ETV Bharat / state

ସମ୍ବଲପୁରରେ ଜମି ମାଫିଆଙ୍କ ଉତ୍ପାତ, SPଙ୍କ ଦ୍ୱାରସ୍ଥ ହେଲେ ଝାଙ୍କରପଡାବାସୀ - ଏସପିଙ୍କ ଦ୍ୱାରସ୍ଥ ହେଲେ ଝାଙ୍କରପଡାବାସୀ

ସମ୍ବଲପୁରରେ ଜମି ମାଫିଆଙ୍କ ଅତ୍ୟାଚାର ସହିନପାରି ଏସପିଙ୍କ ଦ୍ୱାରସ୍ଥ ହେଲେ ଝାଙ୍କରପଡାବାସୀ । ଅଧିକ ପଢନ୍ତୁ

ସମ୍ବଲପୁରରେ ଜମି ମାଫିଆଙ୍କ ଉତ୍ପାତ,  ଏସପିଙ୍କ ଦ୍ୱାରସ୍ଥ ହେଲେ ଝାଙ୍କରପଡାବାସୀ

author img

By

Published : May 28, 2022, 9:00 AM IST

ସମ୍ବଲପୁର: ଜିଲ୍ଲାରେ ଦିନକୁ ଦିନ ବଢିବାର ଲାଗିଛି ଜମି ମାଫିଆଙ୍କ ଉତ୍ପାତ । ଜମି ଦଲାଲ ମାନେ ସରକାରୀ ଜମି ହଡଫ କରି ମାଲେମାଲ ହେଉଥିବା ବେଳେ ଅତ୍ୟାଚାର ଶିକାର ହେଉଛନ୍ତି ଗରିବ ଜମିହୀନ ଲୋକେ । ଜମି ମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଝାଙ୍କରପଡା ଅଞ୍ଚଳର 50ରୁ ଊର୍ଦ୍ଧ୍ବ ପରିବାର ସମ୍ବଲପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସମ୍ବଲପୁରରେ ଜମି ମାଫିଆଙ୍କ ଉତ୍ପାତ, ଏସପିଙ୍କ ଦ୍ୱାରସ୍ଥ ହେଲେ ଝାଙ୍କରପଡାବାସୀ

ସମ୍ବଲପୁର ସରଲା ନିକଟସ୍ଥ ଝାଙ୍କରପଡାରେ 70 ବର୍ଷ ହେଲା ସରକାରୀ ଜମିରେ 50 ରୁ ଉର୍ଦ୍ଧ୍ବ ଗରିବ ଜମିହୀନ ପରିବାର ରହି ଆସୁଥିବା ବେଳେ ଏବେ ଏହି ସରକାରୀ ଜମିକୁ ହାତେଇବା ଲକ୍ଷ୍ୟରେ ଜମି ମାଫିଆ । ଫଳରେ ଏଠାରେ ରହୁଥିବା ଗରିବ ଜମିହୀନ ଲୋକଙ୍କୁ ଧମକ ଚମକ ଦେଇ ସେଠାରୁ ହାଠାଇ ସରକାରୀ ଜମି ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । ଏପରିକି ରାତି 12 ଟାରେ ପଶି ମହିଳା ମାନଙ୍କୁ ଜମି ମାଫିଆ ମାନେ ଧମକ ଦେଉଥିବା ବେଳେ ରାସ୍ତା ଘାଟରେ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଉନାହାନ୍ତି ।

ଏନେଇ ଗତାକଲି 50ରୁ ଊର୍ଦ୍ଧ୍ବ ଗରିବ ଜମିହୀନ ପରିବାର ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଏହି ସମସ୍ୟା ନେଇ ଅବଗତ କରାଇ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହା ସହ ଏହି ଜମିହୀନ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରଡିହ ଜମି ଯୋଗାଇ ଦିଆଯାଉ ବୋଲି ଦାବି କରାଯାଇଛି ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.