ETV Bharat / state

ଇସ୍ରୋ ଓ ଭିସୁଟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ - ଅନ୍ତରିକ୍ଷ କ୍ଷେତ୍ରରେ ଭିସୁଟକୁ ସଫଳତା

ବୁର୍ଲାସ୍ଥିତ VSSUT(ଭିସୁଟ ) ଓ ଭାରତୀୟ ଅନ୍ତରିକ୍ଷ ଗବେଷଣା କେନ୍ଦ୍ର ବା ଇସ୍ରୋ ମଧ୍ୟରେ ଏକ ଗୁରୁତ୍ବପୂର୍ଣ ଏମଓୟୁ ସ୍ବାକ୍ଷରିତ ହୋଇଛି । ଭିସୁଟର ଗୋଟିଏ ପରେ ଗୋଟିଏ ଉଚ୍ଚମାନର ଗବେଷଣା ଯୋଗୁଁ ଇସ୍ରୋ ଭାରତର ପ୍ରଥମ ଇନକ୍ୟୁବେସନ ସେଣ୍ଟର ବୁର୍ଲା ଭିସୁଟରେ ସ୍ଥାପନ କରିବାକୁ ନିର୍ଣ୍ଣୟ ନେଇଛି ।

isro, vissut, isro and vissut mou, sambalpur latest news, success to vissut in space science, ଇସ୍ରୋ, ଭିସୁଟ, ଇସ୍ରୋ ଓ ଭିସୁଟ ଏମଓୟୁ, ଅନ୍ତରିକ୍ଷ କ୍ଷେତ୍ରରେ ଭିସୁଟକୁ ସଫଳତା, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌
ଇସ୍ରୋ ଓ ଭିସୁଟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ
author img

By

Published : Aug 25, 2020, 2:39 PM IST

Updated : Aug 25, 2020, 9:23 PM IST

ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଶାଖା କେନ୍ଦ୍ର ଖୋଲିବା ପାଇଁ ଭିସୁଟ୍‌ ଓ ଇସ୍ରୋ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଅଛି । ଇସ୍ରୋ ଅଧ୍ୟକ୍ଷ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡ. କେ.ଶିବାନ ବାଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟ ଓ ଭିସୁଟ୍‌ର କୁଳପତି ପ୍ରଫେସର ଅଟଳ ଚୌଧୁରୀ ବୁର୍ଲାଠାରେ ଉପସ୍ଥିତ ରହି ‘ଜିଟ୍ସି୍‌ ମିଟ୍‌’ ଆପ ଜରିଆରେ ଏମଓୟୁ ସ୍ୱାକ୍ଷର କରିଥିଲେ ।

ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ସବୁ ପ୍ରକାର ବୈଷୟିକ ପରାମର୍ଶ ସହିତ ମହାକାଶ ଗବେଷଣା ସୁବିଧାଥିବା ଏକ ବିଜ୍ଞାନଗାର ବିକଶିତ କରିବା ପାଇଁ ସହାୟତା କରିବ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଅତିଥି ତଥା ଇସ୍ରୋର ଅଧ୍ୟକ୍ଷ ଡ. କେ. ଶିବାନ କହିଲେ ଯେ, ମହାକାଶ ଗବେଷଣା କ୍ଷେତ୍ରରେ ଭିସୁଟ୍‌ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ, ଗବେଷଣାରେ ରୁଚି ତଥା ସଫଳତା ଉଲ୍ଲେଖନୀୟ ।

ଇସ୍ରୋ ଓ ଭିସୁଟ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଏମଓୟୁ ସ୍ବାକ୍ଷରିତ

ଇସ୍ରୋ ନିଜର ବୈଷୟିକ ଜ୍ଞାନ କୌଶଳ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେବା ଫଳରେ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଏହି ଜ୍ଞାନ କୌଶଳର ଉପଯୁକ୍ତ ବିନିଯୋଗରେ ଭବିଷ୍ୟତରେ ସଫଳତା ଅର୍ଜନ କରିପାରିବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ କହିଲେ ଯେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଯୁବ ବୈଜ୍ଞାନିକମାନେ ମାର୍ଗଦର୍ଶନ ପାଇବା ସହ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ । ଦେଶର ଗ୍ରାମାଞ୍ଚଳ ଓ ଛୋଟ ସହରରେ ବହୁ ଯୁବ ପ୍ରତିଭା ରହିଛନ୍ତି । ସଠିକ୍‌ ସୁଯୋଗ ମିଳିଲେ ସେହି ଲୁକାୟିତ ପ୍ରତିଭାମାନେ ଲୋକଲୋଚନକୁ ଆସିପାରିବେ ।

