି ଆତଙ୍କୀ ସଂଗଠନ ଅନ୍ୟ ଦେଶରେ ଆକ୍ରମଣ କରିବାକୁ ଯେଉଁ ରଣନୀତି ପ୍ରସ୍ତୁତ କରୁଛି, ସେଥିପାଇଁ ଏହି ଦେଶର ମାଟିକୁ ଆତଙ୍କବାଦୀ ସମୂହ ବ୍ୟବହାର କରିବେନି"।

ସେ ଆହୁରି ମଧ୍ୟ କହିଛନ୍ତି "ଲୋକଙ୍କ ସେବାରେ ଏ ସରକାର। ଏହି ଦେଶକୁ ଏକ ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ଭାବେ ପରିଚିତ କରାଯିବ। ଏକ ନୂଆ ଯୁଗର ଆରମ୍ଭ ହେବ। କେବେବି ଆତଙ୍କୀ ସମୂହଙ୍କୁ ଅଶାନ୍ତି ବାତାବରଣ ଜନ୍ମ ଦେବାକୁ ସେ ଅନୁମତି ଦେବେନି ବୋଲି କହିଛନ୍ତି"।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.