ଏହି ଅବସରରେ ଯୋଗଦେଇ ଇସ୍ରୋର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ.ପି.ଭି ଭେଙ୍କିଟାକି୍ରଷ୍ଣନ୍‌ ମହାକାଶ ଗବେଷଣା କ୍ଷେତ୍ରରେ ଭିସୁଟ୍‌ର ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରି କହିଲେ ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗବେଷଣାମନସ୍କ ହେବା ପାଇଁ ଉତ୍ସାହ ଓ ଆଗ୍ରହ ସୃଷ୍ଟି ହେବା ଦରକାର । ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଦିଗରେ ଆମକୁ ଦୃଷ୍ଟି ଦେବାକୁ ହେବ ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚତର ଗବେଷଣା କ୍ଷେତ୍ରରେ ମନୋନିବେଶ କରିବେ । ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଭିସୁଟ୍‌ ସହ ମିଶି ଏହାର ଇ-ଲର୍ଣ୍ଣିଂ ସେଣ୍ଟରଠାରେ ଏକ ସମ୍ମିଳିତ ଗବେଷଣା କେନ୍ଦ୍ର ଖୋଲିବାକୁ ଯାଉଛି । ଏଠାରେ ମହାକାଶ ଗବେଷଣା ନେଇ ଉଭୟ ଅନୁଷ୍ଠାନ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବ । ଭିସୁଟ୍‌ ଛାତ୍ରଛାତ୍ରୀଙ୍କର ଗବେଷଣାକୁ ନେଇ ଇସ୍ରୋ ତାହା ଉପରେ କାମ କରିବ ଏବଂ ଭବିଷ୍ୟତରେ ମହାକାଶ ଗବେଷଣା କ୍ଷେତ୍ରରେ ଭିସୁଟର ଅବଦାନକୁ ଅଧିକରୁ ଅଧିକ କରିବା ନେଇ ଉଦ୍ୟମ କରାଯିବ ବୋଲି ଭିସୁଟ୍‌ର କୁଳପତି ପ୍ର. ଅଟଳ ଚୌଧୁରୀ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୃତି୍ରମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଇସ୍ରୋ ଯୋଗାଇ ଦେବ । ଭିସୁଟ୍‌ରେ ବିକଶିତ ରକେଟର କାର୍ଯ୍ୟକାରୀତା ପରୀକ୍ଷଣ ପାଇଁ ଥୁମ୍ବା, ଶ୍ରୀହରିକୋଟା, ବାଲେଶ୍ୱର ଉତକ୍ଷେପଣ କେନ୍ଦ୍ରରେ ଉପଲବ୍ଧ ସୁବିଧାସୁଯୋଗଗୁଡ଼ିକ ଯୋଗାଇ ଦିଆଯିବ । ଇସ୍ରୋରେ ଉପଲବ୍ଧ ହାଇ-ଟେକ ପରୀକ୍ଷଣର ସୀମିତ ସୁଯୋଗ ମଧ୍ୟ ଭିସୁଟକୁ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପଗୁଡିକ ବିକଶିତ କରିବାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ଇସ୍ରୋ ନିଃଶୁକ୍ଳ କିମ୍ବା ରିହାତି ଫି’ରେ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦେବ । ଏହି ଏମଓୟୁ ସ୍ୱାକ୍ଷରିତ ହେଲା ପରେ ଭିସୁଟ୍‌ ଇସ୍ରୋଠାରୁ ମହାକାଶ ଗବେଷଣା ଓ ରକେଟ ତିଆରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହରଣ କରିବାର ସୁଯୋଗ ପାଇପାରିବ । ରକେଟ ତିଆରି ପାଇଁ ଭିସୁଟ ଏହାର ସିଭିଲ୍‌, କେମିକାଲ, ମେକାନିକାଲ , ଇଲେକ୍ଟ୍ରିକାଲ ଇଂଜିନିୟରିଂ ଆଦି ସମସ୍ତ ବିଭାଗୀୟ ବିଜ୍ଞାନାଗାରକୁ ମଧ୍ୟ ବିନିଯୋଗ କରିବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା ଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 25, 2020, 9:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